ବିଶାଳକାୟ ଅଜଗରକୁ ବାନ୍ଧି ବାଇକରେ ଟାଣିଟାଣି ନେଇଯାଉଛନ୍ତି ଯୁବକ: ଭିଡିଓ ଭାଇରାଲ

Advertisment

ଛତିଶଗଡ଼ର କାଙ୍କେରରୁ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଏକ ବିଶାଳକାୟ ଅଜଗରକୁ ରଶିରେ ବାନ୍ଧି ଜଣେ ଯୁବକ ବାଇକ ଯୋଗେ ରାସ୍ତାରେ ଟାଣିଟାଣି ନେଉଥିବା ଦେଖିବାକୁ ମିଳୁଛି।

ଛତିଶଗଡ଼ର କାଙ୍କେରରୁ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଏକ ବିଶାଳକାୟ ଅଜଗରକୁ ରଶିରେ ବାନ୍ଧି ଜଣେ ଯୁବକ ବାଇକ ଯୋଗେ ରାସ୍ତାରେ ଟାଣିଟାଣି ନେଉଥିବା ଦେଖିବାକୁ ମିଳୁଛି।

New Project (19)

ନୂଆଦିଲ୍ଲୀ: ଛତିଶଗଡ଼ର କାଙ୍କେରରୁ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଏକ ବିଶାଳକାୟ ଅଜଗରକୁ ରଶିରେ ବାନ୍ଧି ଜଣେ ଯୁବକ ବାଇକ ଯୋଗେ ରାସ୍ତାରେ ଟାଣିଟାଣି ନେଉଥିବା ଦେଖିବାକୁ ମିଳୁଛି।

ତେବେ ଏହି ଦୃଶ୍ୟ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ଅସନ୍ତୋଷ ବ୍ୟକ୍ତ କରି ପ୍ରଶ୍ନ କରିଛନ୍ତି, ‘ଏ ଅଜଗର କି ଦୋଷ କରିଛି ଭାଇ... ତାକୁ କାହିଁକି ଏଭଳି ଦଣ୍ଡ ଦିଆଯାଉଛି।’

ଭିଡିଓରେ, ଜଣେ ଯୁବକ ତାଙ୍କ ବାଇକରେ ରଶି ବାନ୍ଧି ଏକ ବିରାଟ ଅଜଗରକୁ ରାସ୍ତାରେ ଟାଣିଟାଣି ନେଉଥିବାର ଦେଖିବାକୁ ମିଳୁଛି। ଏହି ଘଟଣା ଲୋକଙ୍କ ମଧ୍ୟରେ ଆଲୋଚନାର ବିଷୟ ପାଲଟିଛି ଏବଂ ଅନେକ ବ୍ୟବହାରକାରୀ ଏହା ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଭିଡିଓ ଭାଇରାଲ ହେବା ମାତ୍ରେ, ଅନେକ ଲୋକ ସ୍ଥାନୀୟ ପ୍ରଶାସନ ଏବଂ ବନ ବିଭାଗକୁ ଏହି ଘଟଣା ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଲୋକମାନେ ପ୍ରତିକ୍ରିୟା ଦେଇ କହିଛନ୍ତି, "ଏହା ଜଘନ୍ୟ ଅପରାଧ ସହିତ ସମାନ। କାରଣ ଯେଭଳି ଭାବେ ଯୁବକ ଜଣକ ବାଇକରେ ଅଜଗରକୁ ଟାଣିଟାଣି ନେଉଛନ୍ତି ନିଶ୍ଚିତ ଭାବେ ଜିନ୍ତୁଟିକୁ ଯନ୍ତ୍ରଣା ହେଉଥିବ।ଏପରି ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ।"

ଲୋକଙ୍କ ଅଭିଯୋଗକୁ କେନ୍ଦ୍ରକରି  ବନ ବିଭାଗ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ଘଟଣାକୁ ନେଇ ଭିଡିଓରେ ଦେଖିବାକୁ ମିଳିଥିବା ଯୁବକ ସଫେଇ ଦେଇ କହିଛନ୍ତି, ‘ଉକ୍ତ ଅଜଗର ଗାଁ ଭିତରକୁ ପଶି ଆସିଥିଲା। ତାକୁ କାବୁ କରି ବାଇକରେ ବାନ୍ଧି ଗାଁ ଠାରୁ  ଦୂରକୁ ନେଇ ଛାଡି ଆସିଥିଲି। କାରଣ ଗ୍ରାମବାସୀ ବିଲବାଡ଼ିରେ କାମ କରୁଥିବା ଏହି ଅଜଗର ଆକ୍ରମଣର ଭୟ ରହିଥିଲା।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe