ପୁଲିସ ଓ ଲୋକଙ୍କ କବଳରୁ ବଞ୍ଚିବାକୁ ଶିକ୍ଷୟିତ୍ରୀଙ୍କ କଟାମୁଣ୍ଡ ଧରି ୫ କି.ମି. ଧାଇଁଲେ ଅଭିଯୁକ୍ତ

ପୁଲିସ ଓ ଲୋକଙ୍କ କବଳରୁ ବଞ୍ଚିବାକୁ ଶିକ୍ଷୟିତ୍ରୀଙ୍କ କଟାମୁଣ୍ଡ ଧରି ୫ କି.ମି. ଧାଇଁଲେ ଅଭିଯୁକ୍ତ

indianexpress.com

ଜାମଶେଦପୁର: ଜଣେ ଶିକ୍ଷୟିତ୍ରୀଙ୍କ ମୁଣ୍ଡ କାଟିବା ପରେ ପୁଲିସ ଓ ଉତ୍ତ୍ୟକ୍ତ ଜନତାଙ୍କ କବଳରୁ ରକ୍ଷା ପାଇବାକୁ ଷଢ଼େଇକଳା-ଖରସୁଅାଁର ଜଣେ ମାନସିକ ବିକୃତ ବ୍ୟକ୍ତି ମଙ୍ଗଳବାର ଦିନ କଟା ମୁଣ୍ଡ ଧରି ୫ କିଲୋମିଟର ଦୂର ଏକ ଜଙ୍ଗଲକୁ ଧାଇଁଯାଇଥିଲେ। ପରେ ପୁଲିସ ତାଙ୍କୁ ଗିରଫ କରିଥିଲା।  ଘଟଣାର ଦୁଇ ଘଣ୍ଟା ପରେ ଅଭିଯୁକ୍ତ ୨୬ ବର୍ଷିୟ ହରି ହେମ୍‌ବ୍ରମ୍‌ଙ୍କୁ ଗିରଫ କରାଯାଇଥିଲା।

ଷଢ଼େଇକଳା ସବ୍‌-ଡିଭିଜ୍‌ନାଲ୍‌ ପୁଲିସ ଅଧିକାରୀ ଅବିନାଶ କୁମାର କହନ୍ତି: ଖପରାସାଇ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟାହ୍ନ ଭୋଜନ ପରିବେଷଣ କରାଯିବା ସମୟରେ ଘଟଣାଟି ଘଟିଛି।

ସ୍ଥାନୀୟ ଲୋକମାନଙ୍କ ମାଡ଼ରୁ ପୁଲିସ ହେମ୍‌ବ୍ରମ୍‌ଙ୍କୁ ବଞ୍ଚାଇଥିଲା। ଏମିତି କରିବା ବେଳେ ଷଢ଼େଇକଳା ଥାନା ଭାରପ୍ରାପ୍ତ ଅଧିକାରୀଙ୍କ ସମେତ ୪ ଜଣ ପୁଲିସବାଲା ଆହତ ହୋଇଛନ୍ତି।

ନିକଟବର୍ତ୍ତୀ ଅଞ୍ଚଳରେ ଏକଲା ରହୁଥିବା ମାନସିକ ବିକୃତ ବୋଲି କୁହାଯାଉଥିବା ହେମ୍‌ବ୍ରମ୍‌ ସ୍କୁଲ୍‌ ହତାରେ ପଶି ଶିକ୍ଷିକା ୩୦ ବର୍ଷୀୟ ସୁକ୍ରା ହେସାଙ୍କୁ ନିଜ ଘର ଆଡ଼କୁ ଘୋଷାରି ଆଣି ଗୋଟାଏ ଖଣ୍ଡାରେ ତାଙ୍କ ମୁଣ୍ଡ କାଟି ପକାଇଥିଲା।

ଘଟଣା ସଂକ୍ରାନ୍ତରେ ଖବର ପାଇ ପୁଲିସ ସେଠାରେ ପହଞ୍ଚି ତାଙ୍କୁ କଟାମୁଣ୍ଡ ନେଇ ଯାଉଥିବା ଦେଖିଥିଲେ।

ତାଙ୍କ ନିକଟରେ ଦୁଇଟି ଖଣ୍ଡା ଥିବାରୁ ସେଠାରେ ଗୁଡ଼ାଏ ଲୋକ ଜମା ହୋଇଥିଲେ ବି ତାଙ୍କ ପାଖକୁ ଯିବାକୁ ସାହସ ବାନ୍ଧି ପାରି ନ ଥିଲେ।
ତାଙ୍କୁ ଗୁଳି କରିବା କଥା ମଧ୍ୟ ପୁଲିସ ଚିନ୍ତା କରିଥିଲା। କିନ୍ତୁ ଅନେକ ଲୋକ ଉପସ୍ଥିତ ଥିବା କାରଣରୁ ସେଥିରୁ ବିରତ ରହିଥିଲେ। ସ୍ଥାନୀୟ ଲୋକେ ଗୋଡ଼ାଗୋଡ଼ି କରି ଟେକାପଥର ପକାଇବାରୁ ସ୍କୁଲ୍‌ ଠାରୁ ୫ କିଲୋମିଟର୍‌ ଦୂର ହେସେଲ୍‌ ଗାଁ’ ନିକଟରେ ଥିବା ବଣ ଭିତରକୁ ଦୌଡ଼ି ପଳାଇଥିଲେ ହେମ୍‌ବ୍ରମ୍‌। ସେଠାରୁ ତାଙ୍କୁ ଗୋଟାଏ ବୁଦା ଆଢୁଆଳରୁ ଉଦ୍ଧାର କରାଯାଇଥିଲା।

ଧରିବା ପରେ ସ୍ଥାନୀୟ ଲୋକେ ମାରଧର କରିବାରୁ ତାଙ୍କୁ ବଞ୍ଚାଇବା କଷ୍ଟକର ହୋଇ ପଡ଼ିଥିଲା।

ଧରାପଡ଼ିବା ପରେ ଅଭିଯୁକ୍ତଙ୍କୁ ପ୍ରଥମେ ସଦର ହସ୍‌ପିଟାଲ୍‌ ଓ ପରେ ଜାମଶେଦପୁରସ୍ଥିତ ଏମ୍‌ଜିଏମ୍‌ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe