ଭୁବନେଶ୍ୱର: ନାବାଳିକାକୁ ଅପହରଣ ଅଭିଯୋଗରେ ଶୁକ୍ରବାର ଲକ୍ଷ୍ମୀସାଗର ଥାନା ପୁଲିସ ହଳଦୀପଡ଼ିଆ ବସ୍ତିର ମିଟୁ ସାହୁ(୨୦)କୁ ଗିରଫ କରି କୋର୍ଟଚାଲାଣ କରିଛି। ସେଠାରେ ତାର ଜାମିନ୍ ନାମଞ୍ଜୁର ହେବାରୁ ତାକୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ପୁଲିସ ଅପହୃତା ନାବାଳିକାଙ୍କୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ସୂଚନାନୁସାରେ ସ୍ଥାନୀୟ ବ୍ରିଟ୍ କଲୋନିର ଜଣେ ନାବାଳିକାଙ୍କୁ ମିଟୁ ଏକତରଫା ଭଲ ପାଉଥିଲେ। ଗତ ୧୯ ତାରିଖ ସନ୍ଧ୍ୟାରେ ନାବାଳିକାଜଣଙ୍କ ଟିଉସନ୍ ଯିବା ବାଟରେ ମିଟୁ ତାଙ୍କୁ ଅଟକାଇବା ସହ ଜୋର୍ କରି ବାଇକ୍ରେ ବସାଇ ଫେରାର୍ ହୋଇଯାଇଥିଲେ। ନାବାଳିକାଙ୍କ ପରିବାର ଲୋକେ ଖବର ପାଇ ତୁରନ୍ତ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଗୁରୁତ୍ୱର ସହ ଗ୍ରହଣ କରି ପୁଲିସ ଛାନଭିନ୍ ଚଳାଇଥିଲା। ଗୁରୁବାର ପୁଲିସ ସେମାନଙ୍କୁ ପୁରୀରେ ଠାବ କରିଥିଲା।
୨ ଦିନ ପରେ ନାବାଳିକା ଅପହରଣକାରୀ ଗିରଫ
Advertisment
Follow Us