m.navodayatimes.in
ମଣ୍ଡେସର (ମଧ୍ୟପ୍ରଦେଶ): ଦେଶରେ ନାବାଳିକା ଦୁଷ୍କର୍ମ ଘଟଣା ଥମିବାର ନା ଧରୁ ନାହିଁ। ମଧ୍ୟପ୍ରଦେଶର ମଣ୍ଡେସର ଘଟିଛି ଏକ ଲୋମହର୍ଷଣକାରୀ ଘଟଣା। ଜଣେ ସାତବର୍ଷିୟା ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ କରାଯିବା ଘଟଣା ସାମ୍ନାକୁ ଆସିଛି। ଦୁଷ୍କର୍ମ ପରେ ଶିଶୁର ତଣ୍ଟିକାଟି ତାକୁ ଏକ ନିର୍ଜନ ସ୍ଥାନରେ ଫିଙ୍ଗି ଦିଆଯାଇଛି।
ବୁଧବାର ସକାଳେ ମଣ୍ଡେସରର ଲକ୍ଷ୍ମଣ ଦରଓ୍ଵାଜା ନିକଟରେ ନାବାଳିକା ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ନାବାଳିକାର ଶରୀରରେ ଆମେ କ୍ଷତ ଦେଖିବାକୁ ପାଇଥିଲୁ ବୋଲି ପୁଲିସ ସୁପରିଟେଣ୍ଡେଣ୍ଟ ମନୋଜ୍ ସିଂହ କହିଛନ୍ତି। ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ପ୍ରକାଶ କରିଛନ୍ତି ସେ। ପ୍ରଥମେ ନାବାଳିକାକୁ ଚିକିତ୍ସା ଲାଗି ସ୍ଥାନୀୟ ଡ଼ାକ୍ତରଖାନାକୁ ନିଆଯାଇଥିଲା। ପରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ଇନ୍ଦୋର ନିଆଯାଇଥିଲା।
India Todayମଙ୍ଗଳବାର ଅପରାହ୍ଣରେ ମଣ୍ଡେସରର ହାଫିଜ କଲୋନି ସ୍କୁଲ୍ରୁ ଝିଅଟିକୁ ଅପହରଣ କରିନିଆଯାଇଥିବା ଜଣାପଡ଼ିଛି। ଝିଅର ଜେଜେବାପା ତାକୁ ସ୍କୁଲ୍ରୁ ଆଣିବା ପାଇଁ ଯାଇଥିବା ବେଳେ ସେଠାରୁ ଜଣାପଡ଼ିଥିଲା କି ଅନ୍ୟଜଣେ ବ୍ୟକ୍ତି ଆସି ନିଜକୁ ଝିଅର ଦାଦା ବୋଲି ପରିଚୟ ଦେଇ ନେଇଯାଇଛନ୍ତି। ଏହାପରେ ପରିବାର ପକ୍ଷରୁ ଖୋଜାଖୋଜି କରାଯାଇଥିଲେ ମଧ୍ୟ ଝିଅର ପତ୍ତା ମିଳିନଥିଲା। ପରେ ପୁଲିସରେ ସେମାନେ ଅଭିଯୋଗ କରିଥିଲେ ।
ବୁଧବାର ସକାଳେ ଲକ୍ଷ୍ମଣ ଦରଓ୍ଵାଜା ନିକଟରୁ ଜଙ୍ଗଲିଆ ଅଞ୍ଚଳରେ ଝିଅଟି କ୍ଷତବିକ୍ଷତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ତା’ ପାଖରେ ସ୍କୁଲ୍ ବ୍ୟାଗ୍ ଓ ପାଣି ବଟଲ ମଧ୍ୟ ପଡ଼ିଥିଲା। ସେ ଜୀବିତ ଥିବାରୁ ତାକୁ ଡ଼ାକ୍ତରଖାନା ନିଆଯାଇଥିଲା।ତାକୁ ଦୁଷ୍କର୍ମ କରାଯାଇ ହତ୍ୟା ଉଦ୍ୟମ ହୋଇଥିଲା।
Follow Us