ଦୁର୍ଘଟଣାରେ ସାମ୍ବାଦିକଙ୍କ ମୃତ୍ୟୁ, ପୁଲିସ ଅଳିଆ ବୋଝେଇ ଗାଡ଼ିରେ ମୃତଦେହକୁ ହସ୍‌ପିଟାଲ ଆଣିଲା

Advertisment
ଦୁର୍ଘଟଣାରେ ସାମ୍ବାଦିକଙ୍କ ମୃତ୍ୟୁ, ପୁଲିସ ଅଳିଆ ବୋଝେଇ ଗାଡ଼ିରେ ମୃତଦେହକୁ ହସ୍‌ପିଟାଲ ଆଣିଲା

ମୁମ୍ବାଇ: କର୍ଣ୍ଣାଟକର ସିର୍ସା ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ସାମ୍ବାଦିକଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା। ଏହି ଦୁର୍ଘଟଣା ସମ୍ପର୍କରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସାମ୍ବାଦିକଙ୍କ ମୃତଦେହକୁ ଉଦ୍ଧାର କରିଥିଲା। ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ପୁଲିସ ସାମ୍ବାଦିକଙ୍କ ମୃତଦେହକୁ ଅଳିଆ ବୋଝେଇ ଗାଡ଼ିରେ ହସ୍‌ପିଟାଲକୁ ନେଇ ଆସଥିଲା।

publive-image

ସୂଚନାଯୋଗ୍ୟ, ମୃତ ସାମ୍ବାଦିକ ମୌନିସ ପୋଥରାଜ୍‌ ସିର୍ସାସ୍ଥିତ ଏକ ଘରୋଇ ଟିଭି ଚାନେଲରେ କାମ କରୁଥିଲେ। ତେବେ ମୌନିସ କୌଣସି ଏକ କାମରେ ବାଇକ୍‌ରେ ଯାଉଥିବା ସମୟରେ ଭାରସାମ୍ୟ ହରାଇ ହଙ୍ଗଲ-ବନକାପୁର ରୋଡସ୍ଥିତ ଗୁନ୍‌ଦୁର୍‌ ଗ୍ରାମରେ ଏକ ଗଛରେ ଧକ୍କା ଖାଇଥିଲେ। ଫଳରେ ଗାଡ଼ିରୁ ଛିଟିକି ପଡ଼ିଥିଲେ ଏବଂ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ସ୍ଥାନୀୟ ଲୋକେ ପୁଲିସ ଓ ସାମ୍ବାଦିକଙ୍କ ସମ୍ପର୍କୀୟଙ୍କୁ ଖବର ଦେଇଥିଲେ। ପୁଲିସ ଏକ ଅଳିଆ ବୋଝେଇ ଗାଡ଼ିକୁ ଡକାଇ ସେଥିରେ ମୌନିସଙ୍କ ମୃତ ଶରୀରକୁ ରଖିଥିଲା। ତେବେ ଏପରି କରିବାକୁ ମୌନିସଙ୍କ ସାମ୍ବାଦିଙ୍କ ସାଥୀମାନେ ପୁଲିସକୁ ମନା କରିବାରୁ , ପୁଲିସ କହିଥିଲା ଏବେ ମୃତଦେହ ନେଇ ଯିବା ପାଇଁ କୌଣସି ଆମ୍ବୁଲାନ୍ସ ଉପଲବ୍ଧ ନାହିଁ। ଆମର କାହାକୁ ଦୁଃଖ ପହଞ୍ଚାଇବାର ଉଦ୍ଦେଶ୍ୟ ନାହିଁ। ଅନ୍ୟ ପକ୍ଷରେ ଶନିବାର ଦିନ ଚାରିଆଡେ ଉତ୍ସବ ମୁଖର ଥିବାରୁ କୌଣସି ଗାଡ଼ି ସେହି ସମୟରେ ଉପଲବ୍ଧ ନଥିଲା। ତେଣୁ ଆମ ପାଖରେ କୌଣସି ବିକଳ୍ପ ନାହିଁ। ତେଣୁ ଏଭଳି ପଦକ୍ଷେପ ନିଆଯାଇଥିଲା ବୋଲି ପୁଲିସ ଅଧ୍ୟକ୍ଷକ ପର୍ଶୁରାମ କହିଛନ୍ତି।

publive-image

ଏପଟେ ହସ୍‌ପିଟାଲର କର୍ମଚାରୀମାନେ ସେପର୍ଯ୍ୟନ୍ତ ମୃତଦେହକୁ ଛୁଇଁବାକୁ ମନା କରି ଦେଇଥିଲେ ଯେପର୍ଯ୍ୟନ୍ତ ତାଙ୍କୁ କିଛି ଅର୍ଥ ଦିଆ ନଯାଇଛି। ଏପଟେ ମୃତ ସାମ୍ବାଦିକଙ୍କ ଶରୀର ରକ୍ତରେ ଜୁଡ଼ବୁଡୁ ହୋଇଯାଇଥିଲା। ଯେଉଁଥିପାଇଁ ହସ୍‌ପିଟାଲ କର୍ମଚାରୀ ତାଙ୍କୁ ନେଉ ନଥିଲେ। ଏକ ନୂଆ କପଡା ଆଣି ମୌନିସଙ୍କ ଶରୀରକୁ ଗୁଡାଇ ଆମେ ହସ୍‌ପିଟାଲ କର୍ମଚାରୀଙ୍କୁ ଦେଇଥିଲୁ ବୋଲି ମୌନିସଙ୍କ ସାଥୀ ସାମ୍ବାଦିକ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe