ବୈଶିଙ୍ଗା: ଅଙ୍ଗନବାଡିରୁ ଘରକୁ ଫେରୁଥିବାବେଳେ ୪ ଜଣ କୋମଳମତି ଶିଶୁଙ୍କୁ ଚକଲେଟର ପ୍ରଲୋଭନ ଦେଖେଇ ବାଇକରେ ଅପହରଣ କରିବାର ଯୋଜନା ବିଫଳ ହୋଇଛି। ଚୋରକୁ କାବୁ କରି ଗଛରେ ବାନ୍ଧି ନିସ୍ତୁକ ମାଡମାରିବା ପରେ ଗ୍ରାମବାସୀ ପୁଲିସରେ ଜିମା ଦେଇଛନ୍ତି। ମୟୂରଭଞ୍ଜଜିଲ୍ଲା ବୈଶିଙ୍ଗା ଥାନା ଅନ୍ତର୍ଗତ ତିଳଦା ଗ୍ରାମରେ ଏଭଳି ଘଟଣା ଘଟିଛିl ଅଭିଯୁକ୍ତ ଯୁବକ ହେଲା ନଡ଼ପୁର ଉପକଣ୍ଠ ଦଲକି ଗ୍ରାମର ଉପେନ୍ଦ୍ର ପାତ୍ର, ଯିଏ କି ଉକ୍ତ ଅଞ୍ଚଳରେ ଚାଲିଥିବା ରାସ୍ତା ନିର୍ମାଣ କାମର ଜନୈକ ଠିକାଦାରଙ୍କ ନିକଟରେ କାର୍ଯ୍ୟରତ ଥିଲା l
ଏହି ଖବର ପଢ଼ନ୍ତୁ: ପ୍ରେମିକାକୁ ୬ ଖଣ୍ଡ କଲା ପ୍ରେମିକ
ସୂଚନା ଅନୁଯାଇ ତିଳଦା ଗ୍ରାମର ରାମଚନ୍ଦ୍ର ବିନ୍ଧାଣୀଙ୍କ ଝିଅ ବୈଶାଖୀ (୫), ରଥିଆ ସିଂଙ୍କ ଝିଅ ଅନୁଶ୍ରୀ(୪), ରାମଚନ୍ଦ୍ର ସୋରେନଙ୍କ ଝିଅ ନମିତା (୫) ଓ ତିଳଦା ଗ୍ରାମର ନିଜ ମାମୁଁ କାନ୍ଦ୍ରୁ ଟୁଡୁ ଘରକୁ ଆସିଥିବା ବାରିପଦା ତୁଳସୀଚୌରା ଅଞ୍ଚଳର ଗୋରା ମାରାଣ୍ଡିଙ୍କ ପୁଅ ଠାଳୁ (୫) ସକାଳୁ ଅଙ୍ଗନବାଡି କେନ୍ଦ୍ରକୁ ଯାଇଥିଲେl ସେଠାରେ ପାଠ ପଢ଼ିସାରିବା ପରେ ଖାଇ ସାରି ରାସ୍ତାରେ ଖେଳିଖେଳି ନିଜନିଜ ଘରକୁ ଫେରୁଥିଲେ। ଏହି ସମୟରେ ବାଟରେ ତାଙ୍କୁ ଅଟକାଇଥିଲା ନଡ଼ପୁର ଉପକଣ୍ଠ ଦଲକି ଗ୍ରାମର ଉପେନ୍ଦ୍ର ପାତ୍ରl ସେ ସେହି ଗ୍ରାମ ନିକଟରେ ରହି ଗ୍ରାମ ମଧ୍ୟ ଦେଇ ଚାଲିଥିବା ପିଚୁ ରାସ୍ତା କାମର ଠିକାଦାରଙ୍କ ଅଧୀନରେ କାମ କରୁଥିଲାl ୪ଶିଶୁଙ୍କୁ ଅଟକାଇବା ପରେ ଉପେନ୍ଦ୍ର ତାଙ୍କୁ ଆଜି ନିଜର ଜନ୍ମଦିନ ଅଛି କହି ଚକଲେଟର ପ୍ରଲୋଭନ ଦେଖେଇଥିଲା ଓ ବାଇକ୍ (ଓଡି୧୧ୟୁ-୯୪୯୮) ବୈଶିଙ୍ଗା ପଟକୁ ବଢ଼ିଥିଲା।
ଏହି ଖବର ପଢ଼ନ୍ତୁ: ଝାଡ଼ଖଣ୍ଡ ଜଙ୍ଗଲରେ ବୁଲୁଛି ଜୀନ୍ନତ୍
ପରେ ମୁରକୁଣ୍ଡିଆ ଛକ ନିକଟରେ ଥିବା ଏକ ଦୋକାନରେ ନିଜ ବାଇକରେ ତେଲ ପକାଇଥିଲା ଓ ପୁଣି ବାଇକ ଷ୍ଟାର୍ଟ କରି ଆଗକୁ ବଢ଼ିଥିଲାl ହେଲେ ଉକ୍ତ ଦୋକାନୀଙ୍କୁ ଉପେନ୍ଦ୍ରର ଆଚରଣ ଓ ଗୋଟିଏ ବାଇକରେ ୪ଜଣ ପିଲାଙ୍କୁ ଦେଖି ସନ୍ଦେହ ଜାତ ହୋଇଥିଲା, ଯେଉଁଥିପାଇଁ ସେ ତିଳଦା ଗ୍ରାମବାସୀଙ୍କୁ ଖବର ଦେଇଥିଲାl
