କାନପୁର: ସୁରକ୍ଷା ଦେଉଥିବା ଲୋକ ସାଜିଲା ରାକ୍ଷସ। ଇଜ୍ଜତ ବଞ୍ଚାଇବା ବଦଳରେ ଲୁଟିଲେ ପୁଲିସ ବାବୁ। କାନପୁରର ସାଚେଣ୍ଡି ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଜଣେ ୧୪ବର୍ଷୀୟ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏହି ବଡ଼ ଅପରାଧରେ ସାମିଲ ଅଛନ୍ତି ଜଣେ ସାମ୍ବାଦିକ ଓ ଜଣେ ପୁଲିସ ସବ୍‌-ଇନ୍ସପେକ୍ଟର। ସାମ୍ବାଦିକଙ୍କୁ ପୁଲିସ ଏବେ ଗିରଫ କରିଥିବା ବେଳେ ଫେରାର ଅଛନ୍ତି ପୁଲିସ ସବ୍‌-ଇନ୍ସପେକ୍ଟର।

Advertisment

ନାବାଳିକାଙ୍କ ଯୌନ ନିର୍ଯାତନା ଅଭିଯୋଗରେ ଅଭିଯୋଗ ଆସିବା ପରେ ପ୍ରଥମେ ଅଜ୍ଞାତ ବ୍ୟକ୍ତିଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଥିଲା। ତଦନ୍ତ ସମୟରେ ପୁଲିସ ଦୁଇ ଜଣ ସନ୍ଦିଗ୍ଧଙ୍କୁ ଚିହ୍ନଟ କରିଥିଲା। ସେମାନଙ୍କ ମଧ୍ୟରୁ ଜଣଙ୍କୁ ହେପାଜତକୁ ନିଆଯାଇଛି। କାନପୁର ପୁଲିସ କମିଶନର ରଘୁବୀର ଲାଲ କହିଛନ୍ତି ଯେ, ଫେରାର ଅଧିକାରୀଙ୍କ ସନ୍ଧାନ ଏବଂ ତ୍ୱରିତ କାର୍ଯ୍ୟାନୁଷ୍ଠାନ ସୁନିଶ୍ଚିତ କରିବା ପାଇଁ ଏକାଧିକ ଦଳ ଗଠନ କରାଯାଇଛି।

ଏସୟୁଭିରେ ଅପହରଣ କରି କରିଥିଲେ ଦୁଷ୍କର୍ମ

ଅଭିଯୋଗ ଅନୁଯାୟୀ, ସୋମବାର ରାତି ପ୍ରାୟ ୧୦ଟା ସମୟରେ ନାବାଳିକାଜଣକ ଘରୁ ବାହାରକୁ ବାହାରିବା ସମୟରେ ଏହି ଘଟଣା ଘଟିଥିଲା। ଏକ SUV ଗାଡ଼ିରେ ଯାତ୍ରା କରୁଥିବା ଦୁଇଜଣ ବ୍ୟକ୍ତି ତାଙ୍କୁ ଅପହରଣ କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ପୁଲିସ ପୋଷାକ ପିନ୍ଧିଥିଲେ। ଅପହରଣ ପରେ ନାବାଳିକାକୁ ଏକ ନିର୍ଜନ ସ୍ଥାନକୁ ନିଆଯାଇଥିଲା ଯେଉଁଠାରେ ତାଙ୍କୁ ଗାଡ଼ି ଭିତରେ ପ୍ରାୟ ଦୁଇ ଘଣ୍ଟା ଧରି ଯୌନ ନିର୍ଯାତନା ଦିଆଯାଇଥିଲା ବୋଲି ଅଭିଯୋଗ ହୋଇଛି। ପରେ ତାଙ୍କୁ ତାଙ୍କ ଘର ବାହାରେ ଅଚେତ ଅବସ୍ଥାରେ ଛାଡି ଦିଆଯାଇଥିଲା ବୋଲି କହିଛି ପୁଲିସ।

ଆହୁରି ପଢ଼ନ୍ତୁ: Anil Agarwal Son Dies: ବାପା ଥାଉ ଥାଉ ଚାଲିଗଲା ପୁଅ… ବେଦାନ୍ତ ଗ୍ରୁପ ଅଧ୍ୟକ୍ଷ ଅନିଲ ଅଗ୍ରୱାଲଙ୍କ ପୁଅ ଅଗ୍ନିବେଶଙ୍କ ଦେହାନ୍ତ

ପ୍ରଥମେ ଦେଖିଥିଲେ ପୀଡ଼ିତାଙ୍କ ଭାଇ

ପୀଡିତାଙ୍କ ଭାଇ କହିଛନ୍ତି ଯେ, ସେ ପୀଡ଼ିତାଙ୍କୁ ମଧ୍ୟରାତ୍ରିରେ ଘର ବାହାରେ ଅଚେତ ଅବସ୍ଥାରେ ପଡ଼ିଥିବାର ଦେଖିଥିଲେ। ଏହା ପ‌ରେ ସେ ତୁରନ୍ତ ପୁଲିସକୁ ଫୋନ କରି ଏବିଷୟରେ ଜଣାଇଥିଲେ ବି ପୁଲିସ ପହଞ୍ଚିବାକୁ ବିଳମ୍ବ କରିଥିଲା। 

ଆହୁରି ପଢ଼ନ୍ତୁ: 500 Percent Tariffs On India: ଭାରତ ଉପରେ ଆମେରିକା ଲଗାଇବ ୫୦୦ ପ୍ରତିଶତ ଟାରିଫ !