Image Courtesy of The New Indian Express
ତିରୁବନନ୍ତପୁରମ୍: ଶାରୀରିକ ସମ୍ବନ୍ଧ ପାଇଁ ସଙ୍ଗୀ ବିନିମୟ କରୁଛନ୍ତି ବୋଲି ଅଭିଯୋଗ ହେଉଥିବା ଗୋଟାଏ ରାକେଟ୍ର ୭ଜଣ ବ୍ୟକ୍ତିଙ୍କୁ କେରଳ ପୁଲିସ ରବିବାର ସନ୍ଧ୍ୟାରେ ଗିରଫ କରିଛି। ଏହି ରାକେଟ୍ରେ ୧୦୦୦ରୁ ଊର୍ଦ୍ଧ୍ବ ଦମ୍ପତି ସମ୍ପୃକ୍ତ ଥିବା କଥା ପୁଲିସ ସନ୍ଦେହ କରୁଛି।
ସ୍ବାମୀ ଅନ୍ୟ ପୁରୁଷମାନଙ୍କ ସହିତ ଶାରୀରିକ ସମ୍ବନ୍ଧ ରଖିବାକୁ ବାଧ୍ୟ କରୁଛନ୍ତି କରୁଚଲ ଥାନାରେ ଜଣେ ମହିଳା ଅଭିଯୋଗ କରିବା ପରେ ଉପରୋକ୍ତ ଗିରଫଦାରି କରାଯାଇଛି। ପୂର୍ବରୁ କାୟମକୁଲମ୍ ଅଞ୍ଚଳରେ ମଧ୍ୟ ଏଭଳି ଘଟଣା ଘଟିଥିବା ରିପୋର୍ଟ ହୋଇଥିଲା।
ପୁଲିସ କହିବା ଅନୁସାରେ, ରାଜ୍ୟବ୍ୟାପୀ ରାକେଟ୍ ଚଳାଇବା ଲାଗି ଏଥିରେ ସମ୍ପୃକ୍ତ ଥିବା ବ୍ୟକ୍ତିମାନେ ସାମାଜିକ ଗଣମାଧ୍ୟମ ସାଇଟ୍ଗୁଡ଼ିକୁ ବ୍ୟବହାର କରୁଥିଲେ। ପ୍ରଥମେ ସେମାନେ ‘ଟେଲିଗ୍ରାମ୍’ ଏବଂ ‘ମେସେଞ୍ଜର୍’ ଗ୍ରୁପ୍ରେ ଯୋଗ ଦେଇଥିଲେ। ଏହାଦ୍ବାରା ସେମାନେ ପରସ୍ପର ସହ ସମ୍ପର୍କ ରଖୁଥିଲେ।
Image Courtesy of India Todayଚଙ୍ଗଚେରୀ ଡେପୁଟି ପୁଲିସ୍ ସୁପରିଣ୍ଟେଣ୍ଡେଣ୍ଟ୍ ଆର୍. ଶ୍ରୀକୁମାର କହିଛନ୍ତି, ଅଭିଯୋଗକାରିଣୀ ମହିଳାଙ୍କ ସ୍ବାମୀଙ୍କୁ ଆମେ ଗିରଫ କରିଛୁ। ଏଥିରେ ଗୋଟାଏ ବଡ଼ ଦଳ କାମ କରୁଥିବାରୁ ଅନ୍ୟମାନଙ୍କୁ ଚିହ୍ନଟ କରିବା ଲାଗି ଉଦ୍ୟମ ଚଳାଇଛୁ।
ଅଭିଯୁକ୍ତମାନେ ହେଉଛନ୍ତି ଆଲପ୍ପୁଝା, କୋଟ୍ଟାୟମ୍ ଏବଂ ଏର୍ଣ୍ଣାକୁଲମ୍ ଜିଲ୍ଲାର। ଏହି ରାକେଟ୍ରେ ରାଜ୍ୟ ବାହାରୁ ଅନେକ ଲୋକ ସମ୍ପୃକ୍ତ ଅଛନ୍ତି। ସମ୍ଭ୍ରାନ୍ତ ପରିସରଭୁକ୍ତ କିଛି ବ୍ୟକ୍ତି ମଧ୍ୟରେ ଏଥିରେ ସାମିଲ ଅଛନ୍ତି ବୋଲି ପୁଲିସ ସୁନିଶ୍ଚିତ କରି କହିଛି। ଆଗୁଆ ଦିନମାନଙ୍କରେ ଗିରଫଦାରି ଲାଗି ସମ୍ପ୍ରତି ପ୍ରାୟ ୨୫ଜଣଙ୍କ ଉପରେ ପୁଲିସ ନଜର ରଖିଛି।
Follow Us