ୟେମେନରୁ ଆସିଲା ବଡ଼ ଖବର, ସ୍ଥଗିତ ରହିଲା କେରଳୀ ନର୍ସଙ୍କ ଫାଶୀଦଣ୍ଡ

Advertisment
New Project (40)

ନୂଆଦିଲ୍ଲୀ: ମିଳିଲା ନୂଆ ଜୀବନ। ମୃତ୍ୟୁର ଅତି ପାଖକୁ ଯାଇ ଫେରିଲେ କେରଳର ନର୍ସ ନିମିଶା ପ୍ରିୟା। ଆସନ୍ତାକାଲି ତାଙ୍କୁ ଫାଶୀ ଦିଆଯିବାର ଥିଲା। ହେଲେ ବର୍ତ୍ତମାନ ଫାଶୀଦଣ୍ଡକୁ ପାଇଁ ସ୍ଥଗିତ ରଖାଯାଇଛି। ଭାରତ ସରକାର ନିମିଶା ପ୍ରିୟାକୁ ଫାଶୀରୁ ରକ୍ଷା କରିବା ପାଇଁ ଯଥାସମ୍ଭବ ଚେଷ୍ଟା କରୁଥିଲେ। କୁହାଯାଉଥିଲା ଯେ, ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ତାଙ୍କୁ ବଞ୍ଚାଇବା କଷ୍ଟକର। କିନ୍ତୁ ଏବେ ଖବର ଆସିଛି ଯେ ତାଙ୍କ ଫାଶୀକୁ ସ୍ଥଗିତ ରଖାଯାଇଛି।

ନିମିଶାଙ୍କ ଓକିଲ କହିଛନ୍ତି ଯେ, "ୟେମେନି କର୍ତ୍ତୃପକ୍ଷ ଶେଷ ମୁହୂର୍ତ୍ତରେ ଏହି ନିଷ୍ପତ୍ତିକୁ ସ୍ଥଗିତ ରଖିଛନ୍ତି। ଭାରତ ସରକାରଙ୍କ ଅନୁରୋଧ ସହ ନିମିଶାଙ୍କ ମା’ଙ୍କ ନିବେଦନ ପରେ ଏହି ନିଷ୍ପତ୍ତି ନିଆଯାଇଛି।" ତେବେ ଏହି ଘଟଣାରେ ଆଗକୁ ନିମିଶାଙ୍କୁ ଫାଶୀଦଣ୍ଡ ମିଳିବ ନା ଆଜୀବନ କାରାଦଣ୍ଡ ଦିଆଯିବ ତାହା ସ୍ପଷ୍ଟ ହେବ।

ଉଲ୍ଲେଖଯୋଗ୍ୟ, ୟେମେନରେ ରହୁଥିବା ଜଣେ ଭାରତୀୟ ନର୍ସ ଟଙ୍କା ରୋଜଗାର ପାଇଁ ସେଠାକୁ ଯାଇଥିଲେ। ଟଙ୍କା ରୋଜଗାର କରି ସେ ନିଜ ପରିବାରର ଦାୟିତ୍ବ ନେବେ ଓ ନିଜର ଏକ କ୍ଲିନିକ ଖୋଲିବେ ବୋଲି ଭାବିଥିଲେ। ହେଲେ କିଛି ବର୍ଷ ମଧ୍ୟରେ ତାଙ୍କର ସବୁ ସ୍ବପ୍ନ ଭାଙ୍ଗି ଚୁରମାର ହୋଇଯାଇଥିଲେ। ନର୍ସ ପରିବର୍ତ୍ତେ ସେ ବନିଯାଇଥିଲେ କଏଦୀ।

୨୦୧୭ରେ ୟେମେନ ନାଗରିକ ତଲଲ ଅବଦୋ ମହଦିଙ୍କ ହତ୍ୟା ମାମଲାରେ ନର୍ସ ନିମିଶା ପ୍ରିୟା ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏକ ବର୍ଷ ପରେ ତାଙ୍କୁ ୟେମେନର ଏକ ଟ୍ରାଏଲ କୋର୍ଟ ଦ୍ୱାରା ମୃତ୍ୟୁଦଣ୍ଡ ଦିଆଯାଇଥିଲା। ସେହି ଦିନଠାରୁ ନର୍ସଙ୍କ ପରିବାର ଝିଅକୁ ମୁକ୍ତ କରିବା ପାଇଁ ସଂଗ୍ରାମ କରିଆସୁଛନ୍ତି। ଟ୍ରାଏଲ କୋର୍ଟର ଆଦେଶ ବିରୋଧରେ ନର୍ସଙ୍କ ପରିବାର ୟେମେନର ସୁପ୍ରିମକୋର୍ଟଙ୍କ ନିକଟକୁ ମଧ୍ୟ ଯାଇଥିଲେ। କିନ୍ତୁ ୨୦୨୩ ମସିହାରେ ତାଙ୍କ ଆବେଦନ ଖାରଜ କରାଯାଇଥିଲା। ଏହା ପରେ ୟେମେନର ରାଷ୍ଟ୍ରପତି ୨୦୨୪ରେ ମଧ୍ୟ ନର୍ସଙ୍କ ପରିବାର ଆବେଦନକୁ ଖାରଜ କରି ମୃତ୍ୟୁଦଣ୍ଡକୁ ଅନୁମୋଦନ ଦେଇଥିଲେ। ନର୍ସଙ୍କ ମୁକ୍ତି ତଲଲ ଅବଦୋ ମହଦିଙ୍କ ପରିବାର ଏବଂ ତାଙ୍କ ଆଦିବାସୀ ନେତାଙ୍କ କ୍ଷମା ଉପରେ ନିର୍ଭରଶୀଳ ଥିଲା। ସେମାନେ କ୍ଷମା ନଦେବାରୁ ନର୍ସଙ୍କ ମୃତ୍ୟୁଦଣ୍ଡକୁ ଗ୍ରହଣ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe