ଭଦ୍ରକ ପୁରୁଣା ବଜାର ଅଞ୍ଚଳରୁ ବିପୁଳ ପରିମାଣର ନକଲି ଜର୍ଦ୍ଦା ଜବତ, ଜଣେ ଗିରଫ

Advertisment
ଭଦ୍ରକ ପୁରୁଣା ବଜାର ଅଞ୍ଚଳରୁ ବିପୁଳ ପରିମାଣର ନକଲି ଜର୍ଦ୍ଦା ଜବତ, ଜଣେ ଗିରଫ

ଭଦ୍ରକ: ନକଲି ଜର୍ଦ୍ଦା କଳା କାରବାର ଭଦ୍ରକରେ ବନ୍ଦ ହେଉନାହିଁ। ସ୍ଥାନୀୟ ପୁଲିସ ପରେ ଏବେ ଭୁବନେଶ୍ୱରରରୁ ଆସିଥିବା ୯ ଜଣିଆ ଏସଟିଏଫ ଟିମ୍‌ ପକ୍ଷରୁ ଜର୍ଦ୍ଦା କାରବାର ହେଉଥିବା ଏକ ସ୍ଥାନରେ ଚଢାଉ ହୋଇଛି। ଏଥି ସହିତ ପୁଣି ଥରେ ପୁରୁଣା ବଜାର ଅଞ୍ଚଳରୁ ଜବତ ହୋଇଛି ବିପୁଳ ପରିମାଣର ନକଲି ଜର୍ଦ୍ଦା।

publive-image

ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲାରେ ନକଲି ଜର୍ଦ୍ଦା ଓ କାରଖାନା ଉପରେ ବିଭିନ୍ନ ସମୟରେ ଲଗାତର ଭାବେ ବିଭିନ୍ନ ସ୍ଥାନରେ ପୁଲିସ ପକ୍ଷରୁ ଚଢାଉ ଜାରି ରହିଛି। ହେଲେ ଏହି କଳା କାରବାର ଥମୁନି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ, ଏସଟିଏଫ ଦ୍ୱାରା ଗଠିତ ସ୍ୱତନ୍ତ୍ର ଟିମ, ଭଦ୍ରକ ପୁରୁଣା ବଜାର ଅଞ୍ଚଳର ନାଥସାହି ଓ ର୍ମିଜାପୁର ଠାରେ ଅତର୍କିତ ଭାବେ ଚଢାଉ କରିଛି। ଏହି ଚଢାଉ ସମୟରେ ନାମିଦାମୀ କମ୍ପାନିମାନଙ୍କ ଲୋଗୋ ସହ ପ୍ୟାକିଂ ହୋଇଥିବା ବିପୁଳ ପରିମାଣର ନକଲି ଜର୍ଦ୍ଦା ସହ ନକଲି ଜର୍ଦ୍ଦା ତିଆରି ପାଇଁ ଥିବା ପତି ଜବତ କରାଯାଇଥିବା ଜଣାପଡିଛି। ଜବତ ହୋଇଥିବା ଏହି ନକଲି ଜର୍ଦ୍ଦାର ଆନୁମାନିକ ମୂଲ୍ୟ ୨ଲକ୍ଷ ୫୦ ହଜାର ଟଙ୍କା ହେବ ବୋଲି ସୂଚନା ମିଳିଛି।

publive-image

ଏହି ଘଟଣାରେ ଏସଟିଏଫ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ୩ ଜଣ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଏସ୍‌ଟିଏଫ୍‌ ଏହି ନକଲି କାରବାରର ଲିଙ୍କ ବିଷୟରେ ଅଧିକ ଖୋଳତାଡ଼ ଆରମ୍ଭ କରୁଥିବା ସୂଚନା ମିଳିଛି। କିନ୍ତୁ ଏସଟିଏଫ କି ପୁଲିସ ପକ୍ଷରୁ ଏବାବଦରେ କୌଣସି ପ୍ରତିକ୍ରିୟା ଦିଆଯାଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe