୪ର୍ଥ ଶ୍ରେଣୀରେ ହୋଇଥିବା ଝଗଡ଼ାର ୫୦ବର୍ଷ ପରେ ପ୍ରତିଶୋଧ ନେଲେ ଦୁଇଜଣ ସାଙ୍ଗ

କେରଳର କାସରଗୋଡ଼ ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଦୁଇଜଣ ସାଙ୍ଗ ମିଶି ପିଲାଦିନେ ହୋଇଥିବା ଝଗଡ଼ାର ୫୦ବର୍ଷ ପରେ ପ୍ରତିଶୋଧ ନେଇଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ବୃଦ୍ଧ ଆହତ।

re

ନୂଆଦିଲ୍ଲୀ: କେରଳର କାସରଗୋଡ଼ ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଦୁଇଜଣ ସାଙ୍ଗ ମିଶି ପିଲାଦିନର ଝଗଡ଼ାର ୫୦ବର୍ଷ ପରେ ପ୍ରତିଶୋଧ ନେଇଥିବା ଅଭିଯୋଗ ହୋଇଛି।

ସୂଚନାଯୋଗ୍ୟ, କାସରଗୋଡ଼ରେ ବସବାସ କରୁଥିବା ମାଲୋଥୁ ବାଲକୃଷ୍ଣନ ଓ ମ୍ୟାଥୁ ନାମକ ଦୁଇଜଣସାଙ୍ଗ ମିଶି ବାବୁ ନାମକ ଜଣେ ବ୍ୟକ୍ତିଙ୍କ ଉପରେ ଆକ୍ରମଣ କରିଥିଲେ। 

ଏହି ଆକ୍ରମଣ ନେଇ ବାବୁ ପୁଲିସରେ ଅଭିଯୋଗ କରିଥିଲେ। ଯାଞ୍ଚ ସମୟରେ ଜଣାପଡ଼ିଛି କି ବାଲକୃଷ୍ଣନ ଓ ମ୍ୟାଥୁ ୫୦ବର୍ଷ ପୁରୁଣା ଝଗଡ଼ାର ପ୍ରତିଶୋଧ ନେବା ପାଇଁ ଯୋଜନା କରି ଭେଟ କରିବାପାଇଁ ବାବୁ (୬୨ବର୍ଷ)ଙ୍କୁ ଡାକିଥିଲେ।

ବାବୁ ଦୁଇଜଣସାଙ୍ଗ କହିଥିବା ସ୍ଥାନରେ ଯାଇ ପହଞ୍ଚିବା ପରେ ତାଙ୍କ ଉପରେ ଆକ୍ରମଣ କରିଥିଲେ ବାଲକୃଷ୍ଣନ ଓ ମ୍ୟାଥୁ  । ଏହି ଆକ୍ରମଣରେ ବାବୁଙ୍କ ଗାଲରେ ଆଘାତ ଲାଗିବା ସହିତ ତାଙ୍କ ଦୁଇଟିଦାନ୍ତ ଭାଙ୍ଗି ଯାଇଥିଲା। ସ୍ଥାନୀୟଲୋକେ ତୁରନ୍ତ ବାବୁଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ।

ବାଲକୃଷ୍ଣନ, ମ୍ୟାଥୁ  ଓ ବାବୁ ତିନିଜଣ ସାଙ୍ଗ ହୋଇ ପାଠପଢ଼ୁଥିଲେ। ୪ର୍ଥ ଶ୍ରେଣୀରେ ବାବୁଙ୍କ ସହିତ ବାଲକୃଷ୍ଣନ ଓ ମ୍ୟାଥୁଙ୍କ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା।  ଏହି ଝଗଡ଼ାରେ ବାଲକୃଷ୍ଣନ ଓ ମ୍ୟାଥୁଙ୍କୁ ବାବୁ ନିସ୍ତୁକମାଡ଼ ମାରିଥିଲେ।

କିଛିଦିନ ତଳେ ପୁଣି ଏହି ଘଟଣାକୁ ନେଇ ତିନିଜଣଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ତେଣୁ ବାଲକୃଷ୍ଣନ ଓ ମ୍ୟାଥୁ ୫୦ବର୍ଷ ପୁରୁଣା ଝଗଡ଼ାର ପ୍ରତିଶୋଧ ନେବା ପାଇଁ ବାବୁଙ୍କ ଉପରେ ଆକ୍ରମଣ କରି ଆହତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe