The Sen Times
ରାମଗଡ: ଝାଡଖଣ୍ଡର ରାମଗଡ ଜିଲ୍ଲାରେ ଜଣେ ୩୫ ବର୍ଷିୟ ବେକାର ଯୁବକ ଚାକିରୀ ପାଇବା ପାଇଁ ପିତାଙ୍କୁ ହତ୍ୟା କରିଥିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସେଣ୍ଟ୍ରାଲ କୋଲ ଫିଲଡସ ଲିମିଟେଡ୍ (ସିସିଏଲ୍)ରେ କାମ କରୁଥିବା ପିତାଙ୍କୁ ପୁଅ ଗଳା କାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ଜିଲ୍ଲାର ବାରକାକାନାସ୍ଥିତ ସିସିଏଲର ସେଣ୍ଟ୍ରାଲ ୱାର୍କସପ୍ରେ ମୁଖ୍ୟ ସୁରକ୍ଷା କର୍ମୀ ଭାବରେ କାମ କରୁଥିବା ୫୫ ବର୍ଷିୟ କୃଷ୍ଣ ରାମଙ୍କ ମୃତଦେହକୁ ପୁଲିସ ଜବତ କରିଛି। କୃଷ୍ଣରାମଙ୍କୁ ତାଙ୍କ ପୁଅ ଗଳା କାଟି ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
/sambad/media/post_attachments/416c908117772752f8a24eeb7449473a10bc9372e4617055bbbd9f37fcf6dd83.jpg)
ସବ୍ ଡିଭିଜନାଲ ପୁଲିସ ଅଧିକାରୀ (ସିଡିପିଓ) ପ୍ରକାଶ ଚନ୍ଦ୍ର ମହତୋ ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ବୁଧବାର ରାତିରେ ବାରକାନାସ୍ଥିତ କ୍ୱାର୍ଟରରେ ୩୫ବର୍ଷର ପୁଅ ବାପା କୃଷ୍ଣ ରାମଙ୍କ ଗଳା କାଟି ହତ୍ୟା କରିଛି। ହତ୍ୟା ସମୟରେ ବ୍ୟବହୃତ ହୋଇଥିବା ଛୋଟ ଛୁରୀ ଏବଂ ମୃତକଙ୍କ ମୋବାଇଲ୍ ଫୋନକୁ ପୁଲିସ ଜବତ କରିଛି।
ପଚରାଉଚରା ସମୟରେ ରାମଙ୍କ ବଡ ପୁଅ ସ୍ୱୀକାର କରିଛି ଯେ ସେ ତାଙ୍କ ପିତାଙ୍କୁ ହତ୍ୟା କରିଛନ୍ତି । ଏହି ହତ୍ୟା ସେ ପିତାଙ୍କ ଚାକିରି ପଇବା ଆଶାରେ କରିଥିବା କହିଥିଲା। କାରଣ ସିସିଏଲର ବ୍ୟବସ୍ଥା ଅନୁଯାୟୀ ଯଦି କୌଣସି କର୍ମଚାରୀଙ୍କ କାମ କରୁଥିବା ସମୟରେ ମୃତ୍ୟୁ ହୋଇଯାଏ ତେବେ ନିୟମ ଅନୁସାରେ ତାଙ୍କର ପରିବାରର ଜଣଙ୍କୁ ଚାକିରୀ ଦିଆଯିବ।
Follow Us