ଦିଲ୍ଲୀରେ କଡ଼ା ସୁରକ୍ଷା ବ୍ୟବସ୍ଥା: ବସ୍‌ ଚାଳକଙ୍କୁ ଗୁଳି ମାରି ସ୍କୁଲ ଛାତ୍ରକୁ ଅପହରଣ କରି ନେଲେ ଦୁଇ ଦୁର୍ବୃତ୍ତ

ଦିଲ୍ଲୀରେ କଡ଼ା ସୁରକ୍ଷା ବ୍ୟବସ୍ଥା: ବସ୍‌ ଚାଳକଙ୍କୁ ଗୁଳି ମାରି ସ୍କୁଲ ଛାତ୍ରକୁ ଅପହରଣ କରି ନେଲେ ଦୁଇ ଦୁର୍ବୃତ୍ତ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଦୁଇଜଣ ଦୁର୍ବୃତ୍ତ ଏକ ସ୍କୁଲ ବସ ଚାଳକଙ୍କୁ ଗୁଳି ମାରି ଜଣେ ଛାତ୍ରକୁ ଗୁରୁବାର ସକାଳେ ଅପହରଣ କରି ନେବାର ଘଟଣା ସାମ୍ନାକୁ ଆସିଛି। ଅପହରଣ ହୋଇଥିବା ଛାତ୍ର ନର୍ସରିରେ ପାଠ ପଢ଼ୁଥିଲା ଓ ଘର ଶାହଦରାରେ ବୋଲି ଜଣାପଡ଼ିଛି। ଯେଉଁ ସମୟରେ ପିଲାଟିକୁ ଅପହରଣ କରାଯାଇଥିଲା ସେହି ସମୟରେ ବସରେ ୨୦ରୁ ୨୨ଜଣ ସ୍କୁଲ ପିଲା ଉପସ୍ଥିତ ଥିଲେ। ଏହି ବସ୍‌ ଟି ବିବେକାନନ୍ଦ ସ୍କୁଲର ଥିଲା। ଜାନୁଆରି ୨୬କୁ ଦୃଷ୍ଟିରେ ରଖି ଦିଲ୍ଲୀରେ ପ୍ରତ୍ୟେକ ସ୍ଥାନରେ କଡ଼ା ସୁରକ୍ଷା ବ୍ୟବସ୍ଥା ରହିଛି। ତେବେ ଏହି ସବୁ ସୁରକ୍ଷା ସତ୍ତ୍ୱେ ଛାତ୍ରକୁ ସ୍କୁଲ ବସ୍‌ ଭିତରୁ ଅପହରଣ କରିବା ଭଳି ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

publive-image

ସୂଚନାଯୋଗ୍ୟ, ପ୍ରଥମଶ୍ରେଣୀରେ ପାଠଢ଼ୁଥିବା ଛାତ୍ର ନିଜର ଭଉଣୀ ସହିତ ସକାଳ ୭.୩୦ରେ ସ୍କୁଲ ପାଇଁ ବାହାରିଥିଲା। ଦୁହେଁ ସ୍କୁଲ ବସରେ ଯାଉଥିବା ସମୟରେ ହଠାତ୍‌ ବାଇକ୍‌ରେ ଦୁଇଜଣ ଦୁର୍ବୃତ୍ତ ଆସି ସ୍କୁଲ ବସ ଅଟକାଇବା ପାଇଁ ଚେଷ୍ଟା କରିଥିଲେ। ସ୍କୁଲ ବସ ଚାଳକ ବସ୍‌ ନଅଟକାଇ ଆହୁରି ଦ୍ରୁତଗତିରେ ଚଳାଇବାରେ ଲାଗିଥିଲା। ଏହି ସମୟରେ ଦୁବୃର୍ତ୍ତ ଚାଳକଙ୍କ ଗୋଡକୁ ଗୁଳି ମାରିଥିଲେ। ଯନ୍ତ୍ରଣାରେ ଚାଳକ ବସ୍‌ଟିକୁ ଅଟକାଇ ଦେଇଥିଲା। ସଙ୍ଗେସଙ୍ଗେ ଦୁଇ ଦୁର୍ବୃତ୍ତ ବସ୍‌ ଭିତରେ ପଶି ରଶ୍ମି(ଛଦ୍ମନାମ)କୁ ଅପହରଣ କରି ନେଇଥିଲେ। ସ୍କୁଲର ଟ୍ରାନ୍ସପୋର୍ଟ ପ୍ରଭାରୀଙ୍କ କହିବାନୁସାରେ, ବସ୍‌ରେ ଥିବା ସ୍କୁଲ ଛାତ୍ରଙ୍କ ଆଟେଣ୍ଡେଣ୍ଟ ତାଙ୍କୁ ଫୋନ୍‌ କରି ଏହି ଘଟଣା ସମ୍ପର୍କରେ ଜଣାଇଥିଲେ।

publive-image

ଏହି ଘଟଣା ଗାଜିଆବାଦ ଓ ଲୋନି ସୀମା ନିକଟରେ ଘଟିଛି। ଯେଉଁଠାରୁ ଖୁବ୍‌ ସହଜରେ ମେରଠ ଓ ଅନ୍ୟ ଅଞ୍ଚଳକୁ ଯାଇ ହେବ। ଦିଲ୍ଲୀ ପୁଲିସ ଏହି ଘଟଣା ସମ୍ପର୍କରେ ଉତ୍ତରପ୍ରଦେଶ ପୁଲିସକୁ ବି ସୂଚନା ଦେଇଛି। ଅନୁସନ୍ଧାନରୁ ଜଣାପଡ଼ିଛି ଅପହରଣକାରୀ ଦିଲ୍ଲୀ ସୀମା ପାର କରି ସାରିଛନ୍ତି। ପୁଲିସ ଅପହରଣକାରୀଙ୍କୁ ଧରିବା ପାଇଁ ଅନୁସନ୍ଧାନ ଆରମ୍ଭ କରି ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe