ବ୍ୟବସାୟୀଙ୍କୁ ଅଜ୍ଞାତ ଆକ୍ରମଣକାରୀମାନେ ଜୀବନ୍ତ ଜାଳି ଦେଇଥିବା ଘଟଣା ନେଲା ନୂଆ ମୋଡ଼

Advertisment

ଉତ୍ତର ପ୍ରଦେଶର କାନପୁରରେ ଜଣେ ବ୍ୟବସାୟୀଙ୍କୁ ଅଜ୍ଞାତ ଆକ୍ରମଣକାରୀମାନେ ଜୀବନ୍ତ ଜାଳି ଦେଇଥିବା ଘଟଣା ନେଲା ନୂଆ ମୋଡ଼। ସିସିିଟିଭି ଫୁଟେଜ ଉଠାଇଲା ଘଟଣା ଉପରୁ ପର୍ଦା

ଉତ୍ତର ପ୍ରଦେଶର କାନପୁରରେ ଜଣେ ବ୍ୟବସାୟୀଙ୍କୁ ଅଜ୍ଞାତ ଆକ୍ରମଣକାରୀମାନେ ଜୀବନ୍ତ ଜାଳି ଦେଇଥିବା ଘଟଣା ନେଲା ନୂଆ ମୋଡ଼। ସିସିିଟିଭି ଫୁଟେଜ ଉଠାଇଲା ଘଟଣା ଉପରୁ ପର୍ଦା

_kanpur-man-burn-incident

କାନପୁର: ଉତ୍ତର ପ୍ରଦେଶର କାନପୁରରେ ଜଣେ ବ୍ୟବସାୟୀଙ୍କୁ ଅଜ୍ଞାତ ଆକ୍ରମଣକାରୀମାନେ ଜୀବନ୍ତ ଜାଳି ଦେଇଥିବାର ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଥିଲା। ଏହି ଘଟଣାକୁ ଗମ୍ଭୀରତା ସହ ନେଇ ପୁଲିସ ତଦନ୍ତ  ଆରମ୍ଭ କରିଥିଲା। ଏହି ତଦନ୍ତ ପରେ ଘଟଣା ଭିନ୍ନ ମୋଡ଼ ନେଇଛି।

ଶିବରାଜପୁରରେ ଘଟିଥିବା ଏହି ଘଟଣା ସମଗ୍ର ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିବା ବେଳେ ପୀଡ଼ିତଙ୍କ ଭାଇ ଅଭିଯୋଗ କରିଥିଲେ ଯେ ଅଜ୍ଞାତ ବ୍ୟକ୍ତିମାନେ ତାଙ୍କ ଭାଇଙ୍କୁ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ।’ ଏହି ଘଟଣାକୁ କେନ୍ଦ୍ର କରି ପୁଲିସର ପୁଙ୍ଖାନୁପୁଙ୍ଖ ତଦନ୍ତ ଏବଂ ସିସିଟିଭି ଫୁଟେଜ ଘଟଣାର ସମ୍ପୂର୍ଣ୍ଣ ସତ୍ୟ ପ୍ରକାଶ କରିଛି।

ପୁଲିସ ତଦନ୍ତରୁ ଜଣାପଡିଛି ଯେ ୨୨ ବର୍ଷୀୟ ପୀଡିତ ରୋହିତ ସିଂହ ନିଜ ଶରୀରରେ ନିଆଁ ଲଗାଇ ଦେଇଥିଲେ। ଘଟଣା ରାତିରେ ରୋହିତ ଅତ୍ୟଧିକ ନିଶାସକ୍ତ ଥିବା ନେଇ ଏସପି ଅମରନାଥ ଏହି ସମ୍ପର୍କରେ ସୂଚନା ଦେଇଛନ୍ତି।

ସାମ୍ନାକୁ ଆସିଥିବା ସିସିଟିଭି ଫୁଟେଜରେ ଦେଖିବାକୁ ମିଳୁଛି, ମଦ୍ୟପାନ କରି ରୋହିତ ପ୍ରଥମେ ଏକ ଅଟୋ-ରିକ୍ସାରେ ତାଙ୍କ ମୋବାଇଲ୍ ଫୋନ୍ ଛାଡି ଦେଇଥିଲେ। ତା'ପରେ ସେ ଏକ ଟୋଲ୍ ପ୍ଲାଜାକୁ ଯାଇ ହଙ୍ଗାମା କରିଥିଲେ। ଏହାପରେ ପେଟ୍ରୋଲ ପମ୍ପରୁ ପେଟ୍ରୋଲ ବୋତଲ ଓ ପାଖ ଦୋକାନରୁ ସିଗାରେଟ୍ ଏବଂ ଦିଆସିଲି କିଣିଥିଲେ।

କିଛି ସମୟପରେ ଫୁଟେଜରେ ଦେଖିବାକୁ ମିଳୁଛି ରୋହିତ ନିଜ ଉପରେ ଆଣିଥିବା ପେଟ୍ରୋଲ ଢାଳି ଦେଇଥିଲେ ଏବଂ ସିଗାରେଟ୍ ଜାଳିବା ପାଇଁ ଦିଆସିଲି ଜାଳିବା ମାତ୍ରେ ସେ ନିଜେ ନିଆଁରେ ପୋଡ଼ି ହୋଇଯାଇଥିଲେ।

ଏହି ଘଟଣାରେ ରୋହିତଙ୍କ ଅବସ୍ଥା ଗୁରୁତର ଅଛି। ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପ୍ରାରମ୍ଭରେ ରୋହିତଙ୍କ ଭାଇଙ୍କ ଅଭିଯୋଗ ଆଧାରରେ ପୁଲିସ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। କିନ୍ତୁ, ସିସିଟିଭି ଫୁଟେଜରୁ ଯେଉଁ ତଦନ୍ତ ସାମ୍ନାକୁ ଆସିଛି ତାହା ଘଟଣାର ଦିଗକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଛି।

ଏସପି ଅମରନାଥ କହିଛନ୍ତି, ‘ମଦ୍ୟପାନ କରି ରୋହିତ କାହିଁକି ଏତେ ବିପଜ୍ଜନକ ଏବଂ ମାରାତ୍ମକ ପଦକ୍ଷେପ ନେଲେ ତାହା ନିର୍ଣ୍ଣୟ କରିବା ପାଇଁ ଏବେ ପୁଙ୍ଖାନୁପୁଙ୍ଖ ତଦନ୍ତ ଚାଲିଛି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe