ଭିଡିଓ ପାଇଁ ରାସ୍ତାରେ ବୃଦ୍ଧଙ୍କ ଚେହେରାରେ ସ୍ପ୍ରେ ମାରିବା ମହଙ୍ଗା ପଡ଼ିଲା

ଉତ୍ତରପ୍ରଦେଶର ଝାନସୀରେ ରାସ୍ତାରେ ଯାଉଥିବା ବୃଦ୍ଧ ସାଇକେଲ ଚାଳକଙ୍କ ମୁହଁରେ ସ୍ପ୍ରେ ମାରିଥିବାର ଘଟଣା‌ର ଭିଡିଓ ଭାଇରାଲ ହେବାପରେ ଦୁଇଜଣ ବାଇକ ଆରୋହୀଙ୍କୁ ଗିରଫ କରିଛି ପୁଲିସ।

୯୮୦୯

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଝାନସୀରେ ବାଇକରେ ଯାଉଥିବା ଦୁଇଜଣ ଯୁବକ ଭିଡିଓ ପାଇଁ ଜଣେ ବୃଦ୍ଧ ସାଇକେଲ ଚାଳକଙ୍କ ମୁହଁରେ ସ୍ପ୍ରେ ମାରିଥିବାର ଘଟଣା ସାମ୍ନାକୁ ଆସିଥିଲା। ଏହାପରେ ଲୋକେ ଉକ୍ତ ଦୁଇ ବାଇକଆରୋହୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ। ଏହି ଘଟଣାର ଏକ ଭିଡିଓ ବି ସାମ୍ନାକୁ ଆସିଥିଲା। ଯାହାକୁ ଆଧାର କରି ପୁଲିସ ଯାଞ୍ଚ କରି ଦୁଇଜଣ ବାଇକ ଆରୋହୀଙ୍କୁ ଗିରଫ କରିଛି। 

ସୂଚନାଯୋଗ୍ୟ, ଯଦୁବଂଶୀ ନାମରେ ତିଆରେ ହୋଇଥିବା ଏକ୍ସ ଆକାଉଣ୍ଟରେ ଗୋଟିଏ ପରେ ଗୋଟିଏ ଏପରି ଭାବେ ଦୁଇଟି ଭିଡିଓ ପୋଷ୍ଟ ହୋଇଥିଲା। ଯେଉଁଥିରେ ବାଇକରେ ବସି ଦୁଇଜଣ ଯୁବକ ଯାଉଥିବା ବେଳେ ଉକ୍ତ ରାସ୍ତାରେ ଯାଉଥିବା ଜଣେ ବୃଦ୍ଧ ସାଇକେଲ ଆରୋହୀଙ୍କ ମୁହଁରେ ସ୍ପ୍ରେ ପକାଇ ଦେଉଛନ୍ତି। ସାଇକେଲ ଚଲାଉଥିବା ବେଳେ ହଠାତ ମୁହଁରେ ସ୍ପ୍ରେ ପଡ଼ିବାରୁ ବୃଦ୍ଧ ଜଣକ ବିଚଳିତ ହୋଇଯାଉଥିବା ଦେଖିବାକୁ ମିଳୁଛି। 

ଏହି ଘଟଣାର ଦୃଶ୍ୟ ଦେଖିବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀ ବୃଦ୍ଧଙ୍କ ଜୀବନ ରକ୍ଷା କରି ଦେଇଥିବାରୁ ଭଗବାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। କାରଣ ଯେଭଳି ଭାବେ ଯୁବକ ଜଣକ ଚେହେରାରେ ସ୍ନୋ ସ୍ପ୍ରେ ପକାଇଥିଲେ ଏହା ଦ୍ବାରା ବୃଦ୍ଧ ଦୁର୍ଘଟଣାର ସମ୍ମୁଖୀନ ହେବାର ଅନେକ ସମ୍ଭାବନା ଥିଲା। ତାଙ୍କ ଜୀବନ ପ୍ରତି ବିପଦ ବି ରହିଥିଲା। ଦୁଇଜଣ ଯୁବକ ରାସ୍ତାରେ ବୃଦ୍ଧଙ୍କ ସହିତ ଏମିତି କାମ କରି ହସୁଥିବା ଭିଡିଓରେ ଦେଖିବାକୁ ମିଳୁଛି। ଯେମିତି ଦୁହେଁ ଏକ ବଡ଼ କାମ କରି ଫେରିଛନ୍ତି। ସ୍ପ୍ରେ ଫିଙ୍ଗିଥିବା ଯୁବକଙ୍କ ନାମ ବିନୋଦ ଯାଦବ ବୋଲି ଜଣାପଡ଼ିଛି। ଯିଏକି ଝାନସୀର ସପରି ବଜାର ଥାନା ଅଞ୍ଚଳର ଖୋଡନ ଗ୍ରାମରେ ବସବାସ କରନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe