ରାମକଥା ଆୟୋଜନ କରାଇ ପତ୍ନୀଙ୍କୁ ହାତଛଡ଼ା କରିଲେ ପତି, ପ୍ରବଚକଙ୍କ ପ୍ରେମରେ ପଡ଼ି ବିବାହିତା ଘରଛାଡ଼ିଲେ

Advertisment
ରାମକଥା ଆୟୋଜନ କରାଇ ପତ୍ନୀଙ୍କୁ ହାତଛଡ଼ା କରିଲେ ପତି, ପ୍ରବଚକଙ୍କ ପ୍ରେମରେ ପଡ଼ି ବିବାହିତା ଘରଛାଡ଼ିଲେ

ଭୋପାଳ:  ମଧ୍ୟପ୍ରଦେଶର ଛତ୍ରପୁର ଅଂଚଳର ଜଣେ ବ୍ୟକ୍ତିଙ୍କୁ ରାମକଥା ପାଠ ଆୟୋଜନ କରାଇବା ଅତ୍ୟନ୍ତ ମହଙ୍ଗା ପଡିଛି। ରାମକଥା ପଢିବାକୁ ଆସିଥିବା କଥାବାଚକଙ୍କ ଶିଷ୍ୟ ବ୍ୟକ୍ତିଙ୍କ ପତ୍ନୀଙ୍କୁ ନେଇ ଫେରାର ହୋଇଯାଇଥିଲେ। ପୀଡିତାଙ୍କ ସ୍ୱାମୀ ସ୍ଥାନୀୟ ଥାନାରେ ଏ ସମ୍ପର୍କରେ ଅଭିଯୋଗ କରିଥିଲେ। ଏହା ଉପରେ ପୁଲିସ ଏକ ନିଖୋଜ ମାମଲା ରୁଜୁ କରିଥିଲା।

ଦୀର୍ଘ ଏକ ମାସ ପରେ ଅଭିଯୋଗକାରୀଙ୍କ ପତ୍ନୀ ମିଳିବା ପରେ ପୁଲିସ ତାଙ୍କ ବୟାନ ନେବାକୁ ପୁଲିସ ଷ୍ଟେସନକୁ ଡକାଯାଇଥିଲା। କିନ୍ତୁ ମହିଳା ଜଣକ ତାଙ୍କ ସ୍ୱାମୀଙ୍କ ସହ ରହିବାକୁ ମନା କରିଦେଇଥିଲେ ଏବଂ ଚିତ୍ରକୋଟ ଧାମର ଧୀରେନ୍ଦ୍ର ଆଚାର୍ଯ୍ୟଙ୍କ ଶିଷ୍ୟ ନରୋତ୍ତମ ଦାସ ଦୁବେଙ୍କ ସହ ରହିବାକୁ ଇଚ୍ଛା ପ୍ରକାଶ କରିଥିଲେ।

ସୂଚନାନୁସାରେ, ୨୦୨୧ ମସିହାରୁ ଏହି ମାମଲା ଆରମ୍ଭ ହୋଇଥିଲା। ମହିଳାଙ୍କ ସ୍ୱାମୀ ରାହୁଲ ତିୱାରୀ ଗୌରୀଶଙ୍କର ମନ୍ଦିରରେ ରାମକଥା ଆୟୋଜନ କରିଥିଲେ। କାହାଣୀ ପଢିବାପାଇଁ ଚିତ୍ରକୋଟ ଧାମର କଥାପ୍ରବଚକ ଧୀରେନ୍ଦ୍ର ଆଚାର୍ଯ୍ୟଙ୍କୁ ଡକାଯାଇଥିଲା। ଆଚାର୍ଯ୍ୟ ତାଙ୍କ ଶିଷ୍ୟ ନରୋତ୍ତମ ଦାସ ଦୁବେଙ୍କ ସହ ରାମକଥା ଗାୟନ କରିବାକୁ ଆସିଥିଲେ। ଏହି ରାମକଥା ଆୟୋଜନ ସମୟରେ ନରୋତ୍ତାମ ଦାସ ଦୁବେ ଆୟୋଜକଙ୍କ ପତ୍ନୀଙ୍କୁ  ପ୍ରେମଜାଲରେ ଫସାଇଥିଲେ ଏବଂ ପରେ ଦୁହେଁ ଦୁହିଁଙ୍କର ମୋବାଇଲ୍ ନମ୍ବର ନେବା ପରେ କଥା ହେବା ଆରମ୍ଭ କରିଥିଲେ। ଏପ୍ରିଲ ୫ରେ ନରୋତ୍ତମ ତାଙ୍କ ପତ୍ନୀଙ୍କୁ ଅପହରଣ କରିନେଇଥିବା ସେ ଅଭିଯୋଗ ଆଣିଥିଲେ ସ୍ୱାମୀ ରାହୁଲ।

ଏହି ଘଟଣାରେ ଜିଲ୍ଲାର ଏସପି ଅମିତ ସାଙ୍ଗି କହିଛନ୍ତି ଯେ, ବିବାଦ ହେତୁ ମହିଳା ଜଣକ ତାଙ୍କ ସ୍ୱାମୀଙ୍କ ସହ ରହିବାକୁ ଚାହୁଁନଥିଲେ ତେଣୁ କୈଣସି ମାମଲା ରୁଜୁ କରାଯାଇ ନାହିଁ। ତଥାପି ପୁଲିସ ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe