Father Killed Daughter: ପୁଅ ଆଶାରେ ଦେଢ଼ ବର୍ଷର ଝିଅକୁ ନଦୀରେ ଫିଙ୍ଗିଦେଲା ବାପା

ଉତ୍ତରପ୍ରଦେଶର ଜୌନପୁରରେ ଏକ ଦୁଃଖଦ ଓ ଅଭାବନୀୟ ଘଟଣା ଘଟିଛି। ପୁଅ ପାଇଁ ଦୀର୍ଘଦିନ ଧରି ଆଶା ରଖୁଥିବା ଅଶୋକ ବିଶ୍ୱକର୍ମା ନିଜ ସାନ ଝିଅ ରୁତବୀ ହେବାରୁ ଅସନ୍ତୁଷ୍ଟ ଥିଲେ। ବୁଧବାର ସେ ସାଇକେଲରେ ଝିଅକୁ ବୁଲାଇବାକୁ ନେଉଛି କହି ନଦୀରେ ଫିଙ୍ଗି‌ଦେଇଥିଲେ।

father killed

Father Killed Daughter Photograph: (sambad.in)

ଜୌନପୁର: ପୁଅ ଆଶାରେ ଝିଅକୁ ମାରିଦେଲା ବାପା। ଉତ୍ତରପ୍ରଦେଶର ଜୌନପୁରରେ ଘଟିଛି ଏଭଳି ଅଭାବନୀୟ ଘଟଣା। ପୁଅ ହେଉ ବୋଲି ଆଶା ରଖିଥିବା ବାପା ଝିଅ ହେବା ପରେ ଖୁସି ନଥିଲା। ଶେଷରେ ସେ ନିଜର ରାଗ ଶାନ୍ତ କରିବା ପାଇଁ ତାଙ୍କ ଦେଢ଼ ବର୍ଷର ଝିଅକୁ ନଦୀରେ ଫିଙ୍ଗି ଦେଇଥିବା ଜଣାପଡ଼ିଛି। ଏହି ଘଟଣା ପରେ ପୁଲିସ ଅଭିଯୁକ୍ତ ବାପାକୁ ହେପାଜତକୁ ନେଇଛି। ମୃତ ଝିଆ ମା’ କରିଥିବା ଅଭିଯୋଗ ଅନୁଯାୟୀ, ଏହା ପ୍ରଥମ ଥର ନୁହେଁ, ପ୍ରାୟ ୧୦ମାସ ପୂର୍ବେ ମୁମ୍ବାଇରେ ରହୁଥିବା ସମୟରେ ଅଭିଯୁକ୍ତ ତାଙ୍କ ଝିଅ ମୁହଁରେ ତକିଆ ରଖି ଶ୍ୱାସରୁଦ୍ଧ କରି ହତ୍ୟା କରିବାକୁ ଚେଷ୍ଟା କରିଥିଲେ। ଅଭିଯୁକ୍ତଜଣଙ୍କ ହେଲେ ଅଶୋକ ବିଶ୍ବକର୍ମା।

ବୁଲାଇବାକୁ ନେଉଛି କହି ନଦୀରେ ଫିଙ୍ଗିଦେଲେ

ମିଳିଥିବା ସୂଚନା ମୁତାବକ, ଅଶୋକ ୩ଟି ଝିଅର ବାପା। ବୁଧବାର ସକାଳେ, ଅଶୋକ ତାଙ୍କ ସାନ ଝିଅ ରୁତବୀଙ୍କ ସହିତ ସାଇକେଲରେ ଘରୁ ବାହାରିଥିଲେ। ସେ ତାଙ୍କ ସ୍ତ୍ରୀ ସଞ୍ଜୁଙ୍କୁ କହିଥିଲେ ଯେ, ସେ ରୁତବୀଙ୍କୁ ବୁଲାଇବାକୁ ନେଇ ଯାଉଛନ୍ତି। କିନ୍ତୁ ଘରୁ ପ୍ରାୟ ଦୁଇ କିଲୋମିଟର ଦୂର ଯାଇ ଅଶୋକ ତାଙ୍କ ଝିଅକୁ ଗୋମତୀ ନଦୀରେ ଫିଙ୍ଗି ଦେଇଥିଲେ। ନଦୀର ଆରପଟରେ ଥିବା‌ କିଛି ଲୋକ ରୁତବୀଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ବି ପାଣି ସ୍ରୋତରେ ତାଙ୍କର ପତ୍ତା ମିଳିନଥିଲା। ସ୍ଥାନୀୟ ଲୋକମାନେ ପୁଲିସକୁ ତୁରନ୍ତ ଖବର ଦେବା ପରେ ପୁଲିସ ଆସି ଅଶୋକକୁ ଗିରଫ କରିଥିଲା।

ଆହୁରି ପଢ଼ନ୍ତୁ: Delhi Stunt Case: ଚଳନ୍ତା କାର୍‌ ଉପରେ ବସି ପ୍ରେମିକାକୁ ଚୁମ୍ବନ କଲା ପ୍ରେମିକ, ହିରୋଗିରି ଛଡ଼ାଇ ଦେଲା ପୁଲିସ

ରୁତବୀଙ୍କ ଜନ୍ମ ପରେ ହେଉଥିଲା ଝଗଡ଼ା

ଅଶୋକଙ୍କ ପତ୍ନୀ ସଞ୍ଜୁ ପୁଲିସକୁ କହିଛନ୍ତି ଯେ, ରୁତବୀ ଜନ୍ମ ହେବା ପରଠାରୁ ଘରେ ପ୍ରାୟତଃ ଝଗଡ଼ା ହେଉଥିଲା। ସେ ପୁଅ ଚାହୁଁଥିଲେ, କିନ୍ତୁ ପୁଅ ନହେବାରୁ ସେ ଦୁଃଖିତ ଥିଲେ। ଅଶୋକ ମୁମ୍ବାଇରେ ଜଣେ ଶ୍ରମିକ ଭାବରେ କାମ କରୁଥିବା ବେଳେ ତାଙ୍କ ସ୍ତ୍ରୀ ଏବଂ ତିନି ଝିଅ ଗାଁରେ ରୁହନ୍ତି। ତାଙ୍କ ବଡ଼ ଝିଅ ଆକାଂକ୍ଷାଙ୍କ ବୟସ ୧୮ବର୍ଷ ଏବଂ ଦ୍ୱିତୀୟ ଝିଅ ସୃଷ୍ଟିଙ୍କ ବୟସ ୧୩ବର୍ଷ। ପ୍ରାୟ ୧୦ମାସ ପୂର୍ବେ ଅଶୋକ ମୁମ୍ବାଇରେ ରୁତବୀକୁ ଶ୍ୱାସରୁଦ୍ଧ କରି ହତ୍ୟା କରିବାକୁ ଚେଷ୍ଟା କରିଥିଲେ ବୋଲି ସଞ୍ଜୁ ଅଭିଯ‌ୋଗ କରିଛନ୍ତି।

ଆହୁରି ପଢ଼ନ୍ତୁ: Fresh Violence In Nepal: ନେପାଳର ବାରା ଜିଲ୍ଲାରେ ଜେନ୍–ଜି ପ୍ରତିବାଦକାରୀ ଓ UML କର୍ମୀଙ୍କ ମଧ୍ୟରେ ସଂଘର୍ଷ, କର୍ଫ୍ୟୁ ଲାଗୁ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe