କେନ୍ଦ୍ରାପଡ଼ା (ସୁବ୍ରତ କୁମାର ସାମଲ): କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଥାନା ଅଡ଼ଙ୍ଗ ମଲ୍ଲୀକେଶରପୁର ଗ୍ରାମର ହରପ୍ରସାଦ ସାମଲଙ୍କ ଝିଅ ସ୍ବାତୀସ୍ବରୂପ ସାମଲ(୨୧)ଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ଉପରୁ ପରଦା ହଟିଛି। ପୁଲିସ ଏହି ଘଟଣାରେ ଅଭିଯୁକ୍ତ ପ୍ରେମିକ ନୟାଗଡ଼ ଜିଲ୍ଲା ଖଣ୍ତପଡ଼ା ଥାନା ମ˚ଗରାଜପୁର ଗ୍ରାମର ଶିବୁନା ନାୟକ(୨୨)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପ୍ରେମିକର ବାରମ୍ବାର ମାନସିକ ନିର୍ଯାତନା ସହିନପାରି ସ୍ବାତୀ ଆତ୍ମହତ୍ୟା କରିଥିବା ଥାନାଧିକାରୀ ତପନ ନାୟକ ସୂଚନା ଦେଇଛନ୍ତି।

Advertisment

ସୂଚନାନୁଯାୟୀ, ଗତ ୬ତାରିଖରେ ମାର୍ଶାଘାଇ ଥାନା କୁସୁନୁପୁରସ୍ଥିତ ମଣି ମନ୍ଦିର ନିକଟ ଲୁଣା ନଦୀରୁ ସ୍ବାତୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଏହା ପୂର୍ବ ଦିନ ତାଙ୍କ ବାପା ହରପ୍ରସାଦ ସାମଲ ଝିଅର ନିଖୋଜକୁ ନେଇ ଡେରାବିଶ ଥାନାରେ ଏତଲା ଦେଇଥିଲେ। ସ୍ବାତୀ ଗତ ୫ତାରିଖ ସକାଳ ପ୍ରାୟ ୮ଟା ବେଳେ କୋଚି˚ ନେବାକୁ କେନ୍ଦ୍ରାପଡ଼ା ଯାଇ ଆଉ ଘରକୁ ଫେରିନଥିଲେ। ତାଙ୍କ ମୋବାଇଲ୍‌ ବନ୍ଦ ରହିଥିଲା। ବାପା ଏ ନେଇ ସକାଳେ ଏତଲା ଦେବା ପରେ ସ˚ଧୢାରେ ଝିଅର ମୃତହେଦ ନଦୀରୁ ଉଦ୍ଧାର ହୋଇଥିଲା। ଝିଅର ଏଭଳି ମୃତ୍ୟୁକୁ ପରିବାର ଲୋକ ସହଜରେ ଗ୍ରହଣ କରିପାରିନଥିଲେ। ଝିଅକୁ ହତ୍ୟା କରାଯାଇଥିବା ନେଇ ତାଙ୍କ ବାପା ମାର୍ଶାଘାଇ ଥାନାରେ ଏତଲା ଦେଇଥିଲେ।

ଆହୁରି ପଢ଼ନ୍ତୁ: e-Lok Bhawan Odisha App: ଭାରତର ପ୍ରଥମ: ‘ଇ-ଲୋକଭବନ ଓଡ଼ିଶା ଆପ୍’ର ଶୁଭାରମ୍ଭ କଲେ ରାଜ୍ୟପାଳ

ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତରୁ ଜାଣିବାକୁ ପାଇଥିଲା ଯେ ସ୍ବାତୀଙ୍କର ଅଭିଯୁକ୍ତ ଶିବୁନାଙ୍କ ସହିତ ପ୍ରେମ ସ˚ପର୍କ ଥିଲା। ଦୁହିଁଙ୍କର ଭୁବନେଶ୍ବରର ଏକ ଯୁକ୍ତ ଦୁଇ କୋଚି˚ ସେଣ୍ଟର‌୍‌ରେ ପରିଚୟ ହୋଇଥିଲା। ପରେ ଏହା ପ୍ରେମରେ ପରିଣତ ହୋଇଯାଇଥିଲା। ପୁଲିସ କହିବାନୁଯାୟୀ ଅଭିଯୁକ୍ତ ପ୍ରେମିକ ବିଭିନ୍ନ ସମୟରେ ସନ୍ଦେହ କରି ସ୍ବାତୀଙ୍କୁ ନିର୍ଯାତନା ଦେଇ ଆସୁଥିଲା। ଏହାକୁ ନେଇ ଉଭୟଙ୍କ ମଧୢରେ ଅନେକ ସମୟରେ ପାଟିତୁଣ୍ତ ହେଉଥିଲା ଏବ˚ ପରେ ପୁଣି ମିଶି ଯାଉଥିଲେ। ଏପରିକି ଉଭୟଙ୍କ ନିବିଡ଼ ସ˚ପର୍କ ବିଷୟରେ ପରିବାର ଲୋକଙ୍କୁ ଜଣାଇଦେବ କହି ସ୍ବାତୀଙ୍କୁ ବିଭିନ୍ନ ସମୟରେ ବ୍ଲାକମେଲ୍‌ କରୁଥିଲା। ଏହାକୁ ନେଇ ଦୀର୍ଘ ଦିନ ମନସ୍ତାପରେ ରହିବା ପରେ ନଦୀକୁ ଡେଇଁ ଆତ୍ମହତ୍ୟା କରି ଚରମ ନିଷ୍ପତ୍ତି ସ୍ବାତୀ ନେଇଥିଲେ ବୋଲି ପୁଲିସ କହିଛି। ଫୋନ୍‌ ସିଡିଆର‌୍‌ରେ ଶିବୁନାଙ୍କ ବିଷୟରେ ଜଣାପଡ଼ିବା ପରେ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ଯୁକ୍ତ ଦୁଇ କଲେଜରୁ ଗିରଫ କରାଯାଇଥିବା ଥାନାଧିକାରୀ ଶ୍ରୀ ନାୟକ ସୂଚନା ଦେଇଛନ୍ତି।