କାନାଡାର ଯୁବତୀଙ୍କୁ ନିଜ ଘରକୁ ଡାକି ଯୁବକ କଲେ ଅସଦାଚରଣ

Advertisment
କାନାଡାର ଯୁବତୀଙ୍କୁ ନିଜ ଘରକୁ ଡାକି ଯୁବକ କଲେ ଅସଦାଚରଣ

ମୁମ୍ବାଇ:ବାଙ୍ଗୁର ପୁଲିସ ଗତକାଲି ଜଣେ ୨୪ ବର୍ଷୀୟ କାନାଡାର ଯୁବତୀଙ୍କୁ ଅସଦାଚରଣ ମାମଲାରେ ଦୁଇ ଜଣଙ୍କୁ ଗିରଫ କରିଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଉକ୍ତ ବିଦେଶୀ ଯୁବତୀ ତାଙ୍କର ଜଣେ ବନ୍ଧୁଙ୍କ ସହିତ ପ୍ରାୟ ମାସେ ହେବ ମୁମ୍ବାଇରେ ରହୁଛନ୍ତି। ସେ ଭାରତ ଭ୍ରମଣରେ ଆସିଛନ୍ତି।
ଅଭିଯୁକ୍ତ ଅମରଦୀପ ସିଂହ ଚୌଧୁରୀ(୨୯)ଙ୍କ ସହିତ ପୀଡ଼ିତାଙ୍କର ସାକ୍ଷାତ ପ୍ରଥମେ ବାନ୍ଦ୍ରା (ପଶ୍ଚିମ)ର ଏକ ପବ୍‌ରେ ହୋଇଥିଲା। ପୀଡ଼ିତା ଓ ଅମରଦୀପ ମିଳାମିଶା ପରେ ସାଙ୍ଗ ହୋଇଗଲେ। ଏହାପରେ ଅମରଦୀପ ପୀଡ଼ିତାଙ୍କୁ ନିଜର ବାଙ୍ଗୁର ନଗରସ୍ଥିତ ଘରକୁ ଡାକିଥିଲେ। ପୀଡିତା ଓ ତାଙ୍କର ବନ୍ଧୁ ବାନ୍ଦ୍ରାରୁ ରାତି ଗୋଟାଏ ବେଳେ ଅମରଦୀପ ଘରକୁ ଯାଇଥିଲେ। ସେମାନେ ଅମରଦୀପର ଘରେ ରାତିରେ ରହିବାର ଯୋଜନା କରିଥିଲେ,ସେଠାରେ ଅମରଦୀପର ଜଣେ ସାଙ୍ଗ ସାହେବ ସିଂ(୪୦) ବି ଥିଲେ।

publive-image
ରାତିରେ ଯୁବତୀ ଜଣକ ଏକ ରୁମ୍‌ରେ ଶୋଇଥିବା ବେଳେ ଅନୁଭବ କଲେ ଯେ କେହି ଜଣେ ତାଙ୍କୁ ଅଶ୍ଳୀଳ ଭାବେ ସ୍ପର୍ଶ କରୁଛି। ତା’ପରେ ପୀଡିତା ସତର୍କ ଘଣ୍ଟି ବଜାଇଲେ। ସେଠାରେ ତାଙ୍କର ସାଙ୍ଗ ଆସି ପହଞ୍ଚି ଥିଲେ। ସାଙ୍ଗ ସବୁ କଥା ଜାଣିବା ପରେ ବାଙ୍ଗୁର ନଗର ଥାନାରେ ଏତଲା ଦେଲେ। ପୁଲିସ ଉଭୟ ଅମରଦୀପ ଓ ସାହେବଙ୍କୁ ଗିରଫ କରି କୋର୍ଟ ଚାଲଣା କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe