ଚତୁର୍ଥୀ ଦିନ ପତ୍ନୀଙ୍କ ଫୋନକୁ ଆସିଥିବା ମେସେଜ ପାଇ ଘରୁ ବାହାରିଯାଇଥି‌ଲେ ସ୍ବାମୀ, କିଛି ଘଣ୍ଟା ପରେ ମିଳିଲା ମୃତଦେହ

Advertisment
ଚତୁର୍ଥୀ ଦିନ ପତ୍ନୀଙ୍କ ଫୋନକୁ ଆସିଥିବା ମେସେଜ ପାଇ ଘରୁ ବାହାରିଯାଇଥି‌ଲେ ସ୍ବାମୀ, କିଛି ଘଣ୍ଟା ପରେ ମିଳିଲା ମୃତଦେହ

କାନୁପର: ଚତୁର୍ଥୀ ଦିନ ପତ୍ନୀଙ୍କ ଫୋନକୁ ଆସିଥିବା ମେସେଜ ପାଇ ଘରୁ ବାହାରିଯାଇଥି‌ଲେ ସ୍ବାମୀ। କିଛି ଘଣ୍ଟା ପରେ ମିଳିଲା ଶବ। ଉତ୍ତରପ୍ରଦେଶର କାନପୁରରେ ଘଟିଛି ଏଭଳି ଘଟଣା। କୁହାଯାଉଛି ଯେ, ଘଟଣାଟି ୯ମାସ ତଳେ ଘଟିଥିବା ବେଳେ ଏପର୍ଯ୍ୟନ୍ତ ହତ୍ୟା ପଛର କାରଣ ଓ ହତ୍ୟାକାରୀକୁ ଖୋଜିପାରିନାହିଁ ପୁଲିସ।

ମୃତକଙ୍କ ମା’ଙ୍କ ଅଭିଯୋଗ ମୁତାବକ, ବିବାହ ପରେ ଚତୁର୍ଥୀ ଦିନ ବୋହୂର ଫୋନକୁ କାହାର ମେସେଜ ଓ କଲ୍ ଆସିଥିଲା। ଏହା ପରେ ପରେ ପୁଅ କାହାକୁ କିଛି ନଜଣାଇ ଘରୁ ବାହାରିଯାଇଥିଲା। କିଛି ଘଣ୍ଟା ଆମେ ଅପେକ୍ଷା କରି ଖୋଜାଖୋଜି କରିବା ପରେ ଘରଠାରୁ ୨୦କିଲୋମିଟର ଦୂରରେ ତା’ର ମୃତଦେହ ମିଳିଥିଲା। ୯ମାସ ବିତିଗଲାଣି ହେଲେ ପୁଲିସ ହତ୍ୟାକାରୀକୁ ଖୋଜିପାରିନାହିଁ।ଏହା ସହ ମୋ ପୁଅକୁ କାହିଁକି ହତ୍ୟା କରାଗଲା, ତାହା ମଧ୍ୟ ଜଣାପଡ଼ିନାହିଁ।

ଏହି ମାମଲାରେ ପୁଲିସ ଅଜଣା ଲୋକଙ୍କ ବିରୋଧରେ ମାମଲା ରୁଜୁ କରିଥିଲା, ମାତ୍ର ୯ମାସ ପରେ ମଧ୍ୟ କାହାକୁ ଗିରଫ କରାଯାଇ ନାହିଁ। ହତ୍ୟାକାଣ୍ଡର ଅଭିଯୁକ୍ତକୁ ଗିରଫ କରିବା ପାଇଁ ଏବେ ମୃତକଙ୍କ ମା’ ପୁଲିସ କମିଶନରଙ୍କ ନିକଟରେ ଅଭିଯୋଗ କରିଛନ୍ତି। ପୁଅର ହତ୍ୟାରେ ତାଙ୍କ ପତ୍ନୀ ମଧ୍ୟ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି।

ସୂଚନାନୁସାରେ, କାନପୁରର ଘାଟମପୁରର ବାସିନ୍ଦା ସର୍ବେଶ ମେ’ ୧୭, ୨୦୨୨ରେ ବିବାହ କରିଥିଲେ। ଏହା ପରେ ସର୍ବେଶଙ୍କ ମୃତଦେହ ମେ’ ୧୯ରେ ତାଙ୍କ ଚତୁର୍ଥୀ ଦିନ ମିଳିଥିଲା। ଘରଠାରୁ ୨୦କିଲୋମିଟର ଦୂରରେ ଥିବା ରେଳ ଲାଇନ ପାର୍ଶ୍ୱରେ ଅର୍ଦ୍ଧନଗ୍ନ ଅବସ୍ଥାରେ ଦେଖିବାକୁ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe