ନୂଆଦିଲ୍ଲୀ: ଭାରତରେ #ମିଠୁ ଅଭିଯାନ ଆରମ୍ଭ ହେବା ପରେ ନିଜ ସହ ଘଟିଥିବା ଘଟଣା ସବୁକୁ ବେଶ୍ ସାହସିକତାର ସହ ଓ ସହଜରେ ବଢ଼ାଣି ପାରୁଛନ୍ତି ମହିଳା। ନିାଜ ସାମ୍ନା କରିଥିବା ଯୌନ ଶୋଷଣ ସଂପର୍କରେ ଏବେ ଅନେକ ମହିଳା ମୁହଁ ଖୋଲିଲେଣି। ଅଭିନେତ୍ରୀ ତନୁଶ୍ରୀ ଦତ୍ତ ହେଉଛନ୍ତି ତାହାର ଏକ ସଦ୍ୟ ଉଦାହରଣ।
ଭାରତୀୟ ବ୍ୟାଡ୍ମିଣ୍ଟନ ଖେଳାଳି ଜଲଓ୍ଵା ଗୁଟ୍ଟା ମଧ୍ୟ ନିଜ ସହ ଘଟିଥିବା ଅନ୍ୟାୟ ସଂପର୍କରେ ପ୍ରକାଶ କରିଛନ୍ତି। ଚୟନ କ୍ଷେତ୍ରରେ ତାଙ୍କୁ ମାନଶିକ ନିର୍ଯାତନା ଦିଆଯାଇଥିଲା ବୋଲି ସେ ଜଣାଇଛନ୍ତି। ସେ କହିଛନ୍ତି କି ତାଙ୍କ ସହ ଯାହା ସବୁ ଘଟିଥିଲା ତାହା ମଧ୍ୟ ଏକ ପ୍ରକାରର #ମିଠୁ ଅନ୍ତର୍ଭୁକ୍ତ।
ଟୁଇଟ୍ ସିରିଜ୍ରେ ପୂର୍ବତନ ବିଶ୍ୱ ଚାମ୍ପିୟନ ବ୍ରୋଞ୍ଜ ପଦକ ବିଜୟିନୀ ଜଲ୍ଓ୍ଵା କାହାରା ନାମ ନେଇ ନାହାନ୍ତି କି ତାଙ୍କ ସହ ହୋଇଥିବା କୌଣସି ଯୌନ ନିର୍ଯାତନା ସଂପର୍କରେ ଖୋଲା ଖୋଲି ପ୍ରକାଶ କରିନାହାନ୍ତି।
ଜଲଓ୍ଵା ଗୁତ୍ତା କମନ୍ େଓ୍ଵଲ୍ଥ୍ ଗେମ୍ରେ ସ୍ୱର୍ଣ୍ଣ ଜିତିଥିଲେ। ଚୟନ ସମୟରେ ସେ କିପରି ଟାର୍ଗେଟ ହୋଇଥିଲେ ସେ ସଂପର୍କରେ କହିଛନ୍ତି।
Follow Us