ଡାକ୍ତରୀ ଛାତ୍ରୀଙ୍କ ଉପରେ ଗାଡ଼ି ଚଢ଼ାଇ ପ୍ରେମିକ କଲା ହତ୍ୟା

ଉତ୍ତରପ୍ରଦେଶର କନ୍ନୌଜ ଜିଲ୍ଲାରେ ବିବାହ ପାଇଁ ମନା କରିବାରୁ ମେଡିକାଲ ପାଠପଢ଼ୁଥିବା ଛାତ୍ରୀଙ୍କୁ ଏକତରଫା ଭଲ ପାଉଥିବା ପ୍ରେମିକ ଗାଡ଼ି ଚଢ଼ାଇ କଲା ହତ୍ୟା। ଦୁଃଖରେ ଭାଙ୍ଗିପଡ଼ିଛନ୍ତି ମୃତକଙ୍କ ପରିବାର।

ଅଦ୍ୟତନ ହୋଇଛି
rwt

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର କନ୍ନୌଜ ଜିଲ୍ଲାରେ ବିବାହ ପାଇଁ ମନା କରିବାରୁ ମେଡିକାଲ ପାଠପଢ଼ୁଥିବା ଛାତ୍ରୀଙ୍କୁ ଏକତରଫା ଭଲ ପାଉଥିବା ପ୍ରେମିକ ଗାଡ଼ି ଚଢ଼ାଇ ହତ୍ୟା କରିଛି।

ସୂଚନାଯୋଗ୍ୟ, ଛିବରାମଉ କୋତବାଲି ଅଞ୍ଚଳସ୍ଥ  ପାଲପୁର ଗ୍ରାମରେ ରହୁଥିବା ରିଙ୍କି ଫରୁଖାବାଦର ଏକ କଲେଜରେ ଏଏନଏମର ଛାତ୍ରୀ ଥିଲେ। ଉକ୍ତ  ଗ୍ରାମର ଜଣେ ଯୁବକ ରିଙ୍କିଙ୍କୁ ଅନେକ ଦିନ ହେବ ବିବାହ ପାଇଁ ଚାପ ପକାଇ ଆସୁଥିଲା।

ଯୁବକ ଜଣକର ରିଙ୍କିଙ୍କ ପ୍ରତି ଅତ୍ୟାଚାର ଦେଖି  ଛାତ୍ରୀଙ୍କ ପରିବାର ‌ଲୋକ ଝିଅର ବିବାହ ଅନ୍ୟତ୍ର ଠିକ କରି ଦେଇଥିଲେ। ଏହି କାରଣରୁ ଛାତ୍ରୀ ଜଣକ ଯୁବକଙ୍କ ପ୍ରସ୍ତାବକୁ ଏଡାଇ ଦେଇଥି‌ଲେ।ଏହାର ରାଗ ରଖି ଯୁବକ ଜଣକ ଛାତ୍ରୀଙ୍କୁ ୧୫ଦିନ ପୂର୍ବରୁ କାରରେ ଜବରଦସ୍ତି ବସାଇ କିଛିବାଟ ନେଇ ମାଡ଼ ମାରିବା ପରେ ଛାଡ଼ି ଦେଇଥିଲା। ଏହି ଘଟଣାକୁ ନେଇ ଛାତ୍ରୀଙ୍କ ପରିବାରଲୋକ ଥାନାରେ ଅଭିଯୋଗ କରିଥି‌ଲେ।

ଏଥିରେ ରିଙ୍କିଙ୍କୁ ଏକ ତରଫା ଭଲପାଉଥିବା ଯୁବକ ଜଣକ ଉତକ୍ଷିପ୍ତ ହୋଇ ନଭେମ୍ବର ୧୨ ତାରିଖରେ ଯୁବତୀଙ୍କ ଉପରେ ସ୍କର୍ପିଓ ଚଢ଼ାଇ ଗୁରୁତର ଆହତ କରିଥିଲେ। ଗୁରୁତର ଅବସ୍ଥାରେ ରିଙ୍କିଙ୍କୁ ଚିକିତ୍ସ ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ ହେଁ ‌ତାଙ୍କର ମୃତ୍ୟୁ ହୋଇଯାଇଥିଲା। 

ଏହି ଘଟଣାପରେ ରିଙ୍କିଙ୍କ ପରିବାରଲୋକ ପୁଲିସ ବିରୋଧରେ ଅଭିଯୋଗ କରି କହିଛନ୍ତି, ‘ଯୁବକ ରିଙ୍କିଙ୍କୁ ନିର୍ଯାତନା ଦେଉଥିବା ନେଇ ଆମେ ପୁଲିସରେ ଅଭିଯୋଗ କରିଥିଲୁ। ଯଦି ପୁଲିସ ଉଚିତ କାର୍ଯ୍ୟାନୁଷ୍ଠାନ ନେଇଥାଆନ୍ତା ତେବେ ଆଜି ଆମ ଝିଅ ଜୀବିତ ଥାଆନ୍ତା।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe