ସ୍କୁଲରେ ନିଜର ଇଚ୍ଛା ପୁରଣ କରିବା ପାଇଁ ଛାତ୍ର-ଛାତ୍ରୀଙ୍କୁ ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ କରୁଥିଲେ ଶିକ୍ଷକ, ଏଭଳି ସାମ୍ନାକୁ ଆସିଲା ଘଟଣା

Advertisment
ସ୍କୁଲରେ ନିଜର ଇଚ୍ଛା ପୁରଣ କରିବା ପାଇଁ ଛାତ୍ର-ଛାତ୍ରୀଙ୍କୁ ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ କରୁଥିଲେ ଶିକ୍ଷକ, ଏଭଳି ସାମ୍ନାକୁ ଆସିଲା ଘଟଣା

timesnownews.com

କେରଳ: କେରଳର ନେଡୁମଙ୍ଗଡରେ ଥିବା ଏକ ସରକାରୀ ସ୍କୁଲରେ ଘଟିଥିବା ଘଟଣା ଏବେ ସମସ୍ତଙ୍କୁ ଚମମକାଇ ଦେଇଛି। ସ୍କୁଲର ଶ୍ରେଣୀଗୃହ ମଧ୍ୟରେ ପାଠ ପଢ଼ାଇବା ପରିବର୍ତ୍ତେ ଅଭିଯୁକ୍ତ ଶିକ୍ଷକ ଯେଉଁ କାମ କରୁଥିଲେ, ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଅପରାଧ ସାମ୍ନାକୁ ଆସିବା ପରେ ପୁଲିସ ପୋସ୍କୋ ଅଧିନିୟମ ଅନୁଯାୟୀ ଅଭିଯୁକ୍ତ ବବି ସି. ଜୋସେଫଙ୍କ ନାଁରେ ଏତଲା ରୁଜୁ କରିଥିବା ଜଣା ପଡ଼ିଛି।

publive-image Daily Mail

ସୂଚନା ମୁତାବକ, ବବି ସ୍କୁଲକୁ ଆସିବା ପରେ ଶ୍ରେଣୀଗୃହକୁ ଯାଇ ଛାତ୍ରୀ-ଛାତ୍ରୀଙ୍କୁ ପରସ୍ପର ସହ ଶାରୀରିକ ସଂପର୍କ ରଖିବା ପାଇଁ କହୁଥିଲେ। ନ ମାନିଲେ ସେମାନଙ୍କ ସହ ଅସଦାଚରଣ କରୁଥିଲେ। ବାରମ୍ବାର ଏଭଳି ହେବାରୁ ଜଣେ ଏକାଦଶରେ ପଢ଼ୁଥିବା ଛାତ୍ର ଏକ ସାଧା କାଗଜରେ ପୁରା ଘଟଣା ଲେଖି ସ୍କୁଲରେ ଲାଗିଥିବା ଡ୍ରପବକ୍ସରେ ପକାଇ ଦେଇଥିଲେ। ଯାହାକୁ ସ୍କୁଲର ଜଣେ ଶିକ୍ଷକ ଦେଖିବା ସହ ଚିଠି ବିଷୟରେ ସ୍କୁଲର ପ୍ରଧାନଶିକ୍ଷକଙ୍କୁ ଜଣାଇଥିଲେ। ଘଟଣା ବିଷୟରେ ଜାଣି ପ୍ରଧାନଶିକ୍ଷକ ଛାତ୍ର-ଛାତ୍ରୀମାନଙ୍କୁ ଏ ନେଇ ପଚାରିବା ପରେ ଅନ୍ୟ ୯ଜଣ ଛାତ୍ର-ଛାତ୍ରୀ  ବବିଙ୍କ ବିରୋଧରେ ଲିଖିତ ଅଭିଯୋଗ ଦେଇଥିଲେ। ଅଭିଯୋଗ ପାଇ ସ୍କୁଲ ପକ୍ଷରୁ ଜିଲ୍ଲା ଶିଶୁ ସଂରକ୍ଷଣ ୟୁନିଟକୁ ଖବର ଦିଆଯାଇଥିଲା। ଖବର ପାଇ ଛାତ୍ର-ଛାତ୍ରୀଙ୍କ ସହ କଥା ହେବା ପରେ ଏବେ ଜିଲ୍ଲା ଶିଶୁ ସଂରକ୍ଷଣ ୟୁନିଟ ବବିଙ୍କ ବିରୋଧରେ ଏତଲା ଲେଖାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe