The Quint
ରାଞ୍ଚି: ଝାଡ଼ଖଣ୍ଡରେ ୧୭ଜଣ ଯୁବକଙ୍କ ଦ୍ବାରା ଗଣଦୁଷ୍କର୍ମର ଶିକାର ହୋଇଛନ୍ତି ଜଣେ ମହିଳା। ସ୍ବାମୀଙ୍କ ସହ ଘରକୁ ଫେରୁଥିବା ବେଳେ ବାଟରେ ଅଭିଯୁକ୍ତମାନେ ପୀଡ଼ିତାଙ୍କ ସ୍ବାମୀଙ୍କୁ ବନ୍ଧକ ରଖିବା ସହ ତାଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଘଟଣାଟି ମଙ୍ଗଳବାର ଘଟିଥିବା ବେଳେ ଦୁଇ ମାସ ମଧ୍ୟରେ ତଦନ୍ତ ଶେଷ କରିବାକୁ ରାଜ୍ୟ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ ମହିଳା ଆୟୋଗ।
ସୂଚନା ମୁତାବକ, ପୀଡ଼ିତା ମଙ୍ଗଳବାର ମାର୍କେଟରୁ ସ୍ବାମୀଙ୍କ ସହ ଘରକୁ ଫେରୁଥିବା ବେଳେ ଅଧାବାଟାରେ ୧୭ଜଣ ଅଭିଯୁକ୍ତ ସେମାନଙ୍କୁ ଅଟକାଇଥିଲେ। ଏହା ପରେ କିଛି ଯୁବକ ପୀଡ଼ିତାଙ୍କ ସହ ଦୁଷ୍କର୍ମ ଉଦ୍ୟମ କରିବାରୁ ପୀଡ଼ିତାଙ୍କ ସ୍ବାମୀ ସେମାନଙ୍କୁ ଅଟକାଇବା ପାଇଁ ଚେଷ୍ଟା କରିଥିଲେ। ଏହା ଦେଖି ଅଭିଯୁକ୍ତମାନେ ତାଙ୍କୁ ଗଛରେ ବାନ୍ଧି ଦେବା ସହ ପୀଡ଼ିତାଙ୍କ ସହ ଦୁଷ୍କର୍ମ କରିଥିଲେ। ଦୁଷ୍କର୍ମ କରିବା ସମୟରେ ଅଭିଯୁକ୍ତମାନେ ନିଶାଗ୍ରସ୍ତ ଥିବା ପୀଡ଼ିତା କହିଛନ୍ତି। ଏ ନେଇ ପୀଡ଼ିତା ଜାତୀୟ ମହିଳା ଆୟୋଗ ପାଖରେ ପହଞ୍ଚିବା ପରେ ଏହି ଯୌନ ନିର୍ଯାତନା ମାମଲାରେ ଦୁଇ ମାସ ମଧ୍ୟରେ ଯାଞ୍ଚ ଶେଷ କରିବାକୁ ଗୃହ ମନ୍ତ୍ରାଳୟର ରହିଥିବା ନିର୍ଦ୍ଦେଶାବଳୀ ପାଳନ କରିବା ପାଇଁ ଜାତୀୟ ମହିଳା ଆୟୋଗର ଅଧ୍ୟକ୍ଷା ରେଖା ଶର୍ମା ଝାଡଖଣ୍ଡର ପୁଲିସ ମହାନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି।
Follow Us