୩୦ ଲକ୍ଷ ଟଙ୍କା ଦିଅ ନହେଲେ ପୁଅକୁ ୩୦୦ ଖଣ୍ଡ କରି ତମ ପାଖକୁ ପଠାଇଦେବୁ; ନିଜେ ପୁଅ ପଠାଇଥିଲା ଏପରି ମେସେଜ୍‌

୩୦ ଲକ୍ଷ ଟଙ୍କା ଦିଅ ନହେଲେ ପୁଅକୁ ୩୦୦ ଖଣ୍ଡ କରି ତମ ପାଖକୁ ପଠାଇଦେବୁ; ନିଜେ ପୁଅ ପଠାଇଥିଲା ଏପରି ମେସେଜ୍‌

ନୂଆଦିଲ୍ଲୀ: ଟଙ୍କା ପାଇଁ ଲୋକେ ଛୋଟରୁ ଅତି ଛୋଟ କାମ କରିବାକୁ ବି ପଛାଉ ନାହାନ୍ତି। ଟଙ୍କା ପାଇଁ କିଏ ଭାଇର ହତ୍ୟା କରୁଛି ତ ପୁଣି କିଏ ବାପାକୁ ବ୍ଲାକ୍‌ମେଲ୍‌ କରୁଛି। କହିବାକୁ ଗଲେ, ଟଙ୍କା ପାଇଁ ଲୋକ ସ୍ନେହ, ମମତା ଓ ସଂପର୍କ ସବୁ କିଛି ଭୁଲିଯାଉଛି। ନିକଟରେ ସେପରି ଏକ ଉଦାହରଣ ଦେଖିବାକୁ ମିଳିଛି। ଜଣେ ଯୁବକ ନିଜକୁ ଅପହରଣ କରାଇ ନିଜ ବାପାଙ୍କୁ ୩୦ ଲକ୍ଷ ଟଙ୍କା ମାଗି ବ୍ଲାକ୍‌ମେଲ୍‌ କରୁଥିବା ଜାଣିବାକୁ ମିଳିଛି।

ଘଟଣାଟି ହେଉଛି କାନପୁରର। ରିପୋର୍ଟରୁ ଜାଣିବାକୁ ମିଳିଛି ଯେ କାନପୁରସ୍ଥିତ ଦାମ‌ୋଦର ନଗର ନିବାସୀ ଚନ୍ଦ୍ରକାନ୍ତ ତିୱାରୀଙ୍କ ମୋବାଇଲ୍‌କୁ ଏକ ମେସେଜ୍‌ ଆସିଲା। ମେସେଜ୍‌ଟିକୁ ଦେଖି ସେ ଚମକି ପଡ଼ିଲେ। ମେସେଜ୍‌ରେ ଲେଖାଥିଲା, ‘ତୁମ ପୁଅକୁ ଆମେ ଅପହରଣ କରିନେଇଛୁ। ଯଦି ୩୦ ଲକ୍ଷ ଟଙ୍କା ନଦିଅ ତ ଆମେ ତୁମ ପୁଅକୁ ୩୦୦ ଖଣ୍ଡ କରି ତୁମ ପାଖକୁ ପଠାଇ ଦେବୁ।’

ତାପରେ ବ୍ୟକ୍ତି ଜଣକ ପୁଲିସ୍‌ ସହାୟତା ନେଇଥିଲେ। ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପୁଲିସ୍‌ ଘଟଣାର ତଦନ୍ତ କରି ଜାଣିବାକୁ ପାଇଲା ଯେ ଏ ସମସ୍ତ ରଚନା ବ୍ୟକ୍ତିଙ୍କ ନିଜ ପୁଅ ହିଁ ରଚିଥିଲା। ସେ ଟଙ୍କା ପାଇଁ ନିଜ ବାପା ଆଗରେ ନିଜର ମିଛ ଅପହରଣର କାହାଣୀ ରଚିଥିଲା। ତବେ ନିଜ ପୁଅକୁ ଅପହରଣ କରି ନିଆଯାଇଛି ବୋଲି ନଭେମ୍ବର ୧୪ ତାରିଖରେ ବାପାଙ୍କ ନିକଟକୁ ମେସେଜ ଆସିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe