କଲେଜ ଛାତ୍ରୀଙ୍କୁ ଯବାନ କଲେ ଲଭ୍‌, ପ୍ରତିଶ୍ରୁତି ଦେଇ ସେକ୍ସ ପରେ ଦେଲେ ଧୋକା

୧୫ ଦିନ ଭିତରେ ୨ୟ ଘଟଣା: ପୁଣି ୩ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ, ନାବାଳକ ଅଟକ

photo by : India Today

କନ୍ଧମାଳ: ଯୁକ୍ତ ୩ କଲେଜରେ ପଢୁଥିବା ଜଣେ ଛାତ୍ରୀଙ୍କୁ ଓଡ଼ିଶା ଆଡଜୁଲାରୀ ପୋଲିସ ଫୋର୍ସ(ଓଏପିଏଫ୍‌)ର ଜଣେ ଯବାନ ବିଭିନ୍ନ ପ୍ରକାର ଲୋଭ ଦେଖାଇ ଭଲ ପାଇବା ଆଳରେ ଶାରୀରିକ ସଂପର୍କ ସ୍ଥାପନ କରିଛନ୍ତି। ବିବହାର ପ୍ରତିଶ୍ରୁତି ଦେଇ ୨ ବର୍ଷ ପର୍ଯ୍ୟନ୍ତ କୁକର୍ମ କରିବା ପରେ ଶେଷରେ ସଂପର୍କ ଛନ୍ନ କରିବାକୁ କହିଛନ୍ତି। ଏହି ଘଟଣାରେ ମଙ୍ଗଳବାର ରାତିରେ ସଂପୃକ୍ତ ଯୁବତୀ ଜଣକ ଫୁଲବାଣୀ ଟାଉନ ଥାନାରେ ଅଭିଯୋଗ ଆଣିଛନ୍ତି। ପରେ ପୁଲିସ ଅଭିଯୁକ୍ତ ଯବାନ ଅରବିନ୍ଦ ପ୍ରଧାନକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ମିଳିଥିବା ସୂଚନା ଅନୁସାରେ କନ୍ଧମାଳ ଜିଲ୍ଲାର ରାଇକିଆ ଥାନା ଅଞ୍ଚଳର ଜଣେ ଯୁବତୀ ଫୁଲବାଣୀ ସହରରେ ନିଜର ଜଣେ ସଂପର୍କୀୟଙ୍କ ଘରେ ରହି ସ୍ଥାନୀୟ ଏକ ଯୁକ୍ତ ୩ କଲେଜରେ ପଢୁଥିଲେ। ଏହାରି ଭିତରେ ଛାତ୍ରୀ ଓ ଯବାନଙ୍କ ମଧ୍ୟରେ ଭଲ ପାଇବା ଆରମ୍ଭ ହୋଇ ଯାଇଥିଲା। ବିବାହର ପ୍ରତିଶ୍ରୁତି ଦେଇ ଜି. ଉଦୟଗିରି ଥାନା ଅନ୍ତର୍ଗତ କାଳିନାଜୁ ଗ୍ରାମର ଯବାନ ଅରବିନ୍ଦ ଶାରୀରିକ ସଂପର୍କ ରଖିବା ପରେ ଶେଷରେ ସଂପର୍କରୁ ଓହରି ଯିବାକୁ କହିଥିଲା। ଶେଷରେ ଯୁବତୀ ଜଣକ କୌଣସି ଉପାୟ ନପାଇ ଆଜି ବାଧ୍ୟ ହୋଇ ଥାନାରେ ଅଭିଯୋଗ କରିଛନ୍ତି।

ପୁଲିସ ଯୁବତୀଙ୍କୁ ମେଡିକାଲ ପରୀକ୍ଷା ପାଇଁ ହସ୍ପିଟାଲ ପଠାଇ ଥିବା ବେଳେ ଅଭିଯୁକ୍ତ ଯବାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe