ଲକ୍ଷାଧିକ ଟଙ୍କାର ରୂପା ଅଳଙ୍କାର ଚୋରି କଲେ ଇନ୍ସ‌ପେକ୍ଟର! ନିଲମ୍ବନ ହେବାରୁ କଲେ ଆତ୍ମହତ୍ୟା ଉଦ୍ୟମ

Advertisment
ଲକ୍ଷାଧିକ ଟଙ୍କାର ରୂପା ଅଳଙ୍କାର ଚୋରି କଲେ ଇନ୍ସ‌ପେକ୍ଟର! ନିଲମ୍ବନ ହେବାରୁ କଲେ ଆତ୍ମହତ୍ୟା ଉଦ୍ୟମ

ନୂଆଦିଲ୍ଲୀ: ଝାଡଖଣ୍ଡର ସିମଡେଗା ପୁଲିସ ନିଜର କିଛି କର୍ମଚାରୀଙ୍କ ପାଇଁ ଅପଦସ୍ତ ହୋଇଛି। ଅ‌‌କ୍ଟୋବର ୬ ତାରିଖରେ ସିମଡେଗାର ବାନ୍ସଜୋର ପୁଲିସ  ଗାଡ଼ି ଯାଞ୍ଚ ସମୟରେ ୨୫ଲକ୍ଷ ଟଙ୍କାର ରୂପା ଅଳଙ୍କାର ଜବତ କରିଥିଲା। ଏହି ଘଟଣା ରାୟପୁରର ଏକ ଅଳଙ୍କାର ଦୋକାନରୁ ୮୦ଲକ୍ଷ ଟଙ୍କାର ଗହଣା ଚୋରି ସହିତ ଜଡ଼ିତ ଥିବା ଜଣାପଡ଼ିଛି।

ଚୋର ଚୋରି କରିବା ପରେ ଓଡ଼ିଶା ଦେଇ ଝାଡ଼ଖଣ୍ଡରେ ପ୍ରବେଶ କରୁଥିବା ସମୟରେ ବାନ୍ସଜୋର ପୁଲିସ ହାତରେ ଧରାପଡ଼ିଥିଲା। ପୁଲିସ ଏହି ଘଟଣାରେ ୪ଜଣ ଲୋକଙ୍କୁ ଗିରଫ କରି ୨୫ଲକ୍ଷ ଟଙ୍କାର ରୂପା ଅଳଙ୍କାର ଜବତ କରିଥିଲା। ଛତିଶଗଡ଼ ପୁଲିସ ଦ୍ବାରା ଝାଡ଼ଖଣ୍ଡ ପୁଲିସ ଉପରେ ୫୫ଲକ୍ଷ ଟଙ୍କାର ଗହଣା ଗାଏବ କରିବାର ଅଭିଯୋଗ ହେବାପରେ ପୁଲିସ ମୁଖ୍ୟାଳୟ ଦ୍ବାରା ଯାଞ୍ଚ କରାଯାଇଥିଲା। ଏହି ଘଟଣାରେ ଇନ୍ସପେକ୍ଟର ଆଶିଷ କୁମାର ସମେତ ୪ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଥିଲା।

ଏହାପରେ ଇନ୍ସପେକ୍ଟର ନିଜ ହାତର ଶିରା କାଟି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ  ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ନିଜ ସୁଇସାଇଡ ନୋଟରେ ନିଜର ଦୋଷ ସ୍ବୀକାର କରି ନିଜର ସହକର୍ମୀଙ୍କୁ ଦୋଷ ଦେଇ କହିଛନ୍ତି ସେମାନଙ୍କ କଥାରେ ପଡ଼ି ସେ ଏଭଳି ଅପରାଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe