ବ୍ରଜରାଜନଗର: ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ରାମପୁର ଫାଣ୍ଡି ଅନ୍ତର୍ଗତ କୁକୁରିକାନି ଟାଙ୍ଗର ଘାଟ ଜଙ୍ଗଲରେ ଘଟିଥିବା ସାହିଲ ସହିସ ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚିତ କରିବାରେ ପୁଲିସ ସଫଳ ହୋଇଛି। ସାମାନ୍ୟ ରୁପାର ଚେନ୍ ମାଗିବା ସାହିଲ ପାଇଁ କାଳ ହୋଇଥିଲା ବୋଲି ପୁଲିସ କହିଛି। ବନ୍ଧୁ ହତ୍ୟା କଲା ବନ୍ଧୁକୁ ବୋଲି ଝାରସୁଗୁଡ଼ା ଏସ୍ପି ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ର ଶନିବାର ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ଏହି ଘଟଣାରେ ସାହିଲର ୫ଜଣ ନାବାଳକ ସାଙ୍ଗ ସମ୍ପୂର୍କ୍ତ ବୋଲି ଏସ୍ପି ସ୍ପଷ୍ଟ କରିଛନ୍ତି। ଏହି ହତ୍ୟାକାଣ୍ଡ ପୂର୍ବ ପରିକଳ୍ପିତ ନୁହେଁ ବୋଲି ତଦନ୍ତ ସମୟରେ ଜଣାପଡ଼ିଛି।
ଘଟଣା ପୂର୍ବରୁ ମୁଖ୍ୟ ଅଭିଯୁକ୍ତ ମୃତକ ସାହିଲର ଏକ ରୁପା ଚେନ୍ ନେଇଥିଲା। ସାହିଲ ମାଗିଲ ମଧ୍ୟ ଦେଇନଥିଲେ। ସାହିଲ ଅନ୍ୟ ୨ଜଣ ସାଥିଙ୍କୁ ଧରି ରୁପା ଚେନ ମାଗିବାକୁ ଫେବ୍ରୁଆରି ୧ ତାରିଖରେ ଯାଇଥିଲା। ସେଦିନ କିନ୍ତୁ ଚେନ୍ ନେଇଥିବା ସାଙ୍ଗଟି କୌଣସି କାରଣ ଯୋଗୁ ପାରିବାରିକ ସମସ୍ୟା ନେଇ ଟିକେ ବିଚଳିତ ଥିଲା। ରୁପା ଚେନ୍କୁ ନେଇ ଉଭୟଙ୍କ ମଧ୍ୟରେ ବଚସା ଓ ପାଟି ତୁଣ୍ଡ ହେଇଥିଲା। ଟାଙ୍ଗର ଘାଟରେ ଏକ ପୋଖରୀ କୂଳରେ ସେମାନେ ଯୁକ୍ତି ତର୍କ ସମୟରେ ହଠାତ ଚାପଡ଼ ବାହାର କରି ସାହିଲକୁ ଆକ୍ରମଣ କରିଥିଲା। ଅନ୍ୟ ସାଙ୍ଗମାନେ ସାହିଲକୁ ଧରିନେଇଥିଲେ। ସେଠାରୁ ଟେକିନେଇ ଜଙ୍ଗଲ ଭିତରକୁ ଯାଇଥିଲେ। ସେଠାରେ ପୁନର୍ବାର ଆକ୍ରମଣ କରିବା ସହିତ ହାତ ବାନ୍ଧି ଦେଇଥିଲେ। ତାକୁ ଏକ ତାରପୋଲିନ ଗୁଡ଼ାଇ ରାଶିରେ ବାନ୍ଧି ସେଠାରେ ଫୋପାଡ଼ି ଦେଇ ଚାଲିଆସିଥିଲେ।
ଘଟଣା ୧ତାରିଖ ସକାଳ ସାଢେ ୮ ଟାରୁ ଆରମ୍ଭ ହୋଇ ୧୦ଟା ପର୍ଯ୍ୟନ୍ତ ସମୟ ଲାଗିଥିବା ଏସ୍ପି ସୂଚନା ଦେଇଛନ୍ତି। କାଳେ ସାହିଲ ବଞ୍ଚିଯିବ ଭାବି ପୁନର୍ବାର ମୁଖ୍ୟ ଅଭିଯୁକ୍ତ ସେଠାକୁ ଯାଇ ଦେଖି ଫେରିଥିଲା। ଘଟଣାରେ ବ୍ୟବହୃତ ଚାପଡ଼, ରୁପା ଚେନ ଜବତ ହୋଇଛି। ସେମାନେ ଯଦିଓ ସାଙ୍ଗ ତଥାପି ଏହା ହଠାତ ଘଟିଥିବା ଏସ୍ପି ସ୍ପଷ୍ଟ କରିଛନ୍ତି।
ସୂଚନାଯୋଗ୍ୟ ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଥାନା ଅଞ୍ଚଳ କୁକୁରିକାନୀ ଟାଙ୍ଗରଘାଟ ଜଙ୍ଗଲ ଭିତରୁ ଯୁବରର ଗଳିତ ଶବ ୫ ତାରିଖରେ ପୁଲିସ ଜବତ କରିଥିଲା। ମୃତ ଯୁବକ ନାମ ସାହିଲ ସହିସ(୧୯) ଥିଲା। ହତ୍ୟାକାରୀମାନେ ହତ୍ୟାକାଣ୍ଡ ପରେ ଏକ କଳା ପଲିଥିନରେ ଗୁଡାଇ ତାର, ବେଲ୍ଟ , ରଶି ସାହାଯ୍ୟରେ ବାନ୍ଧି ଜଙ୍ଗଲ ଭିତରେ ଫିଙ୍ଗି ଦେଇଥିଲେ।
Follow Us