ନୂଆଦିଲ୍ଲୀ: ସକାଳୁ ସକାଳୁ ଦୁଃଖଦ ଖବର । ଆଉ ନାହାନ୍ତି ବେଦାନ୍ତ ଗ୍ରୁପ ଅଧ୍ୟକ୍ଷ ଅନିଲ ଅଗ୍ରୱାଲଙ୍କ ପୁଅ । ବୁଧବାର ଦିନ ନ୍ୟୁୟର୍କର ଏକ ହସ୍ପିଟାଲରେ ହୃଦଘାତରେ ଅନିଲ ଅଗ୍ରୱାଲଙ୍କ ପୁଅ ଅଗ୍ନିବେଶଙ୍କର ମୃତ୍ୟୁ ହୋଇଛି । ୪୯ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ତେବେ ଏହି ଖବର ନିଜେ ଦେଇଛନ୍ତି ଅନିଲ ଅଗ୍ରୱାଲ । ଏକ ଛଳଛଳ ପୋଷ୍ଟରେ ସୂଚନା ଦେଇଛନ୍ତି ଅନିଲ ।
ଆହୁରି ପଢନ୍ତୁ- 500 Percent Tariffs On India: ଭାରତ ଉପରେ ଆମେରିକା ଲଗାଇବ ୫୦୦ ପ୍ରତିଶତ ଟାରିଫ !
ତେବେ ଆମେରିକାରେ ଏକ ସ୍କିଇଙ୍ଗ୍ ଦୁର୍ଘଟଣା ପରେ ତାଙ୍କୁ ମାଉଣ୍ଟ ସିନାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଯେଉଁଠି ସେ ଉତ୍ତମ ଚିକିତ୍ସା ପରେ ଧିରେଧିରେ ସୁସ୍ଥ ହେଉଥିଲେ। ମାତ୍ର ବିଧିର ବିଧାନ ଥିଲା ଅଲଗା । ହାର୍ଟ ଆଟାକରେ ପ୍ରାଣ ହରାଇଛନ୍ତି ଅଗ୍ନିବେଶ ।
Today is the darkest day of my life.
— Anil Agarwal (@AnilAgarwal_Ved) January 7, 2026
My beloved son, Agnivesh, left us far too soon. He was just 49 years old, healthy, full of life, and dreams. Following a skiing accident in the US, he was recovering well in Mount Sinai Hospital, New York. We believed the worst was behind us.… pic.twitter.com/hDQEDNI262
ଆହୁରି ପଢନ୍ତୁ- Cold Wave Alert: ଜାଡ଼ ଭାଙ୍ଗୁଛି ହାଡ଼ ! ଦେଶର ବିଭିନ୍ନ ସ୍ଥାନରେ ଶୀତର ପ୍ରକୋପ, ଦିଲ୍ଲୀରୁ-ୟୁପି ଥରୁଛନ୍ତି ଲୋକେ
ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟ କରି ଅନିଲ ଲେଖିଛନ୍ତି- ମୋର ପ୍ରିୟ ପୁଅ ଅଗ୍ନିବେଶ ଆମକୁ ବହୁତ ଶୀଘ୍ର ଛାଡ଼ି ଚାଲିଗଲା। ସେ ମାତ୍ର ୪୯ ବର୍ଷ ବୟସର ସେ ଆମଠୁ ଦୂରେଇଗଲା । ସ୍ୱପ୍ନରେ ପରିପୂର୍ଣ୍ଣ ଥିଲା ତା ଜୀବନ। ଦେଶ ପାଇଁ ଦେଖିଥିଲା ଅନେକ ସ୍ବପ୍ନ । ଭାଗ୍ୟ ହଠାତ୍ ଆମ ପୁଅକୁ ଆମ ଠାରୁ ଛଡ଼ାଇ ନେଇଗଲା । ସେ ମୋ ପାଇଁ କେବଳ ପୁଅ ନଥିଲା ବରଂ ସେ ମୋର ବନ୍ଧୁ ଥିଲା, ମୋର ଗର୍ବ, ମୋର ଦୁନିଆ ଥିଲା… ତା ବିନା ମୁଁ ଭାଙ୍ଗି ପଡ଼ିଛି । ତଥାପି ଆମର ଏ ଦୁଃଖରେ ମୁଁ କହୁଛି କି ବେଦାନ୍ତରେ କାମ କରୁଥିବା ହଜାର ହଜାର ଯୁବକ ମଧ୍ୟ ଆମର ସନ୍ତାନ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2026/01/08/vedanta-2026-01-08-11-06-10.jpg)