ପ୍ରେମ ପ୍ରସ୍ତାବ ଗ୍ରହଣ ନକରିବାରୁ ଘରେ ପଶି ହାଣିଲା ପ୍ରେମିକ

Advertisment
ପ୍ରେମ ପ୍ରସ୍ତାବ ଗ୍ରହଣ ନକରିବାରୁ ଘରେ ପଶି ହାଣିଲା ପ୍ରେମିକ

ନୂଆଦିଲ୍ଲୀ: ପ୍ରେମ ପ୍ରସ୍ତାବ ଗ୍ରହଣ ନକରିବାରୁ ଘରେ ପଶି ହାଣିଲା ପ୍ରେମିକ। କର୍ଣ୍ଣାଟକର ହୁବଳିରେ ଘଟିଛି ଏଭଳି ଘଟଣା। ମୃତକ ନିଜ ଘରେ ଥିବା ବେଳେ ଅଭିଯୁକ୍ତ ଘରେ ପଶି ତାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲା। ପରିବାର ଲୋ‌କେ ଚେଷ୍ଟା କରି ବି ତାଙ୍କୁ ଅଟକାଇ ପାରିନଥିଲେ। ମୃତକଙ୍କ ନାମ ଅଞ୍ଜଳି ଅମ୍ବିଗେରା(୨୦) ହୋଇଥିବା ବେଳେ ଅଭିଯୁକ୍ତର ନାମ ବିଶ୍ବ ସାୱନ୍ତ ବୋଲି ଜଣାପଡ଼ିଛି। ହତ୍ୟା କରିବା ପରେ ବିଶ୍ବ ଫେରାର ଥିବା ବେଳେ ଏବେ ଖୋଜିବା ଆରମ୍ଭ କରିଛି ପୁଲିସ।

ମିଳିଥିବା ସୂଚନା ମୁତାବକ, କିଛି ଦିନ ତଳେ ଅଞ୍ଜଳି ଅମ୍ବିଗେରାଙ୍କୁ ଭଲ ପାଉଥିବା କହିଥିଲେ ବିଶ୍ବ। ଏହା ସହ ମାତାପିତାଙ୍କୁ ଛାଡ଼ି ତାଙ୍କ ସହ ମହୀସୁରରେ ରହିବାକୁ ପ୍ରସ୍ତାବ ମଧ୍ୟ ଦେଇଥିଲେ। ହେଲେ ଏଭଳି କରିବାକୁ ମନା କରିଦେଇଥିଲେ ଅଞ୍ଜଳି। ପ୍ରସ୍ତାବ ଗ୍ରହଣ ନକରିବାରୁ ଅଞ୍ଜଳିଙ୍କୁ ହତ୍ୟା କରିବାର ଧମକ ଦେଇଥିଲେ ବିଶ୍ବ। ଏଭଳି ଧମକ ପାଇ ଅଞ୍ଜଳିଙ୍କ ପରିବାର ଲୋକେ ପୁଲିସରେ ଅଭିଯୋଗ କରିଥିଲେ ବି ଚିନ୍ତା ନ କରିବାକୁ କହିଥିଲା ପୁଲିସ। ପୁଲିସର ସାହାଯ୍ୟ ନମିଳିବାରୁ ଅସହାୟ ହୋଇ ବସିପଡ଼ିଥିଲେ ଅଞ୍ଜଳିଙ୍କ ପରିବାର। ଘଟଣା ଦିନ ଘରେ କେବଳ ଅଞ୍ଜଳି, ତାଙ୍କର ଦୁଇ ଭଉଣୀ ଓ ତାଙ୍କ ଜେଜେ ମା’ ଥିଲେ। ଏହି ସମୟରେ ବିଶ୍ବ ଘର ଭିତରକୁ ପଶି ଅଞ୍ଜଳିଙ୍କ ଉପରେ ଆକ୍ରମଣ କରିଥିଲା। ରକ୍ତାକ୍ତ ହୋଇ ଅଞ୍ଜଳି ତଳେ ପଡ଼ିଯିବାରୁ ସେଠାରୁ ଫେରାର ହୋଇଯାଇଥିଲା ବିଶ୍ବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe