ରକ୍ଷକ ସାଜିଲା ଭକ୍ଷକ! ନିଜ ବାପ ଦ୍ବାରା ଦୁଷ୍କର୍ମର ଶିକାର ହୋଇ ଗର୍ଭବତୀ ହେଲା ଝିଅ

ରକ୍ଷକ ସାଜିଲା ଭକ୍ଷକ! ନିଜ ବାପ ଦ୍ବାରା ଦୁଷ୍କର୍ମର ଶିକାର ହୋଇ ଗର୍ଭବତୀ ହେଲା ଝିଅ

India.com

କୋଲାମ: ବାହାରର ଦୁଷ୍ଟ ଲୋକଙ୍କ ନଜରରୁ ନିଜ ଝିଅକୁ ସବୁଠାରୁ ଅଧିକ ଯଦି କିଏ ସୁରକ୍ଷା ପ୍ରଦାନ କରୁଥାନ୍ତି ସେ ହେଉଛନ୍ତି ବାପା। ମାତ୍ର କେରଳର କୋଲମ୍ ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ନିଜ ଝିଅ ସହ ଦୁଷ୍କର୍ମ କରି ତାକୁ ଗର୍ଭବତୀ କରିଥିବା ଅଭିଯୋଗରେ ଅଭିଯୁକ୍ତ ବାପାକୁ ପୁଲିସ୍‌ ଗିରଫ କରିଛି। ବ୍ୟକ୍ତି ଜଣକ ଝିଅ ସହ ଏହି ଘୃଣିତ ଓ ଲଜ୍ଜାଜନକ କାର୍ଯ୍ୟ ନିଜ ଘରେ କରୁଥିଲେ ବୋଲି ସୂଚନା ରହିଛି। ତେବେ, ଏହି ମାମଲାର ତଦନ୍ତ କରି ପୁଲିସ୍‌ ଅଭିଯୁକ୍ତ ବାପାଙ୍କ ସହ ଅନ୍ୟ ଜଣକୁ ମଧ୍ୟ ଗିରଫ କରିଛି।

ଦୁଷ୍କର୍ମ ପୀଡ଼ିତାଙ୍କ ଭାଇର ଜଣେ ବନ୍ଧୁଙ୍କ ନାମରେ ଅଭିଯୋଗ ଅଣାଯାଇ ତାଙ୍କୁ ଗତବର୍ଷ ଅକ୍ଟୋବରରେ ଗିରଫ କରାଯାଇଛି। ଗଣମାଧ୍ୟମରେ ବାହାରିଥିବା ରିପୋର୍ଟ ମୁତାବକ, ପୀଡ଼ିତା ଜଣକ ଯେତେବେଳେ ତାଙ୍କ ପେଟରେ ଯନ୍ତ୍ରଣା ହେଉଛି ବୋଲି କହି ହସ୍ପିଟାଲ୍‌ରେ ଭର୍ତ୍ତି ‌ହେଲେ ସେତେବେଳେ ଯାଇ ସେ ଗର୍ଭବତୀ ହେବା କଥା ଜଣାପଡ଼ିଲା ଓ ଧୀରେ ଧୀରେ ସବୁ କିଛି ସାମ୍ନାକୁ ଆସିଗଲା।

ପୀଡ଼ିତାଙ୍କୁ ପ୍ରଥମେ କାଉନ୍‌ସେଲିଂ କରାଯିବା ବେଳେ ସେ ତାଙ୍କ ଭାଇଙ୍କ ବନ୍ଧୁ ଦ୍ବାରା ଦୁଷ୍କର୍ମର ଶିକାର ହୋଇଥିବା କହିଥିଲେ। ପୀଡ଼ିତାଙ୍କ ବୟାନ ଶୁଣିବା ପରେ ପୁଲିସ୍‌ ୨୨ ବର୍ଷୀୟ ଉକ୍ତ ଯୁବକଙ୍କୁ ଗିରଫ କରିଛି।  ଦ୍ବିତୀୟ କାଉନ୍‌ସେଲିଂ ବେଳେ ପୀଡ଼ିତା ନିଜ ବାପାଙ୍କ ନାମ‌ ନେଇଥିଲେ। ପୁଲିସ୍‌ ଏ ନେଇ ଏକ ମମଲା ରୁଜୁ କରି ଘଟଣାର ପୁଙ୍ଖାନୁପୁଙ୍ଖ‌ ତଦନ୍ତ କରିବା ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe