୪ଜଣ ଶୋଇଥିବା ସିକ୍ୟୁରିଟି ଗାର୍ଡଙ୍କୁ ହତ୍ୟା କରିଛି ‘କେଜିଏଫ୍‌’ ସିନେମାଦ୍ବାରା ଉତ୍ସାହିତ ତରୁଣ

Advertisment
୪ଜଣ ଶୋଇଥିବା ସିକ୍ୟୁରିଟି ଗାର୍ଡଙ୍କୁ ହତ୍ୟା କରିଛି ‘କେଜିଏଫ୍‌’ ସିନେମାଦ୍ବାରା ଉତ୍ସାହିତ ତରୁଣ

ଭୋପାଳ: ସାଗର ଜିଲ୍ଲାରେ ଏକାଧିକ ସିକ୍ୟୁରିଟି ଗାର୍ଡଙ୍କୁ ହତ୍ୟା କରିଥିବା ଘଟଣାରେ ଖୋଜାପଡ଼ିଥିବା ଜଣେ ତରୁଣ ‘ସିରିଏଲ୍‌-କିଲର୍‌’ଙ୍କୁ ଆଜି ମଧ୍ୟପ୍ରଦେଶ ପୁଲିସ ଗିରଫ କରିଛି।

‌ପାହାନ୍ତା ୩.୩୦ରେ ବସ୍‌ଷ୍ଟାଣ୍ଡ୍‌ ଅଞ୍ଚଳ ପାଖରୁ ପୁଲିସ ହାତରେ ଧରାପଡ଼ିବାର କିଛି ଘଣ୍ଟା ପୂର୍ବରୁ ସେ ଭୋପାଳରେ ଆଉ ଜଣଙ୍କୁ ହତ୍ୟା କରିବାରେ ସଫଳ ହୋଇଥିଲା।

ପୁଲିସ ଅଧିକାରୀମାନେ କହିଛନ୍ତି, ଗତ ୫ ଦିନ ମଧ୍ୟରେ ୪ଜଣ ସିକ୍ୟୁରିଟି ଗାର୍ଡଙ୍କୁ ହତ୍ୟା କରିଥିବା କଥା ଅଭିଯୁକ୍ତ ସ୍ବୀକାର କରିଛି। ମେ ମାସରେ ମୃତାବସ୍ଥାରେ ଉଦ୍ଧାର ହୋଇଥିବା ଅନ୍ୟ ଜଣେ ରାତ୍ର ଜଗୁଆଳ ହତ୍ୟାକାଣ୍ଡରେ ତାଙ୍କର ଭୂମିକା ଅଛି କି, ନାହିଁ, ତାହାର ତଦନ୍ତ ଚାଲିଛି।

ଅଭିଯୁକ୍ତ ହେଉଛନ୍ତି ସାଗର ଜିଲ୍ଲା ଅନ୍ତର୍ଗତ କେସଲି ନିବାସୀ ୧୯ ବର୍ଷିୟ ଶିବପ୍ରସାଦ ଧୁର୍ବେ। ଗୁରୁବାର ରାତିରେ ଭୋପାଳର ଲାଲ୍‌ଘାଟି ଅଞ୍ଚଳରେ ଜଣେ ମାର୍ବଲ୍‌ ଷ୍ଟକିଷ୍ଟ୍‌ଙ୍କ ସିକ୍ୟୁରିଟି ଗାର୍ଡଙ୍କୁ ହତ୍ୟା କରିବା ପରେ ଧରାପଡ଼ିଛି।

publive-image Image Courtesy of Times of India

ପ୍ରାରମ୍ଭିକ ଜେରା ସମୟରେ ଧୁର୍ବେ ପୁଲିସକୁ କହିଛି ଯେ, ସେ ‘କେଜିଏଫ୍ ୨’ ଚଳଚ୍ଚିତ୍ରର ‘ରକିଭାଇ’ଦ୍ବାରା ଉଦ୍‌ବୁଦ୍ଧ। ଜଣେ ଗ୍ୟାଙ୍ଗ୍‌ଷ୍ଟର୍‌ ହୋଇ ଭବିଷ୍ୟତରେ ପୁଲିସକୁ ଟାର୍ଗେଟ କରିବା ପାଇଁ ଅର୍ଥ ଯୋଗାଡ଼ କରିବା ଲାଗି ଯୋଜନା କରୁଛି। ଯେକୌଣସି ଉପାୟରେ ହେଉ ତା’ର ପ୍ରସିଦ୍ଧି ଲୋଡ଼ା ବୋଲି ସେ କହିଛି।

ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଥିବା ଏବଂ ଗୋଆରେ କାମ କରିଥିବା ଧୁର୍ବେ ଅଳ୍ପବହୁତ ଇଂରାଜୀ ବି କହିପାରନ୍ତି। କିନ୍ତୁ, ସେ କ’ଣ ପାଇଁ ଶୋଇଥିବା ସିକ୍ୟୁରିଟି ଗାର୍ଡଙ୍କୁ ହତ୍ୟା କରୁଛନ୍ତି ତାହା ଜଣାପଡ଼ିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe