ଚନ୍ଦ୍ରାଣୀ ମୁର୍ମୁଙ୍କ ଫେକ୍‌ ଭିଡିଓ ମାମଲା: ବନ୍ଧା ହେଲେ ଆଉ ଜଣେ ସାମ୍ବାଦିକ

Advertisment
ଚନ୍ଦ୍ରାଣୀ ମୁର୍ମୁଙ୍କ ଫେକ୍‌ ଭିଡିଓ ମାମଲା: ବନ୍ଧା ହେଲେ ଆଉ ଜଣେ ସାମ୍ବାଦିକ

କେନ୍ଦୁଝର: ସାଂସଦ ପ୍ରାର୍ଥୀ ଚନ୍ଦ୍ରାଣୀ ମୁର୍ମୁଙ୍କ ତଥାକଥିତ ଅଶ୍ଲୀଳ ଭିଡିଓ ଭାଇରାଲ ଘଟଣାରେ ବନ୍ଧା ହେଲେ ଆଉ ଜଣେ ସାମ୍ବାଦିକ। ଗିରଫ ସାମ୍ବାଦିକ ଜଣଙ୍କ ହେଉଛନ୍ତି ସୀମାଞ୍ଚଳ ପାତ୍ର। ସୀମାଞ୍ଚଳଙ୍କୁ ମିଶାଇ ଏହି ଘଟଣାରେ ମୋଟ ୫ ଜଣ ଗିରଫ ହୋଇ ସାରିଲେଣି। ଗତ ୧୫ ତାରିଖରେ ଏଟିଆର ୱେବ୍‌ ଚ୍ୟାନେଲ୍‌ ରିପୋର୍ଟର ପ୍ରଶାନ୍ତ ମିଶ୍ରଙ୍କୁ ଗିରଫ କରାଯାଇଥିଲା। ଏପରିକି ପ୍ରଶାନ୍ତଙ୍କୁ ଗିରଫ କରିବା ପରେ ତାଙ୍କୁ ରିମାଣ୍ଡରେ ନେଇଥିଲା ପୋଲିସ। ପ୍ରଶାନ୍ତଙ୍କୁ ପଚରାଉଚରା ପରେ ଏବେ ସୀମାଞ୍ଚଳଙ୍କୁ ଗିରଫ କରିଛି ପୋଲିସ।

ପୂର୍ବରୁ ଗିରଫ ୪ ଅଭିଯୁକ୍ତ କରିଥିବା ଜାମିନ ଆବେଦନ ଆଜି ଖାରଜ ହୋଇଛି। ସେମାନଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି କେନ୍ଦୁଝର ସେସନ କୋର୍ଟ। ସୀମାଞ୍ଚଳଙ୍କ ଗିରଫକୁ ନେଇ କେଉଁଝର ଏସଡିପିଓ କହିଛନ୍ତି, ସୀମାଞ୍ଚଳ ଏହି ଫେକ୍‌ ଭିଡିଓ ଏଟିଆର ୱେବ ପୋର୍ଟାଲର ସାମ୍ବାଦିକ ପ୍ରଶାନ୍ତଙ୍କୁ ଦେଇ ଏହାକୁ ପ୍ରସାରଣ କରିବାକୁ କହିଥିଲେ। ତେବେ ଏହି ଭିଡିଓର କୌଣସି ସତ୍ୟତା ନ ପରଖି ଏହାକୁ ଏଟିଆର ୱେବ ସାଇଟରେ ପ୍ରସାରଣ କରି ଏହାକୁ ଭାଇରାଲ କରିଥିଲେ ପ୍ରଶାନ୍ତ। ଯାହାକୁ କେନ୍ଦ୍ର କରି ପ୍ରଶାନ୍ତଙ୍କୁ ପୂର୍ବରୁ ପୋଲିସ ଗିରଫ କରିଛି।

କେନ୍ଦୁଝର ଲୋକସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ଚନ୍ଦ୍ରାଣୀ ମୁର୍ମୁଙ୍କ ବଦନାମ କରିବା ପାଇଁ ଏଭଳି ଭିଡିଓ ଭାଇରାଲ କରାଯାଇଥିଲା। ଏହି ଭିଡିଓ ପ୍ରାୟୋଜିତ, ଘଟଣାରେ ସତ୍ୟତା ନଥିବା ଅଭିଯୋଗ ହେବା ପରେ ପୁଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଚଲାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe