ପୁରୁଣା ଭୁବନେଶ୍ୱର: ନୟାଗଡ଼ର ଜଣେ ଯୁବକଙ୍କୁ ଅପହରଣ। ମୁଣ୍ଡ ଜାମିନ୍ ପାଇଁ ମାଗିଲେ ଲକ୍ଷାଧିକ ଟଙ୍କା। ରାଜଧାନୀର ଶ୍ରୀଲିଙ୍ଗରାଜ ଥାନା ଅଧୀନ ଶ୍ରୀରାମନଗରରେ ୨୪ଘଣ୍ଟା କାଳ ବନ୍ଦ ରହିବା ପରେ ପୁଲିସ ତାଙ୍କୁ ଉଦ୍ଧାର କରିଛି। ଏଥିସହ ଅପହର୍ତାକୁ ଗିରଫ କରି ପୁଲିସ କୋର୍ଟ ଚାଲାଣ କରିଛି। ଗିରଫ ଯୁବକ ଜଣକ ହେଲା ଶ୍ରୀଲିଙ୍ଗରାଜ ଥାନା ଅଧୀନ ଶ୍ରୀରାମ ନଗର ପ୍ଲଟ୍ ନଂ ୧୨୬୬ରେ ରହୁଥିବା ରଞ୍ଜନ ସାହୁ(୩୦)। ମିଳିଥିବା ସୂଚନା ମୁତାବକ ନୟାଗଡ଼ ନୂଆଗାଁର ରାକେଶ କୁମାର ଦାସ ରଞ୍ଜନର ଏକ ସ୍କୁଲ ଗାଡ଼ିକୁ ଚଲାଉଥିଲେ। କୌଣସି କାମ ପାଇଁ ରାକେଶ ରଞ୍ଜନଠାରୁ ୩୦ ହଜାର ଟଙ୍କା ଧାର ନେଇଥିଲେ। ବିମୁଦ୍ରାକରଣ ବେଳେ ରାକେଶ ଏହି ଟଙ୍କା ନେଇଥିଲା। ତେବେ ସେ ଟଙ୍କା ଫେରାଇବାକୁ କହୁଥିଲେ ମଧ୍ୟ ଟଙ୍କା ଫେରାଉ ନଥିଲା। ଗତକାଲି ରାକେଶ ଭୁବନେଶ୍ୱର ତା ଭଉଣୀ ଘର ସ୍ଥାନୀୟ ଗ୍ୟାରେଜ୍ ଛକ ନିକଟକୁ ଆସିଥିବା ବେଳେ ରଞ୍ଜନ ଏହା ଜାଣିବାକୁ ପାଇଥିଲା। ସେ ତା ଜନ୍ମଦିନ ପାଇଁ କିଛି ସାମଗ୍ରୀ କିଣୁଥିବା ବେଳେ ଅପରାହ୍ଣ ପ୍ରାୟ ୩ଟାରେ ରଞ୍ଜନ ଓ ତାର ଜଣେ ସାଙ୍ଗ ଏକ ଟାଟା ଏସିଇ ଗାଡ଼ିରେ ରାକେଶଙ୍କୁ ଡାକି ନେଇଥିଲେ। ଏହାପରେ ରାକେଶଙ୍କୁ ତାଙ୍କ ଘରେ ବନ୍ଦୀ କରି ରଖିଥିଲା। ତେବେ ୩୦ହଜାର ସହ ସୁଧ ମିଶି ୧ଲକ୍ଷ ଟଙ୍କା ଦେବାକୁ ପଡ଼ିବ ବୋଲି ରାକେଶଙ୍କ ଭଉଣୀଙ୍କୁ ରଞ୍ଜନ ଫୋନ୍ କରି କହିଥିଲା। ନଦେଲେ ରାକେଶକୁ ଛାଡ଼ିବୁ ନାହିଁ ବୋଲି ଧମକ ଦେଇଥିଲା। ଏନେଇ ରାକେଶଙ୍କ ଭଉଣୀ ଘଟଣା ସମ୍ପର୍କରେ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ରାକେଶଙ୍କ ଜଣେ ସାଙ୍ଗ ସହାୟତାରେ ଆଜି ଅପରାହ୍ଣ ସାଢ଼େ ୧ଟାରେ ରଞ୍ଜନ ଘରକୁ ଯାଇଥିଲେ। ସେଠାରେ ଦୁଇଟି ସ୍ଥାନରେ ତାଲା ପଡ଼ିଥିବା ଏକ ଘରୁ ରାକେଶକୁ ଉଦ୍ଧାର କରିବା ସହ ରଞ୍ଜନକୁ ଗିରଫ କରିଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us