ଖବର ପାଇ ସ୍ଥାନୀୟ ଯୁବକ ରାଜେନ୍ଦ୍ର ବିନ୍ଧାଣୀ ନିଜ ବାଇକରେ ଉପେନ୍ଦ୍ରର ପିଛା କରିଥିଲେl ତେବେ ବୈଶିଙ୍ଗା ରାସ୍ତାର ଜୁଗୁପୁରା ଛକରେ ମଧ୍ୟ ୪ଶିଶୁଙ୍କୁ ବାଇକରେ ସନ୍ଦେହଜନକ ଭାବେ ନେଇଯାଉଥିବାରୁ ସ୍ଥାନୀୟ ଦୋକାନୀ ଉପେନ୍ଦ୍ରକୁ ଅଟକ ରଖିଥିଲେ ଓ ସେହି ସମୟରେ ଘଟଣାସ୍ଥଳରେ ରାଜେନ୍ଦ୍ର ପହଞ୍ଚି ଯାଇଥିଲେl ତିଳଦା ଗ୍ରାମର ଏକାଧିକ ଗ୍ରାମବାସୀ ଜୁଗୁପୁରାରେ ପହଞ୍ଚି ୪ଶିଶୁଙ୍କୁ ଉଦ୍ଧାର କରିବା ସହିତ ଉପେନ୍ଦ୍ରକୁ କାବୁ କରି ତିଳଦାକୁ ନେଇଯାଇଥିଲେl ସେଠାରେ ଗାଁ ରାସ୍ତା ପାର୍ଶ୍ୱରେ ଏକ ଗଛରେ ଉପେନ୍ଦ୍ରକୁ ବାନ୍ଧି ନିସ୍ତୁକ ପିଟିଥିଲେl
ଏହି ଖବର ପଢ଼ନ୍ତୁ: ଡିସେମ୍ବର ୩୧ ଯାଏଁ ଚାଲିବାର ଥିଲା ଶୀତ ଅଧିବେଶନ
ଖବର ପାଇ ବୈଶିଙ୍ଗା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉପେନ୍ଦ୍ରକୁ ଉଦ୍ଧାର କରି ବୈଶିଙ୍ଗା ଡାକ୍ତରଖାନାକୁ ନେଇଆସି ପ୍ରାଥମିକ ଚିକିତ୍ସା କରାଇ ଥିଲେ ଓ ପରେ ସୂଚନା ଅନୁଯାଇ ଅବସ୍ଥା ଗୁରୁତର ହେବାରୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନନ୍ତରିତ କରାଯାଇଥିଲାl ବୈଶିଙ୍ଗା ଥାନା ଅଧିକାରୀ ତପନ ପ୍ରଧାନ ଘଟଣାର ସମ୍ବେଦନଶୀଳତାକୁ ଅନୁଭବ କରି ତ୍ୱରିତ ତଦନ୍ତ ଆରମ୍ଭ କରିଛନ୍ତିl କୁଖ୍ୟାତ ପିଲାଚୋରଙ୍କୁ ନେଇ ବାରିପଦା ଅଞ୍ଚଳର ଠିକାଦାର କେମିତି ରାସ୍ତା ନିର୍ମାଣ କାମ କରୁଛନ୍ତି ସେ ନେଇ ଗ୍ରାମବାସୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଆଗାମୀ ଦିନରେ ଏଭଳି ଲୋକଙ୍କୁ କାର୍ଯ୍ୟରୁ ବହିଷ୍କାର ନକଲେ ରାସ୍ତା ନିର୍ମାଣ କାର୍ଯ୍ୟକୁ ବନ୍ଦ କରିବା ନେଇ ମଧ୍ୟ ଚେତାବନୀ ଦେଇଛନ୍ତିl
ଏହି ଖବର ପଢ଼ନ୍ତୁ: ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ ଇଞ୍ଜିନିୟର
ଖବର ପାଇ ଆମେ ଉପେନ୍ଦ୍ରକୁ ଉଦ୍ଧାରପୂର୍ବକ ଡାକ୍ତରଖାନାରେ ଚିକିତ୍ସା କରାଇବା ସହିତ ପ୍ରାଥମିକ ତଦନ୍ତ ଆରମ୍ଭ କରିଛୁl ତେବେ ଲିଖିତ ଅଭିଯୋଗ ମିଳିଲା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ଅଧିକାରୀ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତିl