ବୁନ୍ଦି ଲଡୁ ଖାଇ ବିଗିଡ଼ିଲା ମହିଳା ବିଚାରପତିଙ୍କ ସ୍ବାସ୍ଥ୍ୟ

Advertisment
ବୁନ୍ଦି ଲଡୁ ଖାଇ ବିଗିଡ଼ିଲା ମହିଳା ବିଚାରପତିଙ୍କ ସ୍ବାସ୍ଥ୍ୟ

YouTube

ଲକ୍ଷ୍ନୌ: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଘଟିଯାଇଛି ଏକ ଅଭାବନୀୟ ଘଟଣା।  ଖରାପ ବୁନ୍ଦିରେ ତିଆରି ଲଡୁ ଖାଇ ଜଣେ ମହିଳା ଏଡିଜେଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଯିବା ପରେ ସେ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ପ୍ରାୟ ୧ ସପ୍ତାହ ଧରି ହସ୍ପିଟାଲ୍‌ରେ ରହିବା ପରେ ଜଜ୍‌ ଏବେ ସୁସ୍ଥ ହୋଇ ଯାଇଛନ୍ତି। ଏହି ମାମଲାରେ ଖରାପ ଲଡୁ ବନାଇଥିବା ଜଣେ ଦୋକାନୀ ବିରୋଧରେ ମାମଲା ରୁଜୁ ହୋଇଛି।

ପ୍ରାପ୍ତ ସୂଚନା ମୁତାବକ ପୂରା ମାମଲା ଲକ୍ଷ୍ନୌର ଗୌତମୀ ନଗରସ୍ଥିତ ଏକ ଜଣାଶୁଣା ମିଠା ଦୋକାନ ହେତୁ ଘଟିଛି। ଯାହାଙ୍କ ବିରୋଧରେ ଏବେ ମହିଳା ବିଚାରପତି ମାମଲା ରୁଜୁ କରିଛନ୍ତି। ଏଡିଜେଙ୍କ ନାମ ମଞ୍ଜୁଳା ସରକାର। ଖରାପ ବୁନ୍ଦି ଖାଇ ସେ ‌ଅସୁସ୍ଥ ହୋଇ ପଡ଼ି ଯାଇଥିଲେ। ସୂଚନାରୁ ପ୍ରକାଶ ଯେ ,ଡିଜେ ୮ ଦିନ ପର୍ଯ୍ୟନ୍ତ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇ ରହିଲେ। ଶରୀର ସୁସ୍ଥ ହେବା ପରେ ଯାଇ ସେ ଘରକୁ ଫେରିପାରିଲେ।

ମହିଳା ବିଚାରପତିଙ୍କ ସହ ତାଙ୍କ ଭଉଣୀ ବି ଲଡୁ ଖାଇ ଅସୁସ୍ଥ ହୋଇ ପଡ଼ିଥିଲେ। ଏହା ସହ ତାଙ୍କ ଘରେ କାମ କରୁଥିବା ଗୃହ ସହାୟିକା ବି ଲଡୁ ଖାଇ ଅସୁସ୍ଥ ଅନୁଭବ କରିଥିଲେ। ମାତ୍ର ବିଚାରପତିଙ୍କ ଅବସ୍ଥା ବେଶି ଗୁରୁତର ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe