କାରକୁ ଧରି ଛିଡ଼ା ହୋଇଥିବାରୁ ୬ବର୍ଷ ଶିଶୁ ଛାତିକୁ ଗୋଇଠା ମାରିଲେ ଚାଳକ

Advertisment
କାରକୁ ଧରି ଛିଡ଼ା ହୋଇଥିବାରୁ ୬ବର୍ଷ ଶିଶୁ ଛାତିକୁ ଗୋଇଠା ମାରିଲେ ଚାଳକ

ନୂଆଦିଲ୍ଲୀ: କେରଳର ଜଣେ ବ୍ୟକ୍ତିଙ୍କ ବିରୋଧରେ ୬ ବର୍ଷର ଶିଶୁକୁ ପିଟିବା ଅଭିଯୋଗରେ ମାମଲା ରୁଜୁ ହୋଇଛି। ୬ବର୍ଷ ଶିଶୁ ଜଣକ କାର ସାହାଯ୍ୟରେ ଛିଡ଼ ହୋଇଥିଲା। ଏଥିରେ ଚାଳକ ଜଣକ ରାଗି ଯାଇ ତାର ଛାତିକୁ ଗୋଇଠା ମାରିଥିଲେ। ଏହି ଘଟଣାର ଭିଡିଓ ସିସିଟିଭିରେ କୈଦ ହୋଇଯାଇଛି। ଭିଡିଓ ଦେଖି ଲେ‌ାକେ କହୁଛନ୍ତି ଚାଳକଙ୍କ ମାନବିକତା କ’ଣ ମରିଯାଇଛି କି?

ଭିଡିଓରେ ଏହା ଦେଖିବାକୁ ମିଳୁଛି ଯେ ଏକ ବ୍ୟସ୍ତବହୁଳ ରାସ୍ତାରେ ଧଳା କାର ପାର୍କିଂ ହୋଇଛି। ଏହି କାର ସାହାଯ୍ୟରେ ଜଣେ ୬ବର୍ଷର ପିଲା ଆସି ଠିଆ ହୋଇଛି। ଏହି ସମୟରେ କାର ଚାଳକ ଆସି ୬ବର୍ଷ ଶିଶୁକୁ କିଛି କହିବା ସହିତ ତାର ଛାତିରେ ଶକ୍ତ ଗୋଇଠା ପକାଇଥିଲେ।।

ଉକ୍ତ ଶିଶୁ ଜଣକ ରାଜସ୍ଥାନର ଏକ ପ୍ରବାସୀ ଶ୍ରମିକ ପରିବାରର ଥିବା ଜଣାପଡ଼ିଛି। ଯନ୍ତ୍ରଣାରେ ଛଟପଟ ହୋଇ ପିଲାଟି ଗାଡ଼ି ପାଖରୁ ଚାଲିଯିବା ପରେ ଅଭିଯୁକ୍ତ ତାଙ୍କ କାର ନେଇ ଘଟଣାସ୍ଥଳରୁ ଚାଲି ଯାଉଥିଲେ। ଏହି ସମୟରେ କିଛି ସ୍ଥାନୀୟ ଲୋକ କାରକୁ ଘେରି ଯାଇ ଚାଳକଙ୍କୁ କାବୁ କରି ପଚରାଉଚରା ଆରମ୍ଭ କରିଥିଲେ। କିନ୍ତୁ ଅଭିଯୁକ୍ତ କାହାରି କିଛି କଥା ନଶୁଣି ସେଠାରୁ ଚମ୍ପଟ ମାରିଥିଲେ। ଅଭିଯୁକ୍ତ ଡ୍ରାଇଭରଙ୍କ ନାମ  ଶିହଶାଦ ବୋଲି ଜଣାପଡ଼ିଛି।  ସ୍ଥାନୀୟ ଲୋକେ ଏନେଇ ପୁଲିସର ଅଭିଯୋଗ କରିବା ପରେ ପୁଲିସ ଶିହଶାଦ ବିରୋଧରେ ଏକ ମାମଲା ରୁଜୁ କରି ତାଙ୍କୁ ଗିରଫ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe