ନିର୍ବନ୍ଧର ତିନିଦିନ ପରେ ଯୁବତୀ ହେଲେ ଗଣଦୁଷ୍କର୍ମର ଶିକାର

Advertisment

ଉତ୍ତରପ୍ରଦେଶର କାଜଗଞ୍ଜରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଯୁବତୀ ତାଙ୍କ ଭାବି ସ୍ବାମୀଙ୍କ ସହିତ ବୁଲିବାକୁ ଯାଇଥିବା ବେଳେ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। 

ଉତ୍ତରପ୍ରଦେଶର କାଜଗଞ୍ଜରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଯୁବତୀ ତାଙ୍କ ଭାବି ସ୍ବାମୀଙ୍କ ସହିତ ବୁଲିବାକୁ ଯାଇଥିବା ବେଳେ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। 

ରଯସଂଯୗ୭

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର କାଜଗଞ୍ଜରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଯୁବତୀ ତାଙ୍କ ଭାବି ସ୍ବାମୀଙ୍କ ସହିତ ବୁଲିବାକୁ ଯାଇଥିବା ବେଳେ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। 

ସୂଚନାଯୋଗ୍ୟ, ନିର୍ବନ୍ଧ ହେବାର ତିନିଦିନ ପରେ ଯୁବତୀ ତାଙ୍କ ଭାବି ସ୍ବାମୀଙ୍କ ସହିତ ବୁଲିବାକୁ ଯାଇଥିଲେ। ବୁଲାବୁଲି ସାରି ଘରକୁ ଫେରିବା ବିଳମ୍ବ ହୋଇ ଯାଇଥିଲା। ରାତିରେ ଦୁହେଁ ଘରକୁ ଫେରୁଥିବା ବେଳେ ରାସ୍ତାରେ ହଠାତ ୭ରୁ ୮ଜଣ ଯୁବକ ଯୁବତୀ ଓ ତାଙ୍କ ଭାବି ସ୍ବାମୀଙ୍କୁ ରାସ୍ତାରେ ଅଟକାଇ ଦେଇଥିଲେ। 

ଯୁବକଙ୍କୁ ନିକଟସ୍ଥ ଏକ ଗଛରେ ବାନ୍ଧି ଦେଇଥିବା ବେଳେ ଯୁବତୀଙ୍କୁ ଜଣକ ପରେ ଜଣେ ଦୁଷ୍କର୍ମ କରି ଚାଲିଥିଲେ। ଅନ୍ୟମାନେ ଏହି ଘଟଣାର ଭିଡିଓ କରିଥିଲେ। ଯୁବତୀଙ୍କ ଅବସ୍ଥା ବିଗିଡ଼ିବା ଦେଖି ଦୁଷ୍କର୍ମକାରୀମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। 

ଏହାପରେ ବହୁତ କଷ୍ଟରେ ଯୁବତୀ ଓ ତାଙ୍କ ଭାବି ସ୍ବାମୀ ଘରେ ଆସି ପହଞ୍ଚିଥିଲେ। ଭୟରେ ଦୁହେଁ ଘରେ କାହାକୁ କିଛି ଜଣାଇ ନଥିଲେ। କିନ୍ତୁ ଦିନକୁ ଦିନ ଯୁବତୀଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବା ପରେ ଦୁହେଁ ପରିବାରଲୋକଙ୍କୁ ସେ ଲୋମଟାଙ୍କୁରା ଘଟଣା ବିଷୟରେ ଜଣାଇଥିଲେ। ଏହାପରେ ପରିବାର‌ଲୋକ ୧୧୨ ନମ୍ବରରେ ପୁଲିସକୁ ଫୋନ କରି ଘଟଣା ବିଷୟରେ ଅଭିଯୋଗ କରିଥିଲେ। 

ଏହି ଅଭିଯୋଗକୁ କେନ୍ଦ୍ର କରି ପୁଲିସ ଘଟଣାସ୍ଥଳରେ ଲାଗିଥିବା ସିସିଟିଭି ଫୁଟେଜ ଓ ଗାଡ଼ି ନମ୍ବର ଯାଞ୍ଚ କରି ଆଠଜଣ ଦୁଷ୍କର୍ମକାରୀଙ୍କ ବିରୋଧରେ ମାମଲା ରୁଜୁ କରି ପାଞ୍ଚଜଣଙ୍କୁ ହେପାଜତକୁ ନେଇଛି। 

ଗିରଫ ଦୁଷ୍କର୍ମକାରୀଙ୍କ ଠାରୁ ପୁଲିସ ଫୋନ ଜବତ କରିଥିଲା। ଜବତ ଫୋନରେ ଦୁଷ୍କର୍ମଘଟଣା କୈଦ ଥିବା ପୁଲିସ ଦେଖିବାକୁ ପାଇଥିବା ଏସପି ଅଙ୍କିତା ଶର୍ମା ସୂଚନାା ଦେଇ କହିଛନ୍ତି।   

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe