ନୂଆଦିଲ୍ଲୀ: କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ହୋଇଥିବା ରେଣୁକା ସ୍ବାମୀ ହତ୍ୟାକାଣ୍ଡ ମାମଲାରେ ସମ୍ପୃକ୍ତ ଥିବା କନ୍ନଡ଼ ଅଭିନେତା ଦର୍ଶନ ତୁଗୁଦୀପ ବେଙ୍ଗାଲୁରୁର ପରପ୍ପନା ଅଗ୍ରହାରା କେନ୍ଦ୍ରୀୟ ଜେଲରେ ବନ୍ଦୀ ଅଛନ୍ତି। ବନ୍ଦୀ ଥିବା ବେଳେ ଜେଲରେ ତାଙ୍କୁ ଭିଭିଆଇପି ସୁବିଧା ଦିଆଯାଉଥିବା ଅଭିଯୋଗ ହୋଇଛି। ଏହି ଘଟଣାର ଏକ ଫଟୋ ବି ସୋସିଆଲ ମିଡିଆରେ ଘୁରି ବୁଲୁଛି।
ଏଥିରେ ଦର୍ଶନ ଜେଲରେ ବନ୍ଦୀ ଥିବା ବେଳେ ସାଙ୍ଗମାନଙ୍କ ସହିତ ଚୌକିରେ ବସି ଖୁବ ମଜାରେ ସିଗାରେଟ ଟାଣୁଥିବାର ସହିତ ତାଙ୍କୁ ଭିଡିଓ କଲ ଜରିଆରେ କଥା ହେବାର ବି ସୁବିଧା ବି ଦିଆଯାଉଛି।ଏହି ଘଟଣା ସାମ୍ନାକୁ ଆସିବା ପରେ ସରକାର ଜେଲର ୭ଜଣ ଅଧିକାରୀଙ୍କୁ ନିଲମ୍ବିତ କରି ଦେଇଛନ୍ତି।
ନିଲମ୍ବିତ ହୋଇଥିବା ୭ଜଣ ଅଧିକାରୀଙ୍କ ମଧ୍ୟରେ ଜେଲର ଶରଣ ବସପ୍ପା ଅମିଗନ୍ଦ ଓ ପ୍ରଭୁ ଏସ ଖଣ୍ଡେଲୱାଲ, ସହାୟକ ଜେଲର ଏଲ ଏସ କୁପ୍ପେସ୍ବାମୀ ଓ ଶ୍ରୀକାନ୍ତ ତଲୱାର, ହେଡ ୱାର୍ଡର ବେଙ୍କପ୍ପା, ସମ୍ପତ କୁମାର ସାମିଲ ଥିବା ନେଇ କର୍ଣ୍ଣାଟକର ଗୃହମନ୍ତ୍ରୀ ଜି ପରମେଶ୍ବର ସୂଚନା ଦେଇଛନ୍ତି।
ଜି ପରମେଶ୍ବର କହିଛନ୍ତି, ‘ଏହି ଘଟଣା ସାମ୍ନାକୁ ଆସିବାର ସଙ୍ଗେସଙ୍ଗେ ପୁଲିସ ମହାନିର୍ଦ୍ଦେଶକଙ୍କୁ ଉକ୍ତ ଘଟଣାରେ ସାମିଲ ଥିବା ଅଧିକାରୀଙ୍କୁ ନିଲମ୍ବିତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲି। ଏଥିସହିତ ଘଟଣାର ଯାଞ୍ଚ ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ଏକ ଦଳକୁ ଜେଲକୁ ପଠାଇଥିଲି। ଆଗାମୀ ତଦନ୍ତ ଜାରି ରହିଛି।
Follow Us