ଇନ୍‌ଷ୍ଟାଗ୍ରାମ୍‌ରେ ବନ୍ଧୁତା କରିବା ଯୁବତୀଙ୍କୁ ମହଙ୍ଗା ପଡ଼ିଲା, ପ୍ରଥମ ଦେଖାରେ କୂଅକୁ ଠେଲିଦେଲେ ପୁରୁଷ ବନ୍ଧୁ

Advertisment
ଇନ୍‌ଷ୍ଟାଗ୍ରାମ୍‌ରେ ବନ୍ଧୁତା କରିବା ଯୁବତୀଙ୍କୁ ମହଙ୍ଗା ପଡ଼ିଲା, ପ୍ରଥମ ଦେଖାରେ କୂଅକୁ ଠେଲିଦେଲେ ପୁରୁଷ ବନ୍ଧୁ

www.indiatoday.in

ବେଙ୍ଗାଲୁର: ବେଳେ ବେଳେ ସୋସିଆଲ୍ ମିଡିଆର‌ ଭଲ ଦିଗଟି ଆମେ ଦେଖିବାକୁ ପାଇଥାଉ। ପୁଣି ବେଳେ ବେଳେ ଏହି ସୋସିଆଲ୍‌ ମିଡିଆର କୁପ୍ରଭାବର ବି ଉଦାହରଣ ଦେଖିବାକୁ ମିଳିଥାଏ। ବେଙ୍ଗାଲୁରର ଜଣେ ଯୁବତୀଙ୍କୁ ଇନ୍‌ଷ୍ଟାଗ୍ରାମ୍‌ରେ ବନ୍ଧୁତା କରିବା ମହଙ୍ଗା ପଡ଼ିଛି। ଜାଣିବାକୁ ମିଳିଛି ଯେ ଶନିବାର ଦିନ ବେଙ୍ଗାଲୁରର ଜଣେ ୨୨ ବର୍ଷୀୟା ଯୁବତୀଙ୍କୁ ତାଙ୍କ ଇନ୍‌ଷ୍ଟାଗ୍ର‌ାମ୍‌ ବନ୍ଧୁ ୬୦ ଫୁଟ୍‌ ଗଭୀର ବିଶିଷ୍ଟ ଏକ କୂଅକୁ ଠେଲି ଦେଇଛନ୍ତି।

ମଙ୍ଗଳବାର ଅଗ୍ନିଶମ ବିଭାଗ ଦ୍ୱାରା ଉଦ୍ଧାର ହୋଇଥିବା ମହିଳା ଜଣକ ବର୍ତ୍ତମାନ ଆହତ ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ମହିଳା ଜଣକ କୂଅ ଭିତରେ ଦୀର୍ଘ ୩ ଦିନ ବିତାଇବା ପରେ ଅତ୍ୟନ୍ତ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଥିଲେ। ତାଙ୍କ ହାତ ଭାଙ୍ଗିଯିବା ସହ ଶରୀରର ଅନେକ ସ୍ଥାନରେ କ୍ଷତ ଚିହ୍ନ ଦେଖିବାକୁ ମିଳିଛି।

ଅଭିଯୁକ୍ତଙ୍କ ନାମ ଆଦର୍ଶ। ଜାଣିବାକୁ ମିଳିଛି ଯେ ଆଦର୍ଶଙ୍କୁ ଏଯାବତ୍‌ ପୁଲିସ୍‌ ଗିରଫ କରିନାହିଁ। ବିଜୟପୁର ପୁଲିସ୍‌ ଥାନା‌ରେ ଆଦର୍ଶଙ୍କ ନାମରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି।

publive-image www.daijiworld.com

ଘଟଣାଟି ହେଉଛି ବେଙ୍ଗାଲୁର ଗ୍ରାମୀଣ ଜିଲ୍ଲାର ଦେବନାହଲ୍ଲୀ ଅଞ୍ଚଳରେ। ମହିଳା ଜଣକ ଇନ୍‌ଷ୍ଟାଗ୍ରାମ୍‌ରେ ଜଣେ ଯୁବକଙ୍କ ଯୋଗାଯୋଗରେ ଆସି ତାଙ୍କ ସହ ବନ୍ଧୁତା କରିଥିଲେ। ସେ ପ୍ରଥମ କରି ଯୁବକଙ୍କୁ ଭେଟିବାକୁ ଯାଇଥିବା ବେଳେ ଯୁବକ ଜଣକ ତାଙ୍କୁ କୂଅକୁ ଠେଲି ଦେଇଥିଲେ।

ମହିଳା କୂଅ ଭିତରେ ତିନି ଦିନ ବିନା ଖାଦ୍ୟରେ ଏବଂ ଏକ ଭଙ୍ଗା ହାତରେ ବିତାଇଲେ ଓ ଶେଷରେ ତାଙ୍କୁ ଅଗ୍ନିଶମ ବିଭାଗ ଉଦ୍ଧାର କରିଛି। ବିଜୟପୁର ପୁଲିସ୍‌ ଇନ୍ସପେକ୍ଟର କହିଛନ୍ତି, "ଆମେ ଏହି ଘଟଣାର ତଦନ୍ତ କରୁଛୁ। ଏକ ମାମଲା ରୁଜୁ ହୋଇଛି। ପୀଡ଼ିତା ଏବଂ ଅଭିଯୁକ୍ତ ସୋସିଆଲ ମିଡିଆ ମାଧ୍ୟମରେ ପରସ୍ପରକୁ ଜାଣିଥିଲେ ଏବଂ ଅପରାଧ ଘଟିବା ଦିନ ସେମାନଙ୍କର ପ୍ରଥମ ସାକ୍ଷାତ ହୋଇଥିଲା।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe