ଟଙ୍କା ପଠାଇବୁ କହି ପହଲଗାମ୍ ଆକ୍ରମଣ ନାମରେ ଠକିନେଲେ ଟଙ୍କା

kanpur

କାନପୁର: ଏବେ ପହଲଗାମ୍ ଆତଙ୍କବାଦୀ ଆକ୍ରମଣକୁ ନେଇ ଦେଶବାସୀଙ୍କ ମଧ୍ୟରେ ଦୁଃଖ ଏବଂ କ୍ରୋଧ ରହିଛି। ହେଲେ କିଛି ଲୋକ ଏହି ଘଟଣା ନାମରେ ଠକେଇ କରୁଛନ୍ତି। ୟୁପିର କାନପୁରରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ଏଠାରେ ସାଇବର ଠକମାନେ ଜଣେ ପୂଜାରୀଙ୍କଠାରୁ ଟଙ୍କା ଠକି ନେଇଥିବା ଜଣାଯାଇଛି।

ସୂଚନା ମୁତାବକ, କାନପୁରର ପନକିରେ ରହୁଥିବା ଜଣେ ପୂଜାରୀଙ୍କୁ ଏକ ଫୋନ୍ କଲ୍ ଆସିଥିଲା। ଫୋନ କରିଥିବା ବ୍ୟକ୍ତି ଜଣେ ଭାରତୀୟ ସେନା ଅଧିକାରୀ ବୋଲି କହିଥିଲେ। ସେ ପୂଜାରୀଙ୍କୁ କହିଥିଲେ ଯେ, 'ସେନାର ଏକ ଦଳ କଶ୍ମୀର ଯାଉଛି ଏବଂ ଏଥିପାଇଁ ଏକ ପୂଜା କରିବାକୁ ପଡିବ। ପୂଜା ପାଇଁ କେତେ ଟଙ୍କା ଦରକାର କୁହନ୍ତୁ ଏବଂ ଆକାଉଣ୍ଟର ବିବରଣୀ ଦିଅନ୍ତୁ। ଆମେ ପୂଜା ପାଇଁ ଟଙ୍କା ପଠାଇବୁ।' ଏହିପରି ଠକ ଜଣକ ଟଙ୍କା ଦେବା ନାଁରେ ପୂଜାରୀଙ୍କ ଆକାଉଣ୍ଟ ନମ୍ବର ନେଇଥିଲେ ଏବଂ ତା’ପରେ ତାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇ ନେଇଥିଲେ।

ସୂଚନା ମୁତାବକ, କାନପୁରର ପନକି ନିବାସୀ ପୂଜାରୀ କୃଷ୍ଣ ବିହାରୀ ଶୁକ୍ଲା ପୂଜା ଏବଂ ରୁଦ୍ରାଭିଷେକ କରନ୍ତି। ନିକଟରେ ତାଙ୍କୁ ଏକ ଫୋନ୍ କଲ୍ ଆସିଥିଲା। କଲ୍ କରିଥିବା ଠକ ବ୍ୟକ୍ତି ଜଣକ କହିଲେ ଯେ, ସେ କାନପୁରରୁ ଜଣେ ସେନା ଅଧିକାରୀ କହୁଛନ୍ତି। ଏହା ପରେ ସେ କହିଥିଲେ, ପହଲଗାମ୍‌ରେ ଆତଙ୍କବାଦୀ ଆକ୍ରମଣ ପରେ, କାନପୁର କ୍ୟାଣ୍ଟନମେଣ୍ଟରୁ ଏକ ସେନା ଦଳ କଶ୍ମୀର ଯିବ। ସେମାନଙ୍କ ପାଇଁ ରୁଦ୍ରାଭିଷେକ ପୂଜା କରିବାର ଥିଲା। ଏହା ପରେ ଆକାଉଣ୍ଟ ବିବରଣୀ ମାଗି ନେଇ ଟଙ୍କା ହଡ଼ପ କରିନେଇଥିଲେ ଠକ। ଆକାଉଣ୍ଟରୁ ସବୁ ଟଙ୍କା ଯିବା ପରେ ଠକେଇର ଶିକାର ହୋଇଥିବା ଜାଣିପାରିଥିଲେ କୃଷ୍ଣ ବିହାରୀ ଶୁକ୍ଲା। ଏବେ ସେ ଏହାର ଅଭିଯୋଗ କରିଥିବା ବେଳେ ତଦନ୍ତ କରୁଛି ପୁଲିସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe