ନାବାଳିକା ଅପହରଣ, କେମ୍ପା କୋର୍ଟ ଚାଲାଣ

Advertisment
କୁଖ୍ୟାତ ଅପରାଧୀ ଟୁବୁ ଗିରଫ

ଖଣ୍ଡଗିରି ଜଣେ ନାବାଳିକାକୁ ଅପହରଣ କରି ନେଇଥିବା ଅଭିଯୋଗରେ ଖଣ୍ଡଗିରି ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି। ଅଭିଯୁକ୍ତ ହେଲେ ଡୁମୁଡୁମା‌ ସୁବାସନଗର ବସ୍ତିର ନରେନ୍ଦ୍ର ମହାରଣା ଓରଫ୍ କେମ୍ପା(୧୯)। ପୁଲିସ ନାବାଳିକାକୁ ଉଦ୍ଧାର କରି ପରିବାର ଜିମା ଦେଇଥିବାବେଳେ ଅଭିଯୁକ୍ତ କେମ୍ପାକୁ କୋର୍ଟ ଚାଲାଣ କରିଛି। ଘଟଣାଟି ସ୍ଥାନୀୟ ଡୁମୁଡୁମା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନାନୁସାରେ ଗତ ୩୦ ତାରିଖରେ କେମ୍ପା ତା ପଡ଼ୋଶୀ ଘରର ନାବାଳିକାକୁ ଅପହରଣ କରି ନେଇଥିବା ଅଭିଯୋଗ ହୋଇଥିଲା। ନାବାଳିକାକୁ ବିଭିନ୍ନ ମିଥ୍ୟା ପ୍ରତିଶ୍ରୁତି ଦେଇ ସନ୍ଧ୍ୟାରେ ତାକୁ ନିକଟସ୍ଥ ବଜାରରୁ ନେଇ ଚମ୍ପଟ ମାରିଥିଲା। ପରିବାର ଲୋକେ ବହୁ ଖୋଜା ଖୋଜି କରିବା ପରେ ମଧ୍ୟ ସେମାନଙ୍କ ପତ୍ତା ମିଳି ନଥିଲା। କେମ୍ପାର ପରିବାର ଲୋକେ ମଧ୍ୟ ଏ ବାବଦରେ ଟେର୍ ପାଇ ନଥିଲେ। ଏ ନେଇ ପରିବାର ଲୋକେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ। ଏ ଭିତରେ କେମ୍ପା ଉକ୍ତ ନାବାଳିକାକୁ ନେଇ ଜଗତ୍‌ସିଂହପୁରରେ ରଖିଥିବାବେଳେ ଉଭୟଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ‌କୌଣସି ସୂତ୍ରରୁ ଖବର ପାଇ ନାବାଳିକାଙ୍କ ମା’ ଖଣ୍ଡଗିରି ଥାନା ପୁଲିସ ସହଯୋଗରେ ଜଗତ୍‌ସିଂହପୁରରେ ପହଞ୍ଚି ଝିଅକୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ। ଉଭୟଙ୍କ ଡାକ୍ତରୀ ପରୀକ୍ଷା ପରେ ପୁଲିସ ନାବାଳିକାଙ୍କ ମତ ଅନୁସାରେ ମା’ଙ୍କ ଜିମା ଦେଇଥିଲା ଓ ଅଭିଯୁକ୍ତ କେମ୍ପାକୁ କୋର୍ଟ ଚାଲାଣ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe