ଗଣଦୁଷ୍କର୍ମ ପରେ ମହିଳାଙ୍କ ଗୁପ୍ତାଙ୍ଗରେ ଲୁହରଡ଼ ପୁରାଇ ଦେଇଥିଲେ ଦୁଷ୍କର୍ମକାରୀ: ଜୀବନ ଯୁଦ୍ଧରେ ହାରିଗଲେ ପୀଡ଼ିତା

ମଧ୍ୟପ୍ରଦେଶର ଖଣ୍ଡୱା ଜିଲ୍ଲାର ଗ୍ରାମାଞ୍ଚଳରେ ଦିଲ୍ଲୀର ନିର୍ଭୟା ଘଟଣା ପରି ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଆଦିବାସୀ ମହିଳା ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି

rtu

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଖଣ୍ଡୱା ଜିଲ୍ଲାର ଗ୍ରାମାଞ୍ଚଳରେ ଦିଲ୍ଲୀର ନିର୍ଭୟା ଘଟଣା ପରି ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଆଦିବାସୀ ମହିଳା ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି। ପୁଲିସ ଏହି ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ହେପାଜତକୁ ନେଇଛି।

ସୂଚନାଯୋଗ୍ୟ,  ଗତଶନିବାର ଦିନ ପ୍ରାୟ ୧ଟା ସମୟରେ ଆଦିବାସୀ ଅଞ୍ଚଳ ଖାଲୱା ଥାନା ଅଞ୍ଚଳ ଅନ୍ତର୍ଗତ ରୋଶନି ଚୌକି ପୁଲିସ ଷ୍ଟେସନ ଅଞ୍ଚଳରେ ଦୁଇପିଲାର ମା’ ଥିବା ମହିଳା ଗଣଦୁଷ୍କର୍ମର ଶିକାର ହୋଇଥିଲେ।

ଏହି ଦୁଃଖଦ ଘଟଣାକୁ ନେଇ ଗାଁ ଲୋକଙ୍କ କହିବା ଅନୁଯାୟୀ, ଅଭିଯୁକ୍ତ ହରି ପାଲଭିଙ୍କ ଘରେ ମହିଳା ଜଣକ ଅଚେତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଥିଲା। କିଛି ସମୟ ପରେ ଯେତେବେଳେ ତାଙ୍କ ଚେତା ଫେରିଥିଲା।  ସେ ନିଜ ସହିତ ଘଟିଥିବା ଲୋମଟାଙ୍କୁରା ଘଟଣା ବିଷୟରେ କହିବା ସହିତ ଦୁଷ୍କର୍ମକାରୀଙ୍କ ନାମ ବି କହିଥିଲେ ।

ମହିଳାଙ୍କ ଠାରୁ ଏଭଳି କଥା ଶୁଣିବା ପରେ ପରିବାରଲୋକ ଘଟଣା ବିଷୟରେ ପୁଲିସକୁ ଜଣାଇଥିଲେ। ପୁଲିସ ଏହି ଘଟଣାରେ ହରି ପାଲବୀ ଓ ସୁନୀଲ ଧୁର୍ବେଙ୍କୁ ଗିରଫ କରିଛି। ପୁଲିସ ଘଟଣାସ୍ଥଳରୁ ଗୁରୁତର ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe