ଜୁଆଆଡ଼ାରେ ଚଢ଼ଉ ମାମଲା: ଜୋଙ୍କ୍‌ ଥାନା ଆଇଆଇସି ନିଲମ୍ବିତ

ଜୋଙ୍କ ଥାନା ଅନ୍ତର୍ଗତ ଠେଲକୋବେଡ଼ା ଗାଁର ଶନିବାର ସନ୍ଧ୍ୟାରେ ଏକ ଘରେ ବଡ଼ଧରଣର ଜୁଆଆଡ଼ାରେ ପୁଲିସର ଚଢ଼ାଉ ଘଟଣାରେ ନୂଆପଡ଼ା ଜିଲ୍ଲା ‌ଜୋଙ୍କ ଥାନା ଆଇଆଇସି ନିଲମ୍ବିତ ହୋଇଛନ୍ତି।

6d975dcd-d447-4d77-bd31-f538015f36cb

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଜୋଙ୍କ ଥାନା ଅନ୍ତର୍ଗତ ଠେଲକୋବେଡ଼ା ଗାଁର ଶନିବାର ସନ୍ଧ୍ୟାରେ ଏକ ଘରେ ବଡ଼ଧରଣର ଜୁଆଆଡ଼ାରେ ପୁଲିସର ଚଢ଼ାଉ ଘଟଣାରେ ନୂଆପଡ଼ା ଜିଲ୍ଲା ‌ଜୋଙ୍କ ଥାନା ଆଇଆଇସି ନିଲମ୍ବିତ ହୋଇଛନ୍ତି। ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୂର ଖୁରାନିଆ ଏକ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ନେଇ ଆଇଆଇସି ଗୁରୁଦେବ କର୍ମୀଙ୍କୁ ନିଲମ୍ବନ କରିଛନ୍ତି। ନିଲମ୍ବନ ଅବଧି ଭିତରେ ଶ୍ରୀ କର୍ମୀ କୋରାପୁଟ ଡିଆଇଜି ଅଧୀନରେ କାମ କରିବେ। 

ପୁଲିସ ଶନିବାର ରାତିରେ ଅତର୍କିତ ଚଢ଼ଉ କରି ୮୦ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୨୯ ଲକ୍ଷ ୫୫ ହଜାର ଟଙ୍କାରୁ ଅଧିକ ଟଙ୍କା, ୨୫ଟି କାର୍‌, ୧୦ରୁ ଅଧିକ ବାଇକ୍‌ ଜବତ କରିଛି। 

ପୁଲିସର ସୂଚନା ଅନୁସାରେ, କିଛି ମାସ ହେଲା ଠେଲକୋବେଡ଼ା ଗାଁର ଗୋଶାଳା ପାଖରେ ଥିବା ଏକ ଘରେ ବଡ଼ଧରଣର ଜୁଆ ଆଡ଼ା ଚାଲିଥିଲା। କୌଣସି ସୂତ୍ରରୁ ଖବର ପାଇ ଶନିବାର ରାତିରେ କୋରାପୁଟ ଡିଆଜଇଙ୍କ ନେତୃତ୍ବରେ ପୁଲିସ ପହଞ୍ଚି ଗାଁର ଚାରିପଟକୁ ଘେରି ଯାଇଥିଲା। ଜୁଆ ଆଡ଼ା ଚାଲିଥିବା ଘର ଭିତରେ ଜୁଆଡ଼ିମାନେ ଥିବା ସମୟରେ ପୁଲିସ ବାହାରୁ ଫାଟକରେ ତାଲା ପକାଇ ଦେଇଥିଲା। ପରେ ଘଟଣାସ୍ଥଳକୁ ନୂଆପଡ଼ା ଏସ୍‌ପି ଓ ୩ଟି ଭ୍ୟାନ୍‌ରେ ପୁଲିସ ଫୋର୍ସ ପହଞ୍ଚିଥିଲେ। ରାତିରେ ଗିରଫ ଜୁଆଡ଼ିମାନଙ୍କୁ ଥାନାକୁ ଅଣାଯାଇଥିଲା। ଘଟଣାସ୍ଥଳରୁ ପୁଲିସକୁ ୨୯ ଲକ୍ଷ ୫୫ ହଜାର ଟଙ୍କା, ୨୫ଟି କାର୍‌ ଓ ୧୦ରୁ ଅଧିକ ବାଇକ୍‌ ଜବତ କରିଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe