ଘରେ ପଶି ସ୍ତ୍ରୀର ପ୍ରେମିକଙ୍କ ଗୁପ୍ତାଙ୍ଗକୁ ଗୁଳି କଲେ ସ୍ବାମୀ, ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ ପୀଡ଼ିତ

Advertisment
ଘରେ ପଶି ସ୍ତ୍ରୀର ପ୍ରେମିକଙ୍କ ଗୁପ୍ତାଙ୍ଗକୁ ଗୁଳି କଲେ ସ୍ବାମୀ, ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ ପୀଡ଼ିତ

www.timesnownews.com

କୋଟାୟାମ୍‌: କେରଳରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କ ପ୍ରେମିକଙ୍କ ଗୁପ୍ତାଙ୍ଗକୁ ଗଳି କରି ତାଙ୍କୁ ଆହତ କରାଇଥିବା ଅଭିଯୋଗ ହୋଇଛି। ୪୬ ବର୍ଷୀୟ ବ୍ୟକ୍ତି ଜଣଙ୍କ ତାଙ୍କ ପତ୍ନୀଙ୍କ ୪୫ ବର୍ଷୀୟ ପ୍ରେମିକଙ୍କୁ ଶନିବାର ଗୁଳି କରିବା ପରେ ସେ ଏବେ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି।

ଖବର ଅନୁଯାୟୀ, କୋଟାୟାମ ବାସିନ୍ଦା ୪୦ ବର୍ଷୀୟା ମହିଳା ଜଣକ ନିଜ ପ୍ରେମିକ ସହିତ ଆଲାପୁଜା ଜିଲ୍ଲାର ଚେଙ୍ଗାନୁର ଅଞ୍ଚଳରେ ଥିବା ମୁଣ୍ଡାକାଭିରେ ରହୁଥିଲେ। ସେ ଓ ତାଙ୍କ ସ୍ବାମୀ ପୂର୍ବରୁ ପାରସ୍ପରିକ ଛାଡପତ୍ର ପାଇଁ ଆବେଦନ କରିଥିଲେ।

ପ୍ରକାଶ ଥାଉକି, ଦି ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସ୍ ର ରିପୋର୍ଟ ଅନୁଯାୟୀ, ଶନିବାର ଦିନ ମହିଳାଙ୍କ ସ୍ୱାମୀ ରାଗରେ ତମତମ ହୋଇ ମହିଳାଙ୍କ ପ୍ରେମିକଙ୍କ ବାସଭବନରେ ପହଞ୍ଚିଥିଲେ ଓ ଏକ ବନ୍ଧୁକ ବ୍ୟବହାର କରି ତାଙ୍କ ବ୍ୟକ୍ତିଗତ ଅଙ୍ଗ ଉପରେ ଗୁଳି ଚଳାଇଥିଲେ। ଫଳରେ ପ୍ରେମିକ ଜଣକ ଗୁରୁତର ଆହତ ହୋଇ ପଡ଼ିବାରୁ ତାଙ୍କୁ ଚିକିତ୍ସା ପାଇଁ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଏ ନେଇ ଏଯାବତ୍‌ ପୁଲିସ୍‌ରେ କୌଣସି ମାମଲା ରୁଜୁ ହୋଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe