Image Courtesy of The Times of India
ମାଣ୍ଡ୍ୟା: ମାଣ୍ଡ୍ୟା ସହର ଉପକଣ୍ଠସ୍ଥିତ ଗୁତ୍ତାଲୁରେ ଶ୍ରୀଅରକେଶ୍ବର ମନ୍ଦିର ପ୍ରାଙ୍ଗଣରେ ତିନି ଜଣ ପୁରୋହିତଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା କଥା ଶୁକ୍ରବାର ସକାଳେ ଜଣାପଡ଼ିଛି।
ପଥରଖଣ୍ଡରେ ମୁଣ୍ଡ ଛେଚା ଯାଇଥିବା ଗଣେଶ, ପ୍ରକାଶ ଓ ଆନନ୍ଦ ନାମଧାରୀ ତିନି ପୁରୋହିତଙ୍କ ଶବ ରକ୍ତାକ୍ତ ହୋଇ ପଡ଼ିଥିଲା। ମନ୍ଦିର ଦୁଆର ମୁକୁଳା ହୋଇଥିବା ଦେଖି ଗ୍ରାମବାସୀମାନେ ଭିତରକୁ ଯାଇ ପୁରୋହିତଙ୍କ ଶବ ଦେଖିଥିଲେ।
Image Courtesy of Tech Newsତିନି ମୃତ ପୁରୋହିତ ସମ୍ପର୍କୀୟ ଭାଇ। ମନ୍ଦିର ଓ ମନ୍ଦିରର ସମ୍ପତ୍ତିକୁ ଜଗି ତିନିଜଣଯାକ ମନ୍ଦିର ପ୍ରାଙ୍ଗଣରେ ଶୁଅନ୍ତି ବୋଲି ପୁଲିସ କହିଛି। ଆତତାୟୀମାନଙ୍କ ସହ ପୁରୋହିତଙ୍କର ଧସ୍ତାଧସ୍ତି ହୋଇଥିବାର କୌଣସି ପ୍ରମାଣ ଘଟଣାସ୍ଥଳରୁ ପୁଲିସ ପାଇନାହିଁ। ହତ୍ୟାକାଣ୍ଡରେ ତିନିରୁ ଅଧିକ ଆତତାୟୀ ସମ୍ପୃକ୍ତ ଥାଇ ପାରନ୍ତି ବୋଲି ପୁଲିସ ଅନୁମାନ କରୁଛି। ଡକାୟତି ପାଇଁ ହତ୍ୟାକାଣ୍ଡ ହୋଇଥିବା କଥା ପୁଲିସ ସନ୍ଦେହ କରୁଛି। କାରଣ ମନ୍ଦିର ପ୍ରାଙ୍ଗଣରୁ ତିନିଟି ହୁଣ୍ଡିକୁ ସେମାନେ ବାହାରକୁ ଉଠାଇ ନେଇଛନ୍ତି। ହୁଣ୍ଡିରୁ ଆତତାୟୀମାନେ କେବଳ କାଗଜ ଟଙ୍କା ନେଇ ଧାତବ ମୁଦ୍ରା ସବୁ ଛାଡ଼ିଯାଇଛନ୍ତି। ଯିବା ପୂର୍ବରୁ କିଛି ମୂଲ୍ୟବାନ ଜିନିଷ ପାଇବା ଆଶାରେ ଦୁର୍ବୃତ୍ତମାନେ ଦିଅଁଙ୍କ ବେଦୀ ଭାଙ୍ଗି ପକାଇଛନ୍ତି।
ପୁଲିସ ଘଟଣାସ୍ଥଳରେ ସନ୍ଧାନୀ କୁକୁର ଓ ଫରେନ୍ସିକ୍ ବିଶେଷଜ୍ଞମାନଙ୍କ ସହାୟତାରେ ଅପରାଧୀମାନଙ୍କୁ ଖୋଜିବାକୁ ଉଦ୍ୟମ ଚଳାଇଛି। ତନି ମୃତ ପୁରୋହିତଙ୍କ ପରିବାରବର୍ଗଙ୍କ ନିମନ୍ତେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦିୟୁରପ୍ପା ୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି।
Follow Us