Image Courtesy of India Today
ବେଙ୍ଗାଲୁରୁ: କର୍ଣ୍ଣାଟକର ଚିକ୍କବଲ୍ଲାପୁରରେ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀ’ର ପ୍ରେମିକଙ୍କ ତଣ୍ଟିକାଟି ରକ୍ତ ପିଉଥିବା ବେଳେ ତାଙ୍କର (ସ୍ବାମୀଙ୍କର) ଜଣେ ବନ୍ଧୁ ଉକ୍ତ ଦୃଶ୍ୟର ଭିଡିଓ ତାଙ୍କ ମୋବାଇଲ୍ ଫୋନ୍ରେ ଉତ୍ତୋଳନ କରିଥିଲେ।
ଉକ୍ତ ବୀଭତ୍ସ ଦୃଶ୍ୟ ଥିବା ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବା ପରେ ପୁଲିସ ସେ ରକ୍ତପିପାସୁ ବ୍ୟକ୍ତିଙ୍କୁ ଗିରଫ କରିଛି।
ସଂଗୃହୀତ ସୂଚନା ଅନୁସାରେ, ଘଟଣାଟି କର୍ଣ୍ଣାଟକ ରାଜ୍ୟର ଚିକ୍କବଲ୍ଲାପୁରମ୍ ଜିଲ୍ଲା ଅନ୍ତର୍ଗତ ଚିନ୍ତାମଣି ତାଲୁକରେ ଘଟିଛି। ଘଟଣାର ଅଭିଯୁକ୍ତ ହେଉଛନ୍ତି ବିଜୟ। ମାରେଶ ନାମରେ ଜଣେ ବ୍ୟକ୍ତିଙ୍କ ସହିତ ତାଙ୍କ ସ୍ତ୍ରୀ’ର ଅବୈଧ ସମ୍ପର୍କ ଅଛି ବୋଲି ତାଙ୍କର ସନ୍ଦେହ ହୋଇଥିଲା।
Image Courtesy of Times Nowsତେଣୁ, ଜୁନ୍ ୧୯ ତାରିଖ ଦିନ ବିଜୟ ଓ ତାଙ୍କ ବନ୍ଧୁ ଜନ୍ ମାରେଶଙ୍କୁ ନିକଟବର୍ତ୍ତୀ ଜଙ୍ଗଲକୁ ନେଇ ଯାଇଥିଲେ। ଜଙ୍ଗଲରେ ମାରଧର କରିବା ପରେ ବିଜୟ ଗୋଟାଏ ତୀକ୍ଷ୍ଣ ଅସ୍ତ୍ରରେ ମାରେଶଙ୍କ ତଣ୍ଟିକାଟି ପକାଇବା ପରେ ବୋହି ଆସୁଥିବା ରକ୍ତ ପିଇଯାଇଥିଲେ। ବନ୍ଧୁ ଜନ୍ ଏହି କାଣ୍ଡକୁ ତାଙ୍କ ମୋବାଇଲ୍ ଫୋନ୍ରେ ରେକର୍ଡ କରିଥିଲେ।
ତଣ୍ଟି କଟା ହୋଇଥିଲେ ସୁଦ୍ଧା ମାରେଶଙ୍କର ମୃତ୍ୟୁ ଘଟି ନ ଥିଲା। ଗୁରୁତର ଆହତ ଅବସ୍ଥାରେ ମାରେଶଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିଛି ଦିନ ପରେ ସୁସ୍ଥ ହୋଇ ସେ ଡାକ୍ତରଖାନାରୁ ଘରକୁ ଫେରିଛନ୍ତି। ତାଙ୍କ ଅଭିଯୋଗ ଆଧାରରେ ‘ଏଫ୍ଆଇଆର୍’ ପଞ୍ଜୀକରଣ କରି ପୁଲିସ ବିଜୟଙ୍କୁ ଗିରଫ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି।
କିନ୍ତୁ, ବୀଭତ୍ସ ଦୃଶ୍ୟସମ୍ବଳିତ ଏହି ଭିଡିଓ କିଭଳି ଲିକ୍ ହେଲା ତାହା ଜଣାପଡ଼ିନହିଁ।
Follow Us