ଦୁଷ୍କର୍ମ ପ୍ରତିରୋଧ ଉଦ୍ୟମ କରିବାରୁ ମହିଳାଙ୍କ ଶିଶୁକନ୍ୟାକୁ କାଟି ପକାଇଲା ଜଣେ କେରଳୀ ଲୋକ

Advertisment
ଦୁଷ୍କର୍ମ ପ୍ରତିରୋଧ ଉଦ୍ୟମ କରିବାରୁ ମହିଳାଙ୍କ ଶିଶୁକନ୍ୟାକୁ କାଟି ପକାଇଲା ଜଣେ କେରଳୀ ଲୋକ

Image Courtesy of India Today

ନୂଆଦିଲ୍ଲୀ: କେରଳର ମଲପ୍ପୁରମ୍‌ ଜିଲ୍ଲାର ମଞ୍ଜେରିରେ ଦୁଷ୍କର୍ମ ଜଣେ ମହିଳାଙ୍କ ସହ ଦୁଷ୍କର୍ମ ଉଦ୍ୟମ କରି ବିଫଳ ହେବା ପରେ ପ୍ରତିଶୋଧ ନେବା ପାଇଁ ଜଣେ ବ୍ୟକ୍ତି ତାଙ୍କ ଶିଶୁ କନ୍ୟାର ଗୋଡ଼ କାଟି ପକାଇଛି।

ଦୁଷ୍କର୍ମ ଉଦ୍ୟମକାରୀ ବ୍ୟକ୍ତି ଆୟୁବ୍‌ ଜଣେ ଅଭ୍ୟାସଗତ ଅପରାଧୀ।

ସେ ମହିଳାଜଣକ ବାସହୀନା ହୋଇଥିବାରୁ ମଞ୍ଜେରିର ଆଇଜିବିଟି ବସ୍‌ଷ୍ଟାଣ୍ଡ୍‌ରେ ରହୁଥିଲେ। ଆୟୁବ ତାଙ୍କୁ ଆକ୍ରମଣ କରିବା ବେଳେ ସେ ଏବଂ ତାଙ୍କ ପୁଅ ଏହାର ପ୍ରତିରୋଧ କରିଥିଲେ।

ଫଳରେ ଆୟୁବ ଗୋଟାଏ ଛୁରି କାଢ଼ି ସେ ମହିଳାଙ୍କ ନ ମାସିଆ ଝିଅ ଗୋଡ଼କୁ ଗଭିରିଆ କରି କାଟି ପକାଇଲା। ସେ ମହିଳା ଓ ତାଙ୍କୁ ପୁଅ କୌଣସି ମତେ ଛୁରି ଆକ୍ରମଣରୁ ଖସି ଯାଇଥିଲେ।

ଆକ୍ରମଣ ଘଟନାର ଠିକ୍‌ ପରେ ପରେ ଥାନାରେ ଅଭିଯୋଗ କରିବା ସତ୍ତ୍ୱେ ପୁଲିସ ନିଷ୍କ୍ରିୟ ରହିଥିବା କଥା ମହିଳାଙ୍କ ସ୍ୱାମୀ କହୁଛନ୍ତି।

ସେ ମହିଳା ଏବଂ ପୀଡ଼ିତା ଶିଶୁଟିକୁ ରେସ୍କ୍ୟୁ ହୋମ୍‌ ପଠାଯିବାର ବ୍ୟବସ୍ଥା ହେଉଛି ବୋଲି ଶୁଣିବାକୁ ମିଳୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe