ବ୍ଲାକ ଫଙ୍ଗସରେ ମହିଳାଙ୍କ ମୃତ୍ୟୁ ହେବାପରେ ସ୍ବାମୀ ଓ ୪ଜଣ ପିଲା କଲେ ଆତ୍ମହତ୍ୟା

ବ୍ଲାକ ଫଙ୍ଗସରେ ମହିଳାଙ୍କ ମୃତ୍ୟୁ ହେବାପରେ ସ୍ବାମୀ ଓ ୪ଜଣ ପିଲା କଲେ ଆତ୍ମହତ୍ୟା

ବେଙ୍ଗାଲୁରୁ: କର୍ଣ୍ଣାଟକର ବେଲଗାମ୍ ଜିଲ୍ଲାରେ ସ୍ତ୍ରୀର ମୃତ୍ୟୁ ହେବାପରେ ଜଣେ ଅବସରପ୍ରାପ୍ତ କର୍ମଚାରୀ ଏବଂ ତାଙ୍କର ୪ ଜଣ ଝିଅ ଆତ୍ମହତ୍ୟା କରିଥିବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି।

ପୁଲିସ ସୂତ୍ରରୁ ପ୍ରକାଶ, ଗତ ଶନିବାର ବେଲଗାମ ଜିଲ୍ଲା ହୁକେରି ନିକଟସ୍ଥ ଏକ ଗ୍ରାମରେ ବ୍ଲାକ୍‌ ଫଙ୍ଗସରେ ଶିକାର ହୋଇ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା। ସ୍ତ୍ରୀର ମୃତ୍ୟୁରେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥି‌ଲେ ୪୬ ବର୍ଷୀୟ ଗୋପାଳ ହାଦୀମଣୀ।

ଶେଷରେ କିଛି ଉପାୟ ନପାଇ ଗୋପାଳ ହାଦୀମଣୀ ତାଙ୍କର ୪ ଜଣ ଝିଅ ସୌମ୍ୟା (୧୯ ବର୍ଷ), ଶ୍ବେତା (୧୬), ସାକ୍ଷୀ (୧୧) ଏବଂ ଶ୍ରୀଜନ (୮) ଗତ ଶୁକ୍ରବାର ରାତିରେ ଆତ୍ମହତ୍ୟା କରି ଦେଇଥିଲେ।

ଗୋପାଳ ହାଦୀମଣୀଙ୍କ ପଡୋଶୀଙ୍କ କହିବାନୁସାରେ, ଶନିବାର ସକାଳେ ଗୋପାଳ ହାଦୀମଣୀ କି ତାଙ୍କ ପରିବାରର କେହି ବି ସଦସ୍ୟ ଦୀର୍ଘ ସମୟ ଧରି ଘରୁ ବାହାରକୁ ବାହାରି ନଥିଲେ । ଏନେଇ ତାଙ୍କୁ ସନ୍ଦେହ ହେବାରୁ ସେ ପୁଲିସକୁ ଖବର ଦେଇଥିଲେ ।

ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ସେମାନଙ୍କ ପରିବାରଲୋକଙ୍କୁ ଏହି ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe