ଝାଡ଼ଖଣ୍ଡ ଗଣଦୁଷ୍କର୍ମ ଘଟଣା: ଛେଳି ପାଇଁ କ୍ଷତିପୂରଣ ମାଗିବାରୁ ଦୁଷ୍କର୍ମ କରିଛନ୍ତି ଦୁର୍ବୃତ୍ତ

Advertisment
ଝାଡ଼ଖଣ୍ଡ ଗଣଦୁଷ୍କର୍ମ ଘଟଣା: ଛେଳି ପାଇଁ କ୍ଷତିପୂରଣ ମାଗିବାରୁ ଦୁଷ୍କର୍ମ କରିଛନ୍ତି ଦୁର୍ବୃତ୍ତ

ଚତରା(ଝାଡ଼ଖଣ୍ଡ): ଗତକାଲି ଝାଡ଼ଖଣ୍ଡରେ ଜଣେ ମହିଳା ଗଣଦୁଷ୍କର୍ମର ଶିକାର ହୋଇଥିବାର ଖବର ମିଳିଥିଲା। ଦିଲ୍ଲୀର ନିର୍ଭୟା କାଣ୍ଡ ଭଳି ଝାଡ଼ଖଣ୍ଡର ଚତରାରେ ଜଣେ ୫୦ବର୍ଷୀୟ ମହିଳାଙ୍କ ସହ ଗଣଦୁଷ୍କର୍ମ କରିବା ସହ ତାଙ୍କ ବ୍ୟକ୍ତିଗତ ଅଙ୍ଗରେ ଷ୍ଟିଲ ଗ୍ଲାସ ଭର୍ତ୍ତି କରିଦିଆଯାଇଥିବା ନେଇ ଖବର ମିଳିଥିଲା। ଏବେ ଡାକ୍ତରଖାନାରେ ତାଙ୍କ ଚିକିତ୍ସା ଚାଲିଥିବା ବେଳେ ପୁଲିସ ପୀଡ଼ିତାଙ୍କ ବୟାନ ରେକର୍ଡ କରିଛି। ୩ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ପୀଡ଼ିତାଙ୍କ ଛେଳିକୁ ମାଡ଼ ମାରିଥିବ‌ାରୁ ପୀଡ଼ିତା କ୍ଷତିପୂରଣ ମାଗିଥିଲେ। ଏହିି କାରଣ ପାଇଁ ଅଭିଯୁକ୍ତମାନେ ଦୁଷ୍କର୍ମ କରିଥିବା ନିଜ ବୟାନରେ କହିଛନ୍ତି ପୀଡ଼ିତା। ବୟାନ ରେକର୍ଡ ପରେ ଅଭିଯୁକ୍ତମାନଙ୍କୁ ଉଚିତ ଦଣ୍ଡ ଦିଆଯିବ ବୋଲି କହିଛନ୍ତି ତଦନ୍ତ କରୁଥିବା ପୁଲିସ ଅଧିକାରୀ।

publive-image

ସୂଚନା ମୁତାବକ, ଗୁରୁବାର ରାତି ୧୦ଟାରେ ପୀଡ଼ିତା ବାହାରକୁ ଶୌଚ ହେବାକୁ ଯାଇଥିବା ବେଳେ ୩ଜଣ ଅଭିଯୁକ୍ତ ତାଙ୍କୁ ଟେକି ନେଇ ଦୁଷ୍କର୍ମ କରିଥିଲେ। ଏହା ସହ ବ୍ୟକ୍ତିଗତ ଅଙ୍ଗରେ ଷ୍ଟିଲ ଗ୍ଲାସ ଭର୍ତ୍ତି କରିଦେଇଥିଲେ। ଦୁଷ୍କର୍ମ ବିଷୟରେ କାହାକୁ ଜଣାଇଲେ, ପରିସ୍ଥିତି ଏହାଠାରୁ ଆହୁରି ଭୟାବହ ହେବ ବୋଲି ଧମକ ଦେଇ ସେଠାରୁ ଚମ୍ପଟ ମାରିଥିଲେ ୩ଦୁର୍ବୃତ୍ତ। ଅନ୍ୟ ପକ୍ଷରେ ପୀଡ଼ିତା ଘରକୁ ଫେରିବାକୁ ବିଳମ୍ବ କରିବାରୁ ପରିବାର ଲୋକେ ତାଙ୍କୁ ଆଖ ପାଖ ଅଞ୍ଚଳରେ ଖୋଜିବା ଆରମ୍ଭ କରିଥିଲେ। ପରେ ରକ୍ତାକ୍ତ ଅବସ୍ଥାରେ ପୀଡ଼ିତାଙ୍କୁ ପଡ଼ିଥିବାର ଦେଖି ପରିବାର ଲୋକେ ତାଙ୍କୁ ହଣ୍ଟରଗଞ୍ଜ କମ୍ୟୁନିଟି ହେଲଥ ସେଣ୍ଟରରେ ଭର୍ତ୍ତି କରାଇଥିଲେ। ଅବସ୍ଥା ସଂକଟଜନକ ଥିବାରୁ ସେଠାରୁ ତାଙ୍କୁ ଗୟାର ଅନୁଗ୍ରହ ନାରାୟଣ ମଗଧ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe