‘ଲେହେଙ୍ଗା ଭଳି ତୁମକୁ ବି ଫାଡ଼ି ଦେବି’ ଦୋକାନୀଙ୍କୁ ଏଭଳି ଧକମ ଦେବା ଗ୍ରାହକଙ୍କ ଭାବି ସ୍ବାମୀଙ୍କୁ ମହଙ୍ଗା ପଡ଼ିଲା

crime

ନୂଆଦିଲ୍ଲୀ: ମହାରାଷ୍ଟ୍ରର କଲ୍ୟାଣରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। କିଣିଥିବା ଲେହେଙ୍ଗା ଯୁବତୀଙ୍କୁ ପସନ୍ଦ ନଆସିବାରୁ  ଭାବି ସ୍ବାମୀ ଦୋକାନରେ ‌ଲେହେଙ୍ଗା ଚିରି ଦେବା ସହିତ ଦୋକାନୀଙ୍କୁ ଦେଇଥିଲେ ହତ୍ୟା ଧମକ।

ଏହି ଘଟଣାକୁ ନେଇ ସୋ’ରୁମ୍ ମାଲିକ କହିଛନ୍ତି, ‘ସୁମିତ ଏବଂ ତାଙ୍କ ଭାବି ସ୍ତ୍ରୀ ଆମ ଦୋକାନରୁ ଏକ ଲେହେଙ୍ଗା କିଣିଥିଲେ। ପରବର୍ତ୍ତୀ ସମୟରେ ଉକ୍ତ ଲେହେଙ୍ଗା ଯୁବତୀଙ୍କୁ ପସନ୍ଦ ଆସି ନଥିଲା। ସେ ଏହାକୁ ତାଙ୍କ ଭାବି ସ୍ବାମୀ ସୁମିତ ସହିତ ଫେରାଇବାକୁ ଆସିଥିଲେ।

ଆମେ ଦୁହିଁଙ୍କୁ ସ୍ପଷ୍ଟ ଭାବରେ କହିଥିଲୁ ଯେ ଆମେ ପୋଷାକ ବଦଳାଇ ପାରିବୁ କିନ୍ତୁ ଟଙ୍କା ଫେରସ୍ତ କରିପାରିବୁ ନାହିଁ। ଏ ନିୟମ ଆମର ସମସ୍ତ ଗ୍ରାହକଙ୍କ ପାଇଁ ଲାଗୁ ହୋଇ ଆସିଛି। ଏହି କଥାକୁ ନେଇ ସୁମିତ ରାଗି ଯାଇ ପକେଟରୁ ଏକ ଛୁରୀ ବାହାର କରି ଲେହେଙ୍ଗାକୁ ଚିରି ଦେବା ସହିତ ଧମକ ଦେଇ କହିଥିଲେ, ‘ଲେହେଙ୍ଗା ଭଳି ସେ ମୋତେ ବି ଫାଡ଼ି ଦେବେ।’

ସମଗ୍ର ଘଟଣାଟି ସୋ’ରୁମରେ ଲାଗିଥିବା ସିସିଟିଭି କ୍ୟାମେରାରେ ରେକର୍ଡ ହୋଇ ଯାଇଥିଲା। ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି ରେକର୍ଡ ଯାଞ୍ଚ ପରେ ସୁମିତଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